୯୦ ଏକର ଜମିରେ ହେବ ‘ଆନନ୍ଦବନ’

ଭୁବନେଶ୍ୱର,୧୩।୧ (ବ୍ୟୁରୋ): ସହରାଞ୍ଚଳ ବନ ବିଭାଗ ପକ୍ଷରୁୁ ଶଙ୍କରପୁର ମୌଜା ଘାଟିକିଆ-କଳିଙ୍ଗ ବିହାର ଅଞ୍ଚଳରେ ପ୍ରକଳ୍ପ ‘ଆନନ୍ଦବନ’ ପ୍ରସ୍ତୁତ କରାଯାଉଛି। ପ୍ରାୟ ୯୦ ଏକର ଜମିରେ ଏହି ଆନନ୍ଦବନର ପରିକଳ୍ପନା କରାଯାଇଥିବାବେଳେ ଉକ୍ତ ଅଞ୍ଚଳରେ ଗଢ଼ିଉଠିଥିତ୍ବା ବେଆଇନ୍‌ ନିର୍ମାଣ ଏଥିରେ ବାଧକ ସାଜିଛି। ସିଟି ଡିଏଫ୍‌ଓ ଅଜିତ୍‌ କୁମାର ଶତପଥୀଙ୍କ ସୂଚନାନୁଯାୟୀ, ୧୫ କୋଟି ଟଙ୍କା ବ୍ୟୟରେ ଉକ୍ତ ଅଞ୍ଚଳର ଉନ୍ନତୀକରଣ କରାଯାଉଛି। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଏହି ବ୍ୟୟ ବହନ କରୁଥିବାବେଳେ ପ୍ରତି ୫ବର୍ଷରେ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୨କୋଟି ଟଙ୍କା ପ୍ରଦାନ କରିବ। ଅନ୍ୟପଟେ ତମାଣ୍ଡୋ ଓ ଭରତପୁର ଥାନା ଅଧୀନରେ ଥିବା ଏହି ଅଞ୍ଚଳରୁ ବେଆଇନ ନିର୍ମାଣକୁ ଗୁରୁବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଉଚ୍ଛେଦ କରାଯାଇଛି। ସହରାଞ୍ଚଳ ବନ ବିଭାଗର ରିକ୍ୟୁଜିଶନ୍‌ ଭିତ୍ତିରେ ଉକ୍ତ ସ୍ଥାନରୁ ବ୍ୟାପକ ଉଚ୍ଛେଦ କରାଯାଇଛି। ଏହି କ୍ରମରେ ସରକାରୀ ଜମିରେ ଗଢ଼ି ଉଠିଥିତ୍ବା ୧୧ଟି ପରିବା ଦୋକାନ, ୨୧ଟି ଟିଣ ନିର୍ମିତ ଦୋକାନ, ୧୭ଟି ଆଜବେଷ୍ଟସ୍‌ ଦୋକାନ ଘର, ୯ଟି ପାନ ଦୋକାନ, ୧୧ଟି ଚା’ ଦୋକାନ, ୧୯ଟି ଜରି ଓ ବାଉଁଶ ନିର୍ମିତ ଘର, ୩ଟି ଗ୍ୟାରେଜ ସହ ୨୮ଫୁଟ୍‌ ଦୀର୍ଘ ଏକ ବାଉଁଶବାଡ଼କୁ ମାଟିରେ ମିଶାଇ ଦିଆଯାଇଛି। ତେବେ ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦକାର୍ଯ୍ୟକୁ ଅଧାରେ ରଖିବାକୁ ପଡ଼ିଛି। ଶୁକ୍ରବାର ଅବଶିଷ୍ଟ ବେଆଇନ୍‌ ଦଖଲ ହଟାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ମିଳିଛି। ଉଚ୍ଛେଦ ସମୟରେ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ଜନସମ୍ପର୍କ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ୧,୨ ଓ ୩ ଏବଂ ବନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri