ମିଳିଲା ଆଉ ୫୦ କ୍ରିପ୍ଟୋ ୱାଲେଟ୍‌

ଭୁବନେଶ୍ୱର,୪।୧୧ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଗୁରୁବାର ୩ ଦିନିଆ ରିମାଣ୍ଡରେ ଆଣିଛି ଭିଜିଲାନ୍ସ। ପଚରାଉଚରା ପରେ ନିହାରରଞ୍ଜନଙ୍କ କ୍ରିପ୍ଟୋ କାରବାର ସମ୍ପର୍କରେ ଭିଜିଲାନ୍ସକୁ ଅଧିକ ତଥ୍ୟ ମିଳିଛି। ଚଢ଼ାଉ ସମୟରେ ୩୮ଟି କ୍ରିପ୍ଟୋ ୱାଲେଟ୍‌ ଜବତ ହୋଇଥିବାବେଳେ ଏବେ ଆଉ ୫୦ ନୂଆ କ୍ରିପ୍ଟୋ ୱାଲେଟ୍‌ ମିଳିଛି। ଫଳରେ ନିହାର ରଞ୍ଜନଙ୍କ କ୍ରିପ୍ଟୋ ୱାଲେଟ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। ଅଭିଯୁକ୍ତ ନିହାର ରଞ୍ଜନ ଏସବୁରେ ମୋଟ ୨ କୋଟିରୁ ଅଧିକ ନିବେଶ କରିଥିବା ଜଣାପଡିଛି। ତାଙ୍କୁ ଫାଇନାନ୍‌ସିଆଲ୍‌ ଏକ୍ସପଟର୍‌ସ ଓ ଟେକ୍‌ନିକାଲ କର୍ମଚାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ପଚରାଉଚରା କରୁଛନ୍ତି। ଏପରିକି ମୁମ୍ବାଇରୁ ସ୍ବତନ୍ତ୍ର କ୍ରିପ୍ଟୋ ଏକ୍ସପର୍ଟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚତ୍ ତଦନ୍ତକାରୀ ଟିମ୍‌କୁ ସହାୟତା କରୁଛନ୍ତି। ନିହାର ରଞ୍ଜନ କ୍ରିପ୍ଟୋ କରେନ୍ସିରେ ଏପରି ଆଉ ଅଧିକ ଟଙ୍କା ନିବେଶ କରିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ତେଣୁ ତଦନ୍ତକାରୀ ଟିମ୍‌ ତାଙ୍କ ବ୍ୟାଙ୍କ ନେଣଦେଣ ଯାଞ୍ଚ କରିବା ସହ କ୍ରିପ୍ଟୋ କାରବାର ଉପରେ ଅଧିକ ଅନୁସନ୍ଧାନ କରୁଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ରିମାଣ୍ଡର ଦ୍ୱିତୀୟ ଦିନରେ ଏହି ମାମଲାରେ ଭିଜିଲାନ୍ସକୁ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ଶୁକ୍ରବାର ନିହାର ରଞ୍ଜନଙ୍କ ଘର ସମେତ ୩ ଜିଲାର ୬ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ସୁନା ଅଳଙ୍କାର, ପ୍ଲଟ, ଫ୍ଲାଟ୍‌, ଯାନବାହାନ ଏବଂ ଘରୋଇ ଉପକରଣ ସମେତ ମୋଟ ୩.୯୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା, ଯାହାକି ତାଙ୍କ ପ୍ରକୃତ ଆୟଠାରୁ ୨୭୫ ପ୍ରତିଶତ ଅଧିକ। ଏନେଇ ଭିଜିଲାନ୍ସ ନିହାର ରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି। ଶନିବାର ନିହାର ରଞ୍ଜନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri