ହଷ୍ଟେଲ ପାଇଁ ଫୋନ୍‌ କଲେ କଲ୍‌ ଲାଗୁଛି ପିପିଲିରେ

କଟକ ଅଫିସ,୩ା୧୧: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓ୍ବେବସାଇଟ୍‌ରେ ହଷ୍ଟେଲ ଚିଫ୍‌ ଓ୍ବାର୍ଡେନଙ୍କ କାର୍ଯ୍ୟାଳୟ ନମ୍ବରକୁ ନେଇ ଛାତ୍ରୀଛାତ୍ରମାନେ ବିଭ୍ରାନ୍ତ ହେଉଛନ୍ତି। ଉକ୍ତ ନମ୍ବରରେ ଫୋନ୍‌ କଲେ ତାହାକୁ ପିପିଲିର ଏକ ଅଜଣା ବ୍ୟକ୍ତି ଉଠାଉଛନ୍ତି। ଯଦ୍ୱାରା ଛାତ୍ରୀଛାତ୍ରମାନେ ତଥ୍ୟ ପାଇବା ନିମନ୍ତେ ନିରାଶ ହେବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ପ୍ରାଚୀନ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଓ୍ବେବ୍‌ସାଇଟ୍‌ରେ ବିଭ୍ରାନ୍ତିକର ମୋବାଇଲ୍‌ ନମ୍ବର ଦିଆଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରକାଶ ଯେ, ପ୍ରାଚୀନ ଶିକ୍ଷାନୁଷ୍ଠାନ ଭାବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ନାମ ଦେଶବିଦେଶରେ ପରିଚିତି ଲାଭ କରିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରୁ ଛାତ୍ରୀଛାତ୍ରମାନେ ଏହି ମହାନ୍‌ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ ନିମନ୍ତେ ବିଶେଷ ଆଗ୍ରହ ରଖିଆସିଛନ୍ତି। ଏବେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପରେ ଛାତ୍ରାବାସ ଓ ଛାତ୍ରୀନିବାସରେ ରହିବା ନିମନ୍ତେ ବିଦ୍ୟାର୍ଥୀମାନେ ଆବେଦନ କରି ତାଲିକାରେ ନାମ ଆସିବାକୁ ଅପେକ୍ଷା କରିଛନ୍ତି। ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏସମ୍ପର୍କରେ ପଚାରିବାବେଳେ ରେଭେନ୍‌ଶା ଓ୍ବେବସାଇଟ୍‌ରେ ଥିବା ଫୋନ ନମ୍ବରରେ ଛାତ୍ରାବାସ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରିବାକୁ ପରାମର୍ଶ ଦିଆଯାଉଛି। ଏହାବାଦ୍‌ କଟକ ସହରରୁ ବାହାରେ ଥିବା ଛାତ୍ରୀଛାତ୍ରମାନେ ଓ୍ବେବସାଇଟ୍‌ ଉପରେ ଭରସା କରିଥାନ୍ତି। ସେଥିରେ ଥିବା ତଥ୍ୟ ଉପରେ ନିର୍ଭର କରିବା ବ୍ୟତୀତ ଆଉ କୌଣସି ଉପାୟ ନ ଥାଏ। ଏପରିସ୍ଥଳେ ଓ୍ବେବସାଇଟ୍‌ରେ ଦିଆଯାଇଥିବା ଅଫିସ ଅଫ୍‌ ଦି ଚିଫ୍‌ ଓ୍ବାର୍ଡେନ ଲେଖା ତଳକୁ ଦୀପ୍ତି ରଞ୍ଜନ ବେହେରା, ମୋବାଇଲ- ୯୪୩୮୫୬୭୩୯୫ ଲେଖାଅଛି। ଉକ୍ତ ନମ୍ବରରେ ଜଣେ ଛାତ୍ର ଫୋନ୍‌ କରିବା ପରେ ସେପଟୁ ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ଛାତ୍ର ଜଣକ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ କହୁଛନ୍ତି କି ବୋଲି ପଚାରିବାରୁ ସେ ପିପିଲିରୁ କହୁଛନ୍ତି ବୋଲି ଉତ୍ତର ଦେଲେ। ତାଙ୍କ ନାମ ପଚାରିବାରୁ ସେ ନିଜକୁ ଇରଫାନ୍‌ ଖାନ ବୋଲି କହି ଏପରି ଫୋନ୍‌ କଲ ତାଙ୍କ ନିକଟକୁ ଗତ ୬ ମାସ ଧରି ଆସୁଛି ଏବଂ କଲ୍‌ କରୁଥିବା ଲୋକମାନେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନାମଲେଖା ବିଷୟ ସମେତ ବିଭିନ୍ନ କଥା ପଚାରୁଛନ୍ତି ବୋଲି କହିଲେ। ଏଭଳି ଦୈନନ୍ଦିନ ଅନେକ ଫୋନ୍‌ କଲ୍‌ ଉତ୍ତର ସେ ଗତ ୬ ମାସ ହେବ ଦେଇ ନୟାନ୍ତ ହୋଇ ସାରିଲେଣି। ହେଲେ କାହିଁକି ଏମିତି ହେଉଛି ବୋଲି ସେ କିଛି ବୁଝିପାରୁନାହାନ୍ତି ବୋଲି କହିଲେ।

ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଦୀପ୍ତି ରଞ୍ଜନ ବେହେରା ଏଠାକାର ଜଣେ କର୍ମଚାରୀ। ସେ ଆଗରୁ ଚିଫ୍‌ ଓ୍ବାର୍ଡେନ ଅଫିସ ଦାୟିତ୍ୱରେ ଥିଲେ, ଏବେ ନାହାନ୍ତି। ହେଲେ ମୋବାଇଲ ନମ୍ବରଟି ଯଦି ଭୁଲ ରହିଛି, ତାହାକୁ ଆମେ ଓ୍ବେବସାଇଟରେ ସଂଶୋଧନ କରିଦେବୁ। ଏନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଭକ୍ତଚରଣ ପ୍ରଧାନଙ୍କୁ ପଚାରିବାରୁ ସେ ଏ ବାବଦରେ ଅବଗତ ନଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କ ନିମନ୍ତେ ଧର୍ମପଦ, ଇଷ୍ଟ, ଜଗନ୍ନାଥ, ଲଳିତଗିରି, ନିଉ, ନିଉ ପିଜି ଓ ଓ୍ବେଷ୍ଟ ହଷ୍ଟେଲ ରହିଛି। ସେହିପରି ଛାତ୍ରୀମାନଙ୍କ ନିମନ୍ତେ ଭାର୍ଗବୀ, ଦୟା, ଦେବୀ, କାଠଯୋଡ଼ି, ମହାନଦୀ ଓ ପରିଜା ହଷ୍ଟେଲ ରହିଛି। ସମସ୍ତ ହଷ୍ଟେଲର ମୁଖ୍ୟ ଭାବେ ଜଣେ ଚିଫ୍‌ ଓ୍ବାର୍ଡେନ୍‌ ଓ ତାଙ୍କ ତଳେ ଦୁଇଜଣ ଡେପୁଟି ଚିଫ୍‌ ଓ୍ବାର୍ଡେନ ପୃଥକ ଭାବେ ଛାତ୍ରାବାସ ଓ ଛାତ୍ରୀ ନିବାସ ଦାୟିତ୍ୱରେ ଅଛନ୍ତି। ଓ୍ବେବସାଇଟ୍‌ର ସର୍ବାଗ୍ରେ ଚିଫ୍‌ ଓ୍ବାର୍ଡେନ ଡ. ଶିବବ୍ରତ ଦାସ ଫଟୋ ସହ ସ୍ଥାନିତ ହୋଇଛି। ତଳକୁ ବାମ ପାର୍ଶ୍ୱରେ ଡେପୁଟି ଚିଫ ଓ୍ବାର୍ଡେନ, ଲେଡିଜ ହଷ୍ଟେଲ ଡ. ଉର୍ମିଶ୍ରୀ ବେଦମାତା ଏବଂ ଡେପୁଟି ଚିଫ୍‌ ଓ୍ବାର୍ଡେନ, ବୟେଜ ହଷ୍ଟେଲ ଡ. ଚିତ୍ତରଞ୍ଜନ ନାୟକଙ୍କ ନାମ ଉଲ୍ଲେଖ ରହିଛି। ହେଲେ ଏସମସ୍ତ ଅଧିକାରୀମାନଙ୍କ କୌଣସି ଯୋଗାଯୋଗ ନମ୍ବର ଓ୍ବେବସାଇଟ୍‌ରେ ଦିଆଯାଇନାହିଁ। ତୁରନ୍ତ ଏହାକୁ ସଂଶୋଧନ କରିବା ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri