୪ରୁ ଝାରସୁଗୁଡ଼ା ଦେଇ ଏଲାୟନ୍ସ ଏୟାର ବିମାନର ପରୀକ୍ଷାମୂଳକ ଉଡ଼ାନ

ଝାରସୁଗୁଡ଼ା ଅଫିସ,୩ା୧୧- ଝାରସୁଗୁଡ଼ା ଭିଏସ୍‌ଏସ୍‌ (ବୀର ସୁରେନ୍ଦ୍ର ସାଏ)ବିମାନ ବନ୍ଦର ଦେଇ ଚଳାଚଳ କରୁଥିବା ଏକମାତ୍ର ସ୍ପାଇସଜେଟ ବିମାନ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁ ନ ଥିବାବେଳେ ଅତିରିକ୍ତ ବିମାନ ଚଳାଚଳ କରିବାର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ଏହି ବିମାନବନ୍ଦର ଦେଇ ଆଉ ଏକ ଏଲାୟନ୍ସ ଏୟାର ବିମାନ ପରୀକ୍ଷାମୂଳକ ଭାବେ ଉଡାନ କରିବାକୁ ଯାଉଛି। ଏହା ସଫଳ ହେଲେ ବିମାନ ଯାତ୍ରୀମାନେ ଉପକୃତ ହେବେ। ଏହା ଝାରସୁଗୁଡ଼ା ରୁଟ୍‌ରେ ଦ୍ୱିତୀୟ ବିମାନ ହେବ। ଭିଏସ୍‌ଏସ୍‌ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏଲାୟନ୍ସ ଏୟାର ବିମାନ ନମ୍ବର ୯ ଆଇ ୮୪୭ ଦିଲ୍ଲୀରୁ ପୂର୍ବାହ୍ନ ୧୦ଟାରେ ବାହାରି ରାୟପୁରରେ ୧୨ଟା ୪୫ ମିନିଟରେ ପହଞ୍ଚିବ। ରାୟପୁରରୁ ଅପରାହ୍ନ ୧ଟା ୧୨ମିନିଟରେ ବାହାରି ଝାରସୁଗୁଡ଼ାରେ ୨ଟା ୧୫ମିନିଟରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଅପରାହ୍ନ ୨ଟା ୪୫ମିନିଟରେ ବାହାରି ଦିଲ୍ଲୀରେ ୫ଟା ୧୫ମିନିଟରେ ପହଞ୍ଚିବ। ସମୟ ସାରଣୀ ଘୋଷଣା ପରେ ଝାରସୁଗୁଡ଼ା ଦେଇ ଚଳାଚଳ କରୁଥିବା ଏଲାୟନ୍ସ ଏୟାରର କେତେକ ରୁଟ୍‌ରେ ପରିବର୍ତ୍ତନ କରାଯାଇଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏଲାୟନ୍ସ ଏୟାରର ବିମାନ ନଂ. ୯ ଆଇ-୭୪୫ କୋଲକାତାରୁ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାହାରି ଝାରସୁଗୁଡ଼ାରେ ୧ଟା ୫୦ ମିନିଟରେ ପହଞ୍ଚିବ। ପୁଣି ବିମାନ ଝାରସୁଗୁଡ଼ାରୁ ଅପରାହ୍ନ ୨ଟା ୪୦ ମିନିଟରେ ବାହାରି ଭୁବନେଶ୍ବରରେ ୩ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଏଲାୟନ୍ସ ଏୟାର ବିମାନ ନଂ ୯ ଆଇ-୭୪୬ ଭୁବନେଶ୍ବରରୁ ଅପରାହ୍ନ ୪ଟା ୩୫ମିନିଟରେ ବାହାରି ଝାରସୁଗୁଡ଼ାରେ ୫ଟା ୩୫ ମିନିଟରେ ପହଞ୍ଚିବ। ପୁନଶ୍ଚ ଏହି ବିମାନ ଝାରସୁଗୁଡ଼ାରୁ ସା ୬ଟା ୦୫ରେ ବାହାରି କୋଲକାତାରେ ୭ଟା ୨୫ରେ ପହଞ୍ଚିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri