ଧର୍ମ ଓ ଅଧର୍ମ

ଜଚ୍ଚିଦାନନ୍ଦ ଦାଶ

ସଂସ୍କୃତ ମହାଭାରତରେ କର୍ଣ୍ଣପର୍ବରେ କୃଷ୍ଣ ଅର୍ଜୁନଙ୍କୁ ଅଳ୍ପଜ୍ଞ ତପସ୍ବୀ କୌଶିକଙ୍କ କାହାଣୀ କହିଥିଲେ, ”କୌଶିକଙ୍କ ଧର୍ମ ଥିଲା ସେ ସବୁବେଳେ ସତ କହିବେ, କେବେ ମିଛ ନ କହିଥିବାରୁ ସତ୍ୟବାଦୀ ବୋଲି ତାଙ୍କର ଖ୍ୟାତି ଥିଲା। ଦିନେ କେତେଜଣ ଲୋକ ଡକାୟତଙ୍କ କବଳରୁ ଖସି ଆସି ତାଙ୍କ ଆଶ୍ରମ ପାଖରେ ଆଶ୍ରୟ ନେଲେ। ଡକାୟତମାନେ ଖୋଜି ଖୋଜି କୌଶିକଙ୍କ ଆଶ୍ରମରେ ଆସି ପହଞ୍ଚିଲେ। ସେମାନେ କୌଶିକଙ୍କୁ ପଚାରିଲେ, କେତେଜଣ ଲୋକ ଆପଣଙ୍କ ଆଶ୍ରମବାଟେ ଆସିଥିଲେ, ସେମାନେ କେଉଁ ରାସ୍ତାରେ ଗଲେ ଆମକୁ କୁହନ୍ତୁ। ସତ୍ୟବାଦୀ କୌଶିକ କହିଲେ, ଏଇ ଜଙ୍ଗଲ ଭିତରେ ସେମାନେ ଲୁଚିଛନ୍ତି। ଡକାୟତମାନେ ସେମାନଙ୍କୁ ଖୋଜି ବାହାର କରି ନୃଶଂସ ଭାବରେ ହତ୍ୟା କଲେ ଓ ସେମାନଙ୍କର ଧନ ସମ୍ପତ୍ତି ଲୁଟି ନେଇଗଲେ। ଉପାଖ୍ୟାନ ଶେଷ କରି କୃଷ୍ଣ କହିଲେ – କୌଶିକ ଧର୍ମର ସୂକ୍ଷ୍ମ ତତ୍ତ୍ୱ ବୁଝି ନ ଥିଲେ। ତେଣୁ ଆଶ୍ରିତର ପ୍ରାଣରକ୍ଷା ଅପେକ୍ଷା ନିଜର ସତ୍ୟବାଦିତାକୁ ଶ୍ରେଷ୍ଠ ଧର୍ମ ବୋଲି ବିଚାର କଲେ। ଫଳରେ ସେ ପାପଗ୍ରସ୍ତ ହୋଇ ନରକରେ ପଡ଼ିଲେ।“ ଏ କାହାଣୀର ମୂଳ ଉପଦେଶ ହେଲା – ଯେଉଁଠି ସତ କହିଲେ ମିଛ କହିଲା ପରି ଅହିତ ହୁଏ, ସେଠି ସତ କହିବା ଅନୁଚିତ, ବରଂ ମିଛ କହିବା ହିଁ ଉଚିତ। ଅର୍ଥାତ୍‌ କୌଶିକ ମିଛ କହି ଧର୍ମର ଆଶ୍ରୟ ନେଇପାରିଥାନ୍ତେ, ମାତ୍ର ସତ କହି ଅଧର୍ମର ଆଶ୍ରୟ ନେଲେ।
ଏହି କାହାଣୀଟି ଯଦି ବିଭିନ୍ନ ଲୋକଙ୍କୁ କହି କୌଶିକଙ୍କର କ’ଣ କହିବା ଉଚିତ ଥିଲା ବୋଲି ପଚରାଯାଏ, ତା’ହେଲେ ସେମାନେ ବିଭିନ୍ନ ଉତ୍ତର ଦେବେ। କେତେକ କୌଶିକଙ୍କର ସତ୍ୟବାଦିତାକୁ ସମର୍ଥନ କରିବେ ଓ କେତେକ ତାଙ୍କର ମିଛ କହିବା ଉଚିତ ବୋଲି କହିବେ। ଏଠାରେ ମିଛ ଧର୍ମର ପ୍ରତୀକ ହେବା ସ୍ଥଳେ ସତ ଅଧର୍ମର ପ୍ରତୀକ। ଧର୍ମ ଓ ଅଧର୍ମ ନେଇ ଆଉ ଏକ ଛୋଟ ଉଦାହରଣ। ମଣିଷର ଡାହାଣ ହାତରେ ଖାଇବା ଧର୍ମ ଓ ବାମହାତରେ ଖାଇବା ଅଧର୍ମ ବୋଲି ସମସ୍ତେ ଭାବି ଥାଆନ୍ତି। ମାତ୍ର ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତି ଯାହାର କି ଦକ୍ଷିଣ ହସ୍ତ କଟିଯାଇଛି, ସେ ତ ନିଶ୍ଚୟ ବାମ ହସ୍ତରେ ଖାଦ୍ୟ ଗ୍ରହଣ କରିବ। ତେଣୁ ଏଠି ବିଚାର କରିବା କଥା ଯେ ଏ କ୍ଷେତ୍ରରେ ବାମ ହସ୍ତରେ ଖାଦ୍ୟ ଖାଇଲେ ପାପ କି ଅଧର୍ମ ନୁହେଁ। କୌଶିକଙ୍କ ପରି କେତେ ଲୋକ ଧର୍ମ ଓ ଅଧର୍ମକୁ ଆକ୍ଷରିକ ଅର୍ଥରେ ବୁଝନ୍ତି ଓ ଭୀଷ୍ମ, ବିଦୁର ଏବଂ କୃଷ୍ଣଙ୍କ ପରି ଆଉ କେତେକ ଲୋକ ସୂକ୍ଷ୍ମ ଅର୍ଥରେ ବୁଝନ୍ତି। ଏପରି ପ୍ରଭେଦ କାହିଁକି ଦେଖାଯାଏ ? କାରଣ ଲୋକଙ୍କ ଭିତରେ ଆମେ ନୀତିଜ୍ଞାନ ଏବଂ ନ୍ୟାୟଜ୍ଞାନର ପ୍ରଭେଦ ଦେଖୁ, ଯାହାକି ଧର୍ମ ଓ ଅଧର୍ମକୁ ପ୍ରଭାବିତ କରିଥାଏ।
ଧର୍ମ ଓ ଅଧର୍ମର ପରିଭାଷା ନ୍ୟାୟନିଷ୍ଠ ତଥା ଅଭିପ୍ରାୟ ଅନୁସାରେ କାର୍ଯ୍ୟର ବିଚାର ଇତ୍ୟାଦି ଉପରେ ପର୍ଯ୍ୟବସିତ। ଏ ନେଇ ଏକ ଉଦାହରଣଟିଏ- ମଣିଷ ଦ୍ରୌପଦୀ, ଅହଲ୍ୟା, କୁନ୍ତୀ, ତାରା ଓ ମନ୍ଦୋଦରୀ ଏହି ପାଞ୍ଚ କନ୍ୟାଙ୍କୁ ସକାଳେ ସ୍ମରଣ କଲେ ନିଜର ସବୁ ପାପ ବା ଅଧର୍ମ ନଷ୍ଟ ହୋଇଥାଏ। ଅଥବା ଏହି ପାଞ୍ଚ କନ୍ୟା କାହିଁକି ପ୍ରାତଃ ସ୍ମରଣୀୟ ହେଲେ, ସେ ବିଷୟ ଭାବିଲେ ଆଶ୍ଚର୍ଯ୍ୟ ହେବେ। ସାଧାରଣ ଦୃଷ୍ଟିରେ ଦେଖିଲେ ପାଞ୍ଚଜଣ ଯାକ ଅସତୀ ଓ ଅଧର୍ମୀ, ମାତ୍ର ସେମାନଙ୍କର ଅସତୀତ୍ୱର ଅଭିପ୍ରାୟ ନ ଥିଲା। ଯଥା – ଅହଲ୍ୟା ଉପାୟହୀନ ହୋଇ ଇନ୍ଦ୍ରଙ୍କ ନିକଟରେ ଆମତ୍ସମର୍ପଣ କରିଥିଲେ। କୁନ୍ତୀ ପାଣ୍ଡୁଙ୍କର ବଂଶ ରକ୍ଷା କରିବା ପାଇଁ ସ୍ବାମୀଙ୍କର ଅନୁମତି ନେଇ ପଞ୍ଚ ଦେବତାଙ୍କର ଔରସରୁ ପୁତ୍ରଲାଭ କରିଥିଲେ। ଦ୍ରୌପଦୀ ପଞ୍ଚୁପାଣ୍ଡବଙ୍କ ପ୍ରତିଜ୍ଞା ରକ୍ଷା କରିବା ଲାଗି ପାଞ୍ଚ ଜଣଙ୍କୁ ବିବାହ କରିଥିଲେ। ତାରା ଓ ମନ୍ଦୋଦରୀ ଗୃହ ବିବାଦରୁ ନିଜର ରାଜ୍ୟ ରକ୍ଷା କରିବା ପାଇଁ ରାମଙ୍କ ଅନୁରୋଧରେ ନିଜ ସ୍ବାମୀଙ୍କ ଶତ୍ରୁକୁ ବିବାହ କରିଥିଲେ। ବୃହତ୍ତର କଲ୍ୟାଣ ପ୍ରତି ଲକ୍ଷ୍ୟ ରଖି ଏପରି ବିବାହକରି ସେମାନେ କ୍ଷମା ଓ ତ୍ୟାଗର ପରାକାଷ୍ଠା ଦେଖାଇ ଆର୍ଯ୍ୟମାନଙ୍କ ମନରେ ଧର୍ମୀୟ ଭାବନାର ଜାଗ୍ରତ କରାଇଥିଲେ। ମାତ୍ର ପାଞ୍ଚ କନ୍ୟା ଯଦି ଏହାର ବ୍ୟତିକ୍ରମ କରିଥାନ୍ତେ, ସେମାନେ ଅଧର୍ମର ଶିକୁଳିରେ ବନ୍ଧା ହୋଇ ରହି ଯାଇଥାନ୍ତେ। ଏଥିରୁ ଆମେ ଏହା ସିଦ୍ଧାନ୍ତ କରୁଛୁ ଯେ, ମଣିଷ ଯାହାକୁ ଅଧର୍ମ ଭାବେ ତାହା କୌଣସି ଏକ ପରିସ୍ଥିତିରେ ଧର୍ମ ହୋଇପାରେ ଏବଂ ଯାହାକୁ ଧର୍ମ ବୋଲି ଭାବେ ତାହା ଅବସ୍ଥା ଭିତରେ ଅଧର୍ମ ହୋଇପାରେ। ମନୋବିଜ୍ଞାନୀ କୋଲବାର୍ଗଙ୍କ ଗବେଷଣାରୁ ଜଣାପଡ଼େ ଯେ, ଯିଏ ନ୍ୟାୟନୀତିର ଅର୍ଥ ହୃଦୟଙ୍ଗମ କରିଛି ସେପରି ଲୋକ ଅଧର୍ମ ବା ଅନ୍ୟାୟ କାମରେ କ୍ୱଚିତ ଲିପ୍ତ ହେଉଛି। ତେଣୁ ଆମେ ଧର୍ମ କରିବା ନା ଅଧର୍ମ କରିବା ବିଚାର ଆପଣଙ୍କ ହାତରେ।
ମୋ : ୯୯୩୮୧୮୧୩୨୦
ସିଡିଏ, ସେକ୍ଟର-୭, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri