ଜିଲା ସୈନିକ ବୋର୍ଡରେ ଅଚଳାବସ୍ଥା

ସମ୍ବଲପୁର,୨୮ା୧୦(ବ୍ୟୁରୋ): ଅବସରପ୍ରାପ୍ତ ସୈନିକଙ୍କ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ଜିଲା ସୈନିକ ବୋର୍ଡ ଗଠନ କରାଯାଇଛି। ଯବାନମାନଙ୍କୁ ନେଇ ବୋର୍ଡ ଗଠନ କରାଯାଇ ଏହାର ପରିଚାଳନା କରାଯାଉଥିବା ବେଳେ ରାଜ୍ୟ ଗୃହ ବିଭାଗ ଏହାର ତଦାରଖ କରୁଛିି। ଆବଶ୍ୟକ ସମ୍ପାଦକ, କର୍ମଚାରୀ ନିଯୁକ୍ତି ହୋଇ ନ ଥିବାରୁ ସମ୍ବଲପୁର ଜିଲା ସୈନିକ ବୋର୍ଡ ଅଫିସରେ ଅଚଳାବସ୍ଥା ଦେଖାଦେଇଛି। ବାହାରେ ଏକ ବଡ଼ ସୂଚନା ବୋର୍ଡ ଲଗାଯାଇଛି। ହେଲେ ବାସ୍ତବରେ ପରିଚାଳନା ପାଇଁ ମାନବ ସମ୍ବଳ ଯୋଗାଇ ଦିଆଯାଇ ନାହିଁ। ଫଳରେ ଏହି ଅଫିସ ଉପରେ ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଳାଙ୍ଗୀର ଓ ସୋନପୁର ଜିଲାର ଅବସରପ୍ରାପ୍ତ ଯବାନମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶତାଧିକ ଫାଇଲ ପଡିରହିଥିବା ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀ ଅଫିସକୁ ଆସି ନିରାଶ ହୋଇ ଫେରିଯାଉଛନ୍ତି।
ସେମାନେ ଆହୁରି ଅଭିଯୋଗ କରିଛନ୍ତି, ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖଳାରେ ଯବାନଙ୍କ ଅବଦାନ ରହିଛି। ହେଲେ ଅବସର ନେବା ପରେ ସରକାର ସେମାନଙ୍କ ପ୍ରତି ଅବହେଳା କରୁଛନ୍ତି। କେବଳ ନାରାରେ ଜୟ ଯବାନ ଜୟ କିଷାନ ବୋଲି କୁହାଯାଉଛି। ଗୋଟିଏ କାମ ପାଇଁ ବାରମ୍ବାର ଶତାଧିକ କିଲୋମିଟର ଦୂରରୁ ଅଫିସ ଆସିବାକୁ ପଡୁଛି। ହେଲେ କାମ ନ ହେବାରୁ ପୁଣି ଫେରିବାକୁ ପଡୁଛି। ଅବସର ନେବା ପରେ ପେନ୍‌ସନ କାମ, ମେଡିକାଲ ଭତ୍ତା, ଶିଶୁମାନଙ୍କ ଭତ୍ତା ଓ ଅନ୍ୟାନ୍ୟ କାମ ଏହି ଅଫିସରୁ ପରିଚାଳନା ହୋଇଥାଏ। ଏହି ଅଫିସରୁ ଅନୁମୋଦନ ପରେ କାମ ହୋଇଥାଏ। ହେଲେ ମାସ ମାସ ଧରି ଫାଇଲ ପଡିରହୁଛି। ଅଫିସକୁ ଆସିଲେ କେତେବେଳେ ଖୋଲା ରହୁଛି ତ କେତେବେଳେ ବନ୍ଦ ରହୁଛି। ସ୍ଥାୟୀ ଅଧିକାରୀ ନିଯୁକ୍ତି ଦିଆଯାଇ ନାହିଁ। କାମ ଅନୁସାରେ ୩ଜଣ କିରାଣି ଓ ୨ ଜଣ ପିଅନର ଆବଶ୍ୟକ ରହିଛି। ହେଲେ କିରାଣି ପଦ ଖାଲି ପଡିଛି। ତେଣୁ କାମ ଆଗେଇ ପାରୁନାହିଁ। ସୋନପୁର ଜିଲାରୁ ଆସିଥିବା ଆଲୋକ ପଣ୍ଡା କହିଛନ୍ତି, ପୂର୍ବରୁ ୨ଥର ଅଫିସ ଆସି ଫେରି ଯାଇଥିଲି। ଆଜି ମଧ୍ୟ କେହି ଅଧିକାରୀ ଏପର୍ଯ୍ୟନ୍ତ ଆସିନାହାନ୍ତି। ଜଣେ ତଳିିଆ କର୍ମଚାରୀ ଅଫିସ ଖୋଲି ବସିଛନ୍ତି। ତେଣୁ କାମ ହେବ କି ନାହିଁ ତାହା ଜଣାପଡି ନାହିଁ । ସେହିପରି ସୁନ୍ଦରଗଡ଼ ଜିଲାରୁ ଆସିଥିବା ଜଣେ ଯବାନ କହିଛନ୍ତି, ଭତ୍ତା କାମ ପାଇଁ ବାରମ୍ବାର ଅଫିସ ଆସିବାକୁ ପଡୁଛି। ସକାଳୁ ଆସିଲେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅସ୍ଥାୟୀ ଭାବେ ଜଣେ ଅଧିକାରୀ ଅଛନ୍ତି। ତେଣୁ କାମ ଠିକ୍‌ ଭାବେ ହୋଇ ପାରୁନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ୧୯୮୮ ମସିହାରେ ଜିଲା ସୈନିକ ବୋର୍ଡ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏହି ବୋର୍ଡର ମୁଖ୍ୟ ଓ ଅବସରପ୍ରାପ୍ତ କିରାଣି ଅଫିସ କାମ କରିବା ନିୟମ ରହିଛି। ହେଲେ ସରକାର ନିଯୁକ୍ତି ଦେଉ ନାହାନ୍ତି। ମୁଖ୍ୟ ଅଧିକାରୀ ପଦ ୨୦୧୮ ମସିହାରୁ ଖାଲି ପଡିଛି। ଜିଲା ପ୍ରଶାସନର ଜଣେ ଡେପୁଟି କଲେକ୍ଟର ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବ୍ୟସ୍ତବହୁଳ କାର୍ଯ୍ୟରୁ ସମୟ ବାହାର କରି ସେ ଏହି ଦାୟିତ୍ୱ ନିିର୍ବାହ କରୁଛନ୍ତି। ତେଣୁ ଏଭଳି ସମସ୍ୟା ହେଉଛି। ଏ ସମ୍ପର୍କରେ ଏଡିଏମ୍‌ ଉମାକାନ୍ତ ରାଜ କହିଛନ୍ତି, ସ୍ବତନ୍ତ୍ର ବୋର୍ଡ ଗଠନ କରି ଏହାର ପରିଚାଳନା ହୋଇଥାଏ। ସରକାର ନିଯୁକ୍ତି ଦିଅନ୍ତି ନାହିଁ। ସୈନିକ ବୋର୍ଡ ଗଠନ କରି ନିଯୁକ୍ତି ଦେବା କ୍ଷମତା ରହିଛି, ହେଲେ କରୁନାହାନ୍ତି। ଅନ୍ୟପଟେ କମ୍‌ ଦରମା ଓ ଠିକ୍‌ ସମୟରେ ନ ମିଳିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ଗୃହ ବିଭାଗ କେବଳ ତଦାରଖ କରିଥାଏ। ଯବାନମାନଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇ କାମ କରାଯାଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri