ଟ୍ରକ୍‌ ମାଲିକଙ୍କ ଅନଶନ ଜାରି, ଦାୟିତ୍ୱ ହସ୍ତାନ୍ତର ନ କଲେ ସଂଘ କାର୍ଯ୍ୟାଳୟ ଘେରାଉ ଚେତାବନୀ

କେନ୍ଦୁଝର,୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ଅବଧି ଶେଷ ହୋଇଯାଇଥିଲେ ହେଁ ନିର୍ବାଚନ ହେଉ ନ ଥିବାରୁ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ପ୍ରଶାସନ ତଥା ପରାମର୍ଶ ବୋର୍ଡଙ୍କ ଆଦେଶକୁ ମାନି ଦାୟିତ୍ୱ ହସ୍ତାନ୍ତର କରି ନିର୍ବାଚନ କରିବା ପାଇଁ ସହ ଯୋଗ କରୁ ନ ଥିବାରୁ ଅଭିଯୋଗ କରି ଗତ ୩୧ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ୍‌ ମାଲିକମାନେ ଅନିର୍ଦ୍ଦିଷ୍ଟ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଫେରାଇ ଆଣି ନିର୍ବାଚନ କରିବା ଦାବିରେ ଏହି ଆନ୍ଦୋଳନ ଚାଲିଥିଲେ ହେଁ ସଂଘ କାର୍ଯ୍ୟକାରିଣୀ କମିଟି ପଦକ୍ଷେପ ନେଉ ନ ଥିବାରୁ ପୁଞ୍ଜୀଭୂତ ଅସନ୍ତୋଷ ଧୀରେ ଧୀରେ ଆନ୍ଦୋଳନର ରୂପ ନେବାକୁ ବସିଛି। ତୁରନ୍ତ ଦାୟିତ୍ୱ ହସ୍ତାନ୍ତର ନ କଲେ ବାଧ୍ୟ ହୋଇ ଟ୍ରକ ମାଲିକମାନେ ସଂଘ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଦାୟିତ୍ୱ ହାତକୁ ନେଇ ଆସନ୍ତା ୨୫ରେ ନିର୍ବାଚନ କରି ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇବାକୁ ଜିଲା ପ୍ରଶାସନ ଚିଠି କରି ପରାମର୍ଶ ବୋର୍ଡଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ଏସ୍‌ପିଙ୍କ ଚୌକି ଜବତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

କେନ୍ଦୁଝର,୬ା୯: ପୋଲିସ ଗାଡ଼ି ଧକ୍କାରେ ଜଣେ ଖବରକାଗଜ ବିତରକ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଅଦାଲତ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ।...

ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…

ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ...

ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍‌

କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି। ଜିଲା ମୁଖ୍ୟ କାରାଗାରର...

ବଡ଼ବିଲ ସବ୍‌ଜେଲ ୱାର୍ଡର ନିଲମ୍ବିତ

ବଡ଼ବିଲ,୫ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ସବ୍‌-ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟଣାରେ ଓ୍ବାର୍ଡର ତରୁଣ କୁମାର ପରିଡ଼ା ନିଲମ୍ବିତ ହୋଇଛନ୍ତି। ବାରିପଦା ସର୍କଲ ଜେଲ...

ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ…

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri