ଥାକରେ ବିରଜାକ୍ଷେତ୍ରକୁ ରେଳପଥ ସଂଯୋଗ

ଯାଜପୁର ଅଫିସ,୧୮ା୧୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ଭାୟା ଯାଜପୁରକୁ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ୨୦୧୮-୧୯ ବର୍ଷରୁ ଥାକରେ ରଖାଯାଇଛି।
ଯାଜପୁର-କେନ୍ଦୁଝର ରୋଡ୍‌ଠାରୁ ଭଦ୍ରକ ଦେଇ ଧାମରା ବନ୍ଦରକୁ ଯାଇଥିବା ରେଳଲାଇନର କ୍ଷମତା ଅନୁସାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନୂତନ ରେଳଲାଇନର ଆବଶ୍ୟକତା ନାହିଁ। ବର୍ତ୍ତମାନ କ୍ଷମତାଠାରୁ ୬୬% ଟ୍ରେନ ଚଳାଚଳ କରୁଛି। ବଳକା ଜମି ରହିଛି, କିନ୍ତୁ ଯେତେବେଳେ କ୍ଷମତାଠାରୁ ୮୦% ଟ୍ରେନ ଚଳାଚଳ ଅତିକ୍ରମ କରିବ ସେତେବେଳେ ଦୋହରୀକରଣ ରେଳଲାଇନ ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୧୦୪୩ କୋଟି ଟଙ୍କା ଖର୍ଚ୍ଚ କରି ସମାନ୍ତର ରେଳଲାଇନର ଆବଶ୍ୟକତା ନାହିଁ ବୋଲି ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ(ନିର୍ମାଣ) ପକ୍ଷରୁ କୁହାଯାଇଛି। ସତ୍ୟପ୍ରକାଶ ବେହୁରିଆ ମାଗିଥିବା ୧୬ା୧୧ା୨୦୨୨ ତାରିଖର ସୂଚନା ଅଧିକାର ଆଇନ(ଆରଟିଆଇ)ତଥ୍ୟରେ ଏଭଳି ଉତ୍ତର ଜିଲାବାସୀଙ୍କୁ ବ୍ୟଥିତ କରିଛି। ସର୍ଭେ ଅନୁଯାୟୀ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନଠାରୁ ରାମପୁର ଶଗଡି, ଯାଜପୁର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ବିଶ୍ୱାଳି ଓ ଧାମରାକୁ ନୂତନ ଷ୍ଟେଶନ ପ୍ରସ୍ତାବ ରହିଛି। ଏହାକୁ ଅଣଦେଖା କରି ପୂର୍ବରୁ ରହିଥିବା ଭଦ୍ରକ ଦେଇ ରେଳଲାଇନ ଉପରେ ତଥ୍ୟ ପ୍ରଦାନ କରି ଭୁଆଁ ବୁଲାଯାଉଛି ବୋଲି ଅଭିଯୋଗ ହୋଇଛି।
ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ପର୍ଯ୍ୟନ୍ତ ୯୫.୯୫୦ କିମି ନୂତନ ରାସ୍ତା ପାଇଁ କେନ୍ଦ୍ର ସରକରଙ୍କ ନିର୍ଦ୍ଦେଶକ୍ରମେ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଳବାଇ ବୋର୍ଡ଼ ନିକଟରେ ନଥିପତ୍ର ଦାଖଲ କରାଯାଇ ସାରିଛି ା ଏହି ରେଳପଥ ନିର୍ମାଣ ପାଇଁ ୧୦୪୨.୬୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ମଧ୍ୟ ହୋଇଛି ା ଉକ୍ତ ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳପଥ ବର୍ଷକୁ ୨୭.୪୩ ପ୍ରତିଶତ ଲାଭବାନ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି ା ଯାଜପୁରରେ ବିଶ୍ୱପ୍ରସିଦ୍ଧ କ୍ଷେତ୍ରେଶ୍ୱରୀ ମା’ବିରଜାଙ୍କ ଶକ୍ତିପୀଠ ଥିବାବେଳେ ଭଦ୍ରକ ଜିଲାର ଆରଡ଼ିଠାରେ ବିଶ୍ୱପ୍ରସିଦ୍ଧ ଆଖଣ୍ଡଳମଣି ଧାମ ରହିଛି। ଏହି ଦୁଇଟି ଜାଗାକୁ ପ୍ରତିଦିନ ଦେଶ ବିଦେଶରୁ ଯାତ୍ରୀମାନେ ଆସି ଥାଆନ୍ତି ା କିନ୍ତୁ ଧାମରା ବନ୍ଦର ପର୍ଯ୍ୟନ୍ତ ପୂର୍ବରୁ ରହିଥିବା ରେଳଲାଇନରେ ବିରଜାଙ୍କ ଶକ୍ତିପୀଠ ଏବଂ ଆରଡିକୁ ରେଳ ସଂଯୋଗ ନାହିଁ। ସେହି ରେଳଲାଇନ ସିଧାସଳଖ ଭଦ୍ରକ ଦେଇ ଧାମରା ପର୍ଯ୍ୟନ୍ତ ଯାଇଛି। ତେଣୁ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ୍‌ ରାଜଧାନୀ ଭାବେ ପରିଗଣିତ ହୋଇସାରିଲାଣି ା ଏଠାରୁ ଧାମରା ଦେଇ ଦେଶ ବିଦେଶକୁ ମାଲ ପରିବହନ କରିବା ପାଇଁ ସୁଗମ ହେବ। ଏହି ରେଳପଥ ନିର୍ମାଣ ଦ୍ୱାରା ଜିଲାର ଉପତ୍ାଦିତ କୃଷିଜାତ ଦ୍ରବ୍ୟର ପରିବହନ ଉନ୍ନତି ଆସିବା ସହିତ ଖାଉଟି ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଅଧିକ ସୁବିଧାଜନକ ହେବ ବୋଲି ଦାବି ହୋଇ ଆସିଛି ା ହେଲେ ବିଗତ ବର୍ଷରେ ରେଳ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ମିଳି ନ ଥିବାରୁ ଜିଲବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା
୨୦୨୦-୨୧ ରେଳ ବଜେଟ୍‌ରେ ଏହି ପ୍ରକଳ୍ପକୁ ସ୍ଥାନ ନ ମିଳିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନ ଆରଟିଆଇର ତଥ୍ୟକୁ ଅବଲୋକନ କଲେ ରେଳ ବିଭାଗ ସର୍ଭେ ଅନୁସାରେ ନୂତନ ରେଳଷ୍ଟେଶନଗୁଡିକୁ ବାଦ୍‌ ଦେଇ ପୂର୍ବରୁ ରହିଥିବା ରେଳଲାଇନର କ୍ଷମତା ଅନୁଯାୟୀ ଟ୍ରେନ ଚଳାଚଳର ପ୍ରତିଶତକୁ ଗୁରୁତ୍ୱ ଦେଇଛନ୍ତି। ଯେଉଁଥିରେ ନୂତନ ପ୍ରସ୍ତାବିତ ଉପରୋକ୍ତ ରେଳ ଷ୍ଟେଶନ ଏବଂ ଦିଗ ଉପରେ କୌଣସି ସାମଞ୍ଜସ୍ୟ ରହୁନାହିଁ। ଅନ୍ୟପକ୍ଷେ ବର୍ତ୍ତମାନ ଧାମରା ପୋର୍ଟରୁ ପରିବହନ କ୍ଷମତା ବହୁଗୁଣରେ ବୃଦ୍ଧି ଘଟିଛି। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି କୌଣସି ନା କୌଣସି ଆଳ ଦେଖାଇ ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି ବୋଲି ଜିଲାବାସୀ ମତପୋଷଣ କରିଛନ୍ତି ା ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନର କର୍ମକର୍ତ୍ତା ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri