Posted inଖେଳ

ପାକିସ୍ତାନ ପାଇଁ କଡ଼ା ପରୀକ୍ଷା

ଟୁର୍ନାମେଣ୍ଟରୁ ଏଲିମିନେଟ୍‌ ହେବାର ଦ୍ୱାରଦେଶରୁ ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା ପାକିସ୍ତାନ। ନେଦରଲାଣ୍ଡ୍ସ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହୋଇ ନ ଥିଲେ ଏବେ ସେମିଫାଇନାଲ ଲାଇନ୍‌ଅପ୍‌ ଭିନ୍ନ ଧରଣର ହୋଇଥାନ୍ତା। ଦକ୍ଷିଣ ଆଫ୍ରିକା ଏହାର କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନେଦରଲାଣ୍ଡ୍ସଠାରୁ ମାତ୍ର ୧୩ ରନ୍‌ରେ ହାରିଯିବା ଦ୍ୱାରା ବିଦାୟ ପଥରେ ଥିବା ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଦଳକୁ ଭାଗ୍ୟ ମଧ୍ୟ ସାଥ୍‌ ଦେଇଥିଲା। ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ଦକ୍ଷତାଠାରୁ ନିମ୍ନଧରଣର ପ୍ରଦର୍ଶନ କରିଥିଲା। ସେମିଫାଇନାଲରେ ପହଞ୍ଚତ୍ ଯାଇଥିବାରୁ ପାକିସ୍ତାନ ପାଇଁ ଏବେ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ସମୟ ଆସିଛି। ଭାରତଠାରୁ ୪ ଉଇକେଟରେ ଏବଂ ଜିମ୍ବାଓ୍ବେ ନିକଟରୁ ୧ ରନ୍‌ରେ ହାରିଯିବା ପରେ ପାକିସ୍ତାନର ଆଶା ମଉଳିଥିଲା। ମାତ୍ର ପରବର୍ତ୍ତୀ ୩ ମ୍ୟାଚ୍‌ରେ ଯଥାକ୍ରମେ ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇ ଦଳ ବଡ଼ ମୁକାବିଲାରେ ପହଞ୍ଚତ୍ୟାଇଛି। ଟୁର୍ନାମେଣ୍ଟର ଅନ୍ୟତମ ସଫଳ ଦଳ ହେଉଛି ପାକିସ୍ତାନ। ଏହି ଦଳ ୨୦୦୭ ପ୍ରଥମ ସଂସ୍କରଣରେ ଭାରତଠାରୁ ହାରି ରନରଅପ୍‌ ହୋଇଥିଲେ ହେଁ ପରବର୍ତ୍ତୀ ୨୦୦୯ ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଥିଲା। କେବଳ ସେତିକି ନୁହେଁ ଏହି ଦଳ ୨୦୧୦, ୨୦୧୨ ଓ ୨୦୨୧ରେ ସେମିଫାଇନାଲ ମଧ୍ୟ ଖେଳିଥିଲା।
ଅଧିନାୟକ ବାବର ଆଜମଙ୍କ ବିଫଳତା ଦଳକୁ ଚିନ୍ତାରେ ପକାଇଛି। ବାବର ୫ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ମାତ୍ର ୭.୮୦ ଆଭରେଜ୍‌ରେ ୩୯ ରନ୍‌ କରିପାରିଛନ୍ତି। ଅନ୍ୟତମ ଓପ୍‌ନର ମହମ୍ମଦ ରିଜ୍‌ଓ୍ବାନ ମଧ୍ୟ ୨୦.୬୦ ଆଭରେଜ୍‌ରେ ୧୦୩ ରନ୍‌ କରିପାରିଛନ୍ତି। ଶାନ୍‌ ମାସୁଦ ସର୍ବାଧିକ ୧୩୪ ରନ୍‌ ସଂଗ୍ରହ କରିଛନ୍ତି। ଇଫ୍‌ତିକାର ଅହମଦ ଓ ଶଦାବ ଖାଁ ମଧ୍ୟ ଭଲ ଯୋଗଦାନ ଦେଇଛନ୍ତି। ବୋଲିଂରେ ଶଦାବ ସର୍ବାଧିକ ୧୦, ଶାହିନ ଶାହା ଆଫ୍ରିଦୀ ୮, ମହମ୍ମଦ ଓ୍ବାସିମ ୭ ଓ ହାରିସ ରୌଫ ୬ଟି ଉଇକେଟ ନେଇଛନ୍ତି। ତେଣୁ ଆଗାମୀ ମ୍ୟାଚ୍‌ରେ ଟପ୍‌ ଅର୍ଡର କ୍ଲିକ୍‌ କରିବା ସହ ପାକିସ୍ତାନକୁ ଦଳଗତ ପ୍ରଦର୍ଶନ ଦେବାକୁ ହେବ। ଗ୍ରୁପ୍‌ ପର୍ଯ୍ୟାୟ ଅପେକ୍ଷା ଏହି ଦଳ ନକ୍‌ଆଉଟ ମ୍ୟାଚ୍‌ଗୁଡ଼ିକରେ ବିପଜ୍ଜନକ ସାବ୍ୟସ୍ତ ହୋଇଥିବା ଇତିହାସ ରହିଛି। ତେଣୁ ନ୍ୟୁଜିଲାଣ୍ଡକୁ ଆଗାମୀ ମ୍ୟାଚ୍‌ ସତର୍କତାର ସହ ଖେଳିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri