Posted inଜାତୀୟ

ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୧।୧(ପି.ଟି.): ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ କରିବେ ବୋଲି ଶୁକ୍ରବାର କହିଛନ୍ତି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ ବହୁବିବାହ ଏବଂ ନିକା ହଲାଲାକୁ ଅସାମ୍ବିଧାନିକ ଓ ବେଆଇନ ଘୋଷଣା କରିବାକୁ ନିବେଦନ କରାଯାଇଥିଲା। ପୂର୍ବରୁ ଥିବା ସାମ୍ବିଧାନିକ ବେଞ୍ଚ୍‌ର ଦୁଇ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ହେମନ୍ତ ଗୁପ୍ତା ଅବସର ନେଇଥିବାରୁ ନୂଆ ୫ ଜଣିଆ ବେଞ୍ଚ୍‌ ଗଠନ କରିବାକୁ ପଡ଼ିବ ବୋଲି ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ପି.ଏସ୍‌. ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି। ଜଷ୍ଟିସ ଇନ୍ଦିରା ବାନାର୍ଜୀ, ହେମନ୍ତ ଗୁପ୍ତା, ସୂର୍ଯ୍ୟ କାନ୍ତ, ଏମ୍‌.ଏମ୍‌. ସୁନ୍ଦ୍ରେଶ ଏବଂ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ୫ ଜଣିଆ ପୀଠ ଗତବର୍ଷ ଅଗଷ୍ଟ ୩୦ରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି), ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଏବଂ ଜାତୀୟ ସଂଖ୍ୟାଲଘୁ କମିଶନ (ଏନ୍‌ସିଏମ୍‌)କୁ ପକ୍ଷଭୁକ୍ତ କରିବା ସହ ସେମାନଙ୍କୁ ଜବାବ ମାଗିଥିଲେ। ଜଷ୍ଟିସ୍‌ ବାନାର୍ଜୀ ଏବଂ ଜଷ୍ଟିସ୍‌ ଗୁପ୍ତା ଗତ ସେପ୍ଟେମ୍ବର ୨୩ ଏବଂ ଅକ୍ଟୋବର ୧୬ରେ ଅବସର ନେଇଥିଲେ। ବହୁବିବାହ ଏବଂ ନିକା ହଲାଲା ବିରୋଧରେ ୮ଟି ପିଟିଶନ୍‌ର ଶୁଣାଣି ହେବାକୁ ଥିବାବେଳେ ଏଥିପାଇଁ ସାମ୍ବିଧାନିକ ପୀଠ ପୁନର୍ଗଠନ କରିବାକୁ ପଡ଼ିବ ବୋଲି ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri