ଜୁନ୍‌ରୁ ମିଳୁନି ଗହମ, ରାଶନ ହିତାଧିକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ, ୨୮ା୧୦: ପରିବର୍ତ୍ତିତ ଖାଦ୍ୟ ସାରଣୀରେ ଅଟା ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଧନୀଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ ଗହମ ଉପରେ ନିର୍ଭର କରୁଛନ୍ତି। ଏହା ଛଡା ଡାଇବେଟିସ ରୋଗୀଙ୍କ ନିତ୍ୟ ଆହାରରେ ରୁଟି ପ୍ରମୁଖ ଅଙ୍ଗ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ୫ମାସ ହେଲା (ଜୁନ୍‌ରୁ) ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନାହିଁ। ଜିଲାର ୨,୬୪,୨୩୮ ପରିବାର ମଧ୍ୟରୁ ଅଧିକାଂଶ ଗହମ ପାଉ ନ ଥିବାରୁ ହତାଶ ହୋଇପଡିଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାର ପକ୍ଷରୁ ଚଳିତ ରବି ଫସଲରେ ଗହମର ସର୍ବୋଚ୍ଚ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ କୁଇଣ୍ଟାଲ ପିଛା ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ବଜାରରେ ଅଟା କେଜି ପ୍ରତି ୫ ଟଙ୍କା ଅଧିକ ବୃଦ୍ଧି ପାଇଛି। ଫଳରେ ୫ କେଜି ଅଟା ପ୍ୟାକେଟରେ ୨୫ ଟଙ୍କା ବଢିଛି। ଯାହାକି ଖାଉଟି ପ୍ୟାକେଟ ଉପରେ ଦରବୃଦ୍ଧି ମାଡ ହୋଇଛି। ରାଶନ କାର୍ଡଧାରୀଙ୍କ ସମେତ ରୋଗୀ ଏବେ ଗହମ ଅପେକ୍ଷାରେ ଥିବା ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କୋରୋ ପଞ୍ଚାୟତର ମନ୍ମଥ କୁମାର ରାଉତ କହିଛନ୍ତି, କିଛି ଜମି ଭାଗ ଚାଷ କରି ଧାନ ଉପତ୍ାଦନ କରୁଛୁ। ଏହି ଫସଲ ଆମର ୬ ଜଣିଆ ପରିବାର ପାଇଁ ନିଅଣ୍ଟ ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବାରୁ ମାସିକ ୩୦ କେଜି ଗହମ ପାଇଁ ପଞ୍ଜୀକୃତ କରିଛୁ। ସକାଳ ଓ ରାତିରେ ରୁଟି ପ୍ରମୁଖ ଖାଦ୍ୟ ହେଉଥିବା ବେଳେ କେବଳ ମଧ୍ୟାହ୍ନ ଭୋଜନରେ ଭାତ ସାମିଲ ହେଉଛି। ଏହା ଦୀର୍ଘଦିନ ଧରି ଚାଲିଆସିଛି। ଗତ ଜୁନ୍‌ରୁ ଡିଲର ଗହମ ଦେଉନାହାନ୍ତି। ଫଳରେ ସବୁବେଳେ ଭାତ ଖାଇବାକୁ ପଡୁଛି। ଆମ ଘରେ ବଡ ଭାଇଙ୍କୁ ଡାଇବେଟିସ। ଭାତ ଖାଇଲେ ସ୍ବାସ୍ଥ୍ୟ ବିଗିଡି ଯାଉଛି। ଅଟା ଦର ମଧ୍ୟ କେଜି ପ୍ରତି ୫ ଟଙ୍କା ବଢ଼ିଯାଇଛି। ସରକାରୀ ରାଶନ ଯୋଗାଣ ଯୋଜନାରେ ଗହମକୁ ପୁନର୍ବାର ସାମିଲ କରିବାକୁ ସେ ନିବେଦନ କରିଛନ୍ତି। ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର କେନ୍ଦ୍ରାପଡ଼ା ଜିଲା ସଭାପତି ନିରଞ୍ଜନ ପରିଡା କହିଛନ୍ତି, ଜିଲାରେ ମୋଟ ୨,୬୪,୮୦୬ ପରିବାରର ୧୦,୧୮,୬୩୫ ହିତାଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୨,୬୪,୨୩୮ ପରିବାର ପାଇଁ ମୋଟ ୧୭୧୬୩.୨୫ କୁଇଣ୍ଟାଲ ଗହମ ମାସିକ ଉଠାଯାଉଛି। ତେବେ ୫ ମାସ ହେଲା ହିତାଧିକାରୀଙ୍କୁ ଗହମ ମିଳିନାହିଁ। ଯାହା ଏବେ ମଧ୍ୟବିତ୍ତ ଓ ଗରିବଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଡିଲରମାନେ ଗହମ ଉଠାଇ ନ ଥିବା କହି ଚାଉଳ ଦେଉଛନ୍ତି। ଗହମ ଏବେ ସମସ୍ତଙ୍କ ପାଇଁ ଆବଶ୍ୟକ ଥିବା ବେଳେ ଏହାକୁ ଯୋଗାଇ ନ ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ନୀତିରେ ପ୍ରଶ୍ନବାଚୀ ଆଣିଛି। ତୁରନ୍ତ ରାଶନ କାର୍ଡଧାରୀଙ୍କ ପାଇଁ ଗହମ ଯୋଗାଣର ସୁବନ୍ଦୋବସ୍ତ କରିବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ କୁମାର ଗନ୍ତାୟତ କହିଛନ୍ତି, ଗହମର ସଂଗ୍ରହ ହାର କମ୍‌ ଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ମାସ ପର୍ଯ୍ୟନ୍ତ ନିଅଣ୍ଟ ସ୍ଥିତି ରହିବ ବୋଲି ଗତ ମେ ମାସରେ ସୂଚନା ମିଳିଥିଲା। ଜୁନ୍‌ ମାସ ଆଲଟମେଣ୍ଟରେ ପ୍ରାୟ ୫୦ ପ୍ରତିଶତ ଗହମ ଜିଲା ପାଇଁ ଉଠାଣ ହୋଇ ବଣ୍ଟନ ହୋଇଛି। ଏବେ କେନ୍ଦ୍ର ସରକାର ରାଶନ କାର୍ଡଧାରୀଙ୍କ ପାଇଁ ଅତିରିକ୍ତ ୩ ମାସ ଧରି ରାଶନ ସାମଗ୍ରୀ ଯୋଗାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ, ଚଳିତ ମାସରେ ଗହମ ଉଠାଣ ହୋଇଛି। ଯାହା ଆସନ୍ତା ନଭେମ୍ବରରେ ବଣ୍ଟନ ସମୟରେ ପ୍ରଦାନ କରାଯିବ। ହିତାଧିକାରୀଙ୍କ ପାଇଁ ଅଦ୍ୟାବଧି ଗହମ ଉଠାଣ ହୋଇନାହିଁ। ହିତାଧିକାରୀ ଏ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରୁଥିବା ଅଭିଯୋଗ ଆସୁଛି। ଏହାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କାର୍ଯ୍ୟାଳୟକୁ ଚିଠି ହୋଇଥିବା ସିଏସ୍‌ଓ ଗନ୍ତାୟତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri