Posted inଫୁରସତ

ଶ୍ରୋତାଙ୍କୁ ମତୁଆଲା କରେ ସତ୍ୟବ୍ରତଙ୍କ ସଙ୍ଗୀତ

ବାଲେଶ୍ୱର ଜିଲା ବସ୍ତା ବ୍ଲକ କୁଡିଆ ଗ୍ରାମର ମା’ କାଞ୍ଚନ ଓ ବାପା ଗଣେଶ୍ୱର ଜେନାଙ୍କ ପୁଅ ସତ୍ୟବ୍ରତ। ନିଜର ସୁମଧୁର କଣ୍ଠରେ ଜଗନ୍ନାଥଙ୍କ ଏକ ଭଜନ ଗାଇ ସେ ବେଶ୍‌ ଚର୍ଚ୍ଚାରେ। ଯେଉଁ ଗୀତଟି ସୋସିଆଲ୍‌ ମିଡିଆରେ ଲକ୍ଷାଧିକ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇପାରିଛି। ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ରହିଆସିଛି। ତେଣୁ ମାତ୍ର ୨ୟ ଶ୍ରେଣୀରେ ପଢ଼ିବାବେଳେ ସେ ନୀଳଗିରିରେ ଥିବା କଳା ବିକାଶ କେନ୍ଦ୍ରରେ ଗୁରୁ ଶ୍ରୀ ଗୌରହରି ଜେନାଙ୍କ ପାଖରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ପ୍ରାଚୀନ କଳା କେନ୍ଦ୍ର, ଚଣ୍ଡୀଗଡ଼ର ନୀଳଗିରି ଶାଖାରେ ସଙ୍ଗୀତରେ ବିଶାରଦ ଉପାଧି ହାସଲ କରିଛନ୍ତି।
ବିଦ୍ୟାଳୟ ମଞ୍ଚରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସଙ୍ଗୀତ ଜୀବନ। ସେଠାରେ ବିଭିନ୍ନ ଭଜନ ଗାଇ ସେ ବହୁ ପ୍ରଶଂସା ଓ ପୁରସ୍କାର ପାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ବିଭିନ୍ନ ବ୍ଲକ୍‌ସ୍ତରୀୟ ସଙ୍ଗୀତ, ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହେଲେ। ଧୀରେ ଧୀରେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲାପାଳ ଏବଂ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ। ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ କଳା ଉତ୍ସବରେ ନୀଳଗିରି ବ୍ଲକରୁ ଯାଇ ଜିଲାସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ। ପୁଣି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସେ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି। ସେ କୁହନ୍ତି, ”୨୦୧୮ରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ନୀଳଗିରି ବ୍ଲକରୁ ନିଜ ରାଜ୍ୟ ସହ ଅନ୍ୟ ରାଜ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିବା ମୋ ପାଇଁ ଖୁବ୍‌ ଗର୍ବର ବିଷୟ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରୁ ପୁରସ୍କାର ବାବଦରେ ୫୦୦୦ ଟଙ୍କା ଚେକ୍‌ ସହ ମାନପତ୍ର ଓ ସିଲ୍‌ ଗ୍ରହଣ କରିବା ବେଳର ଖୁସି ଅବର୍ଣ୍ଣନୀୟ।“ ହାଇସ୍କୁଲରେ ପଢ଼ୁଥିବାବେଳେ ସେ ସ୍କାଉଟ୍‌ରେ ଯୋଗ ଦେଇ ଜିଲା ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ବର୍ତ୍ତମାନ ଏକ ଘରୋଇ ଓଡ଼ିଆ ଚ୍ୟାନେଲ୍‌ରେ ପ୍ରସାରିତ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସ୍ବର ଯାଦୁରେ ବିଚାରକଙ୍କଠାରୁ ଆରମ୍ଭ କରି ଶ୍ରୋତାଙ୍କ ମନ ଜିଣିପାରିଛନ୍ତି। ତେବେ ନିଜ ପ୍ରତ୍ୟେକ ସଫଳତାର ଶ୍ରେୟ ମା’ବାପାଙ୍କୁ ଦେଉଥିବା ସତ୍ୟବ୍ରତ ଭବିଷ୍ୟତରେ ଜଣେ ଜାତୀୟସ୍ତରୀୟ କଣ୍ଠଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରନ୍ତି। -ପ୍ରଶାନ୍ତ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri