ସେଲର୍‌ ପ୍ୟାଣ୍ଟ

ମୁଖ୍ୟତଃ ଶୀତଦିନେ ହିଁ ସେଲର୍‌ ପ୍ୟାଣ୍ଟର ଚାହିଦା ବେଶ୍‌ ରହିଥାଏ। କାରଣ ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ସବୁଠୁ ବଡ଼ କଥା ହେଉଛି ଏହାକୁ ଉଭୟ ଫର୍ମାଲ୍‌ ତଥା କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ ଆରାମରେ କ୍ୟାରି କରିହୁଏ…

ଉଇଣ୍ଟର ଫ୍ୟାଶନରେ ସେଲର୍‌ ପ୍ୟାଣ୍ଟ ଏକ ଜଣାଶୁଣା ନାଁ। ଏହା ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ସ୍ମାର୍ଟ ଲୁକ୍‌ ବି ଦେଇଥାଏ। ତା’ସହିତ ଗୋଡ଼କୁ ଶୀତଦାଉରୁ ମଧ୍ୟ ରକ୍ଷା କରିଥାଏ। ସବୁଠୁ ବଡ଼ କଥା ହେଉଛି ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଉଭୟ ଫର୍ମାଲ୍‌ ଓ କାଜୁଆଲ୍‌ ଆଉଟ୍‌ଫିଟ୍‌ ଭାବେ କ୍ୟାରି କରିବାରେ ବହୁତ ସୁବିଧା ହୁଏ। ତେବେ ସେଲର୍‌ ପ୍ୟାଣ୍ଟର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆନିମଲ୍‌ ପ୍ରିଣ୍ଟ: ଆନିମଲ୍‌ ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌ ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ଖାସ୍‌କରି ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ଦିଏ। ତେବେ ଏମିତି କିଛି ଆନିମଲ୍‌ ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ବି ରହିଛି ଯାହାର ଅଣ୍ଟା ପାଖରେ ଚଉଡା ଟାଇଟ୍‌ ବେଲ୍ଟ ଲାଗିଥିବାବେଳେ ଆଉ କିଛି ପ୍ୟାଣ୍ଟରେ ପ୍ଲିଟ୍‌ ଷ୍ଟାଇଲ୍‌ ହୋଇଥାଏ, ଯାହାକୁ ମ୍ୟାଚିଂ ଶାର୍ଟ କିମ୍ବା ଟପ୍ସ ସହ ପିନ୍ଧି ଅଫିସ୍‌କୁ ବି ଯାଇହେବ।

ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ: ଶାଟିନ୍‌ କିମ୍ବା କ୍ରେପ୍‌ ଫ୍ୟାବ୍ରିକ୍‌ରେ ଆସୁଥିବା ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟର ଚାହିଦା ଯୁବତୀଙ୍କ ମଧ୍ୟରେ ଅଧିକ ରହିଥାଏ। ଅନ୍ୟପକ୍ଷେ ଓ୍ବାଇଡ୍‌ ଲେଗ୍‌ ଷ୍ଟାଇଲ୍‌ର ପ୍ଲେନ୍‌ ସେଲର୍‌ ପ୍ୟାଣ୍ଟ ବି ଯୁବତୀଙ୍କୁ ସୋବର୍‌ ଲୁକ୍‌ ଦେଇଥାଏ। ତେବେ ଏହି ଟାଇପ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗକୁ ଫ୍ରିଲ୍‌ ସ୍ଲିଭ୍ସ ଓ୍ବିଣ୍ଟର୍‌ ଟପ୍ସ ବେଶ୍‌ ଭଲ ମାନିଥାଏ।

କ୍ରପ୍ଡ ଷ୍ଟାଇଲ୍‌: ଡେନିମ୍‌ ଲଭର୍‌ ଯୁବତୀମାନେ ଯଦି କିଛି ନୂଆ ଷ୍ଟାଇଲ୍‌ର ପ୍ୟାଣ୍ଟ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ କ୍ରପ୍ଡ ଓ୍ବାଇଡ୍‌ ଲେଗ୍‌ ସେଲର୍‌ ପ୍ୟାଣ୍ଟ ସେମାନଙ୍କ ପାଇଁ ଏକ ଭଲ ଅପ୍ସନ ହୋଇପାରିବ। ତେବେ ଏହି ଷ୍ଟାଇଲ୍‌ର ସେଲର୍‌ ପ୍ୟାଣ୍ଟ ସାଙ୍ଗକୁ ଶ୍ରଗ୍‌ କିମ୍ବା ଜ୍ୟାକେଟ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିବ।

ଚେକ୍‌ ପ୍ରିଣ୍ଟ ଷ୍ଟାଇଲ୍‌: ଏହି ପ୍ରିଣ୍ଟର ସେଲର୍‌ ପ୍ୟାଣ୍ଟ ଯୁବତୀଙ୍କୁ କାଜୁଆଲ୍‌ ଲୁକ୍‌ ଦେଇଥାଏ। ମୁଖ୍ୟତଃ ଶୀତଦିନେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟକୁ ଲେଦର୍‌ ଜ୍ୟାକେଟ୍‌ ସହ କ୍ୟାରି କଲେ ଟ୍ରେଣ୍ଡି ଲୁକ୍‌ ମିଳିଥାଏ। ଅନ୍ୟପକ୍ଷେ ବାଇକର୍‌ କିମ୍ବା ବମ୍ବର ଲେଦର୍‌ ଜ୍ୟାକେଟ୍‌ ସହିତ ବି ଚେକ୍‌ ପ୍ରିଣ୍ଟ ଥିବା ସେଲର୍‌ ପ୍ୟାଣ୍ଟ ଭଲ ମ୍ୟାଚ୍‌ କରିଥାଏ।

ହାଇଓ୍ବେଷ୍ଟ ପ୍ୟାଣ୍ଟ: ହାଇଓ୍ବେଷ୍ଟ ଥିବା ସେଲର୍‌ ପ୍ୟାଣ୍ଟ ପିନ୍ଧିବାକୁ ବେଶ୍‌ କମ୍ଫର୍ଟେବଲ୍‌ ଲାଗିଥାଏ। ଆଉଟିଂରେ ଯିବାବେଳେ କାଜୁଆଲ୍‌ ଓ୍ବେର୍‌ ଭାବେ ଏହାକୁ କ୍ୟାରି କରିବା ସହଜ ହୋଇଥାଏ। ତେବେ ଏହି ଷ୍ଟାଇଲ୍‌ର ପ୍ୟାଣ୍ଟ ସହ କଣ୍ଟ୍ରାଷ୍ଟ କଲର୍‌ର ଟପ୍ସ ବି ଭଲ ମାନିଥାଏ। ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଯୁବତୀ ଚାହିଁଲେ ଏହି ଟାଇପ୍‌ର ଆଉଟ୍‌ଫିଟ୍‌ ସାଙ୍ଗକୁ ଡିଜାଇନର ସ୍କାର୍ଫ ମଧ୍ୟ ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri