ଜାରିଆ ଜଙ୍ଗଲରୁ ମିଳିଲା ଖପୁରୀ, କଙ୍କାଳ

ଭୁବନେଶ୍ୱର, ୧୩।୧(ବ୍ୟୁରୋ) – ଗତବର୍ଷ ଅଗଷ୍ଟରେ ଡମପଡ଼ା ଅଭୟାରଣ୍ୟରେ ନିଖୋଜ ବୃଦ୍ଧ ନନ୍ଦ ବେହେରାଙ୍କୁ ଅଜଗର ଗିଳିଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏଯାଏ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଶୁକ୍ରବାର ଅଭୟାରଣ୍ୟ ଅନ୍ତର୍ଗତ ଜାରିଆ ଜଙ୍ଗଲରୁ ଏକ ଖପୁରୀ, କକଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ସହିତ ମାଟିରେ ପୋତି ହୋଇଥିବା ଏକ ଧଳା ରଙ୍ଗର ଶାର୍ଟ ଦେଖି ତାହା ନନ୍ଦ ବେହେରାଙ୍କର ବୋଲି ପୁତୁରା ରାମଚନ୍ଦ୍ର ବେହେରା ଚିହ୍ନଟ କରିଛନ୍ତି। ତେବେ ଅଧିକ ପ୍ରମାଣ ପାଇଁ ବାଙ୍କୀ ଥାନା ପୋଲିସ ଜବତ କରିଥିବା କଙ୍କାଳକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କଟକ ଏସ୍‌ସିବିକୁ ପଠାଯାଇଛି ବୋଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ କହିଛନ୍ତି। ହାଡ଼ଗୁଡ଼ିକର ଡିଏନ୍‌ଏ ପରୀକ୍ଷା ମଧ୍ୟ କରାଯିବ ବୋଲି ମାଜିଷ୍ଟ୍ରେଟ ଡ୍ୟୁଟିରେ ଯାଇଥିବା ଡମପଡ଼ା ତହସିଲଦାର କ୍ଷୀତିଶ ବେହେରା ପ୍ରକାଶ କରିଛନ୍ତି।
ଗୁରୁବାର ଡମପଡ଼ା ଅଭୟାରଣ୍ୟରେ ବନ ବିଭାଗର ଟିମ୍‌ ପାଟ୍ରୋଲିଂ କରୁଥିବାବେଳେ ଏକ ମଣିଷ ଖପୁରି ସହିତ କଙ୍କାଳ ଦେଖିବାକୁ ପାଇଥିଲା। ବନ କର୍ମଚାରୀମାନେ ଡମପଡ଼ା ରେଞ୍ଜର ବିରାଜ ଦାସଙ୍କ ସହିତ ସ୍ଥାନୀୟ ପୋଲିସ ଫାଣ୍ଡିରେ ଖବର ଦେଇଥିଲେ। ଶୁକ୍ରବାର ବାଙ୍କୀ ଥାନା ଅଧିକାରୀ, ଡମପଡ଼ା ତହସିଲଦାର ଏବଂ ସାଇଣ୍ଟିଫିକ ଟିମ୍‌ କଙ୍କାଳ ପଡ଼ିଥିବା ସ୍ଥାନକୁ ଯାଇଥିଲେ। ଘଟଣାସ୍ଥଳରୁ ସମସ୍ତ ହାଡ଼ ଓ ଖପୁରିକୁ ଜବତ କରିବା ସହିତ ଅନ୍ୟାନ୍ୟ ନମୁନା ମଧ୍ୟ ସଂଗ୍ରହ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ନନ୍ଦ ବେହେରାଙ୍କ ଗାଡ଼ି ଜଙ୍ଗଳରୁ ମିଳିଥିଲା। ସେବେଠାରୁ ସେ ନିଖୋଜ ଅଛନ୍ତି। କିଛିଦିନ ବନ ବିଭାଗ ଓ ପୋଲିସ ନନ୍ଦଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ନନ୍ଦଙ୍କୁ ଅଜଗର ସାପ ଗିଳିଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଜଗର ମଣିଷକୁ ଗିଳିବା ଘଟଣାକୁ ଏକ ଗୁଜବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri