ବରିଷ୍ଠ ନାଗରିକ ଚିନ୍ତା: ସବୁ ଜିଲାରେ ନିର୍ମାଣ ହେବ ଜରାନିବାସ; ମାତାପିତାଙ୍କୁୁ ଅବହେଳା କରିବାରୁ ପୁତ୍ରକୁ ୨୫ ଦିନ ଜେଲ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଜରାନିବାସ ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲାରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଜିଲାଗୁଡ଼ିକ ହେଲା- ଖୋର୍ଦ୍ଧା, ସମ୍ବଲପୁର, କନ୍ଧମାଳ, କଟକ, ପୁରୀ, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଏବଂ ନବରଙ୍ଗପୁର। ଏଥିପାଇଁ ୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୫ ଏକର ପରିମିତ ଜମିରେ ଏହା ନିର୍ମାଣ କରାଯିବ। ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ସକାଶେ ଏଭଳି ଜରାନିବାସ ନିର୍ମାଣ କରାଯାଉଛି। ଶନିବାର ପ୍ରଶ୍ନୋତ୍ତର ବେଳେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ମୌଷଧୀ ବାଗ୍‌ ଏକ ପ୍ରଶ୍ନରେ ପଚାରିଥିଲେ, ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜରାନିବାସ ପ୍ରତିଷ୍ଠା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଥିଲେ, ମାତାପିତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଏବଂ କଲ୍ୟାଣ ଆଇନ ୨୦୦୭ର ଧାରା ୧୯ ଏବଂ ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକଙ୍କ ରହିବା ପାଇଁ ଜରାଶ୍ରମ ନିର୍ମାଣ କରାଯିବ। କନ୍ଧମାଳ, ସମ୍ବଲପୁର ଓ ଖୋର୍ଦ୍ଧାରେ ଜରାନିବାସ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। ଅନ୍ୟ ଜିଲାଗୁଡ଼ିକରେ ଭିତ୍ତିଭୂମି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଏଥିସହିତ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଓ ଭରଣପୋଷଣ ଦେବା ଲାଗି ୨୦୦୯ରେ ଏକ ନୀତି ପ୍ରଣୟନ କରାଯାଇଛି। ମାତାପିତାମାନେ ନିଜର ଭରଣପୋଷଣ ପାଇଁ ସବ୍‌ଡିଭିଜନ ସ୍ତରରେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏବଂ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଆପିଲେଟ୍‌ ଅଥରିଟିରେ ଆବେଦନ କରିପାରିବେ। ଏଥିପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୨୮୬ କେସ୍‌ ଦାଏର ହୋଇଛି। ଏଥିରୁ ୧୧୯ କେସ୍‌ର ଫଇସଲା କରାଯାଇଛି। ପୁରୀ ଜିଲାରେ ଆନନ୍ଦ ମହାପାତ୍ରଙ୍କୁ ତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ଭରଣପୋଷଣ ଦେଉ ନ ଥିବାରୁ ୨ଟି ପର୍ଯ୍ୟାୟରେ ୨୫ ଦିନ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ବିଜେଡି ସଭ୍ୟ ଅନନ୍ତ ଦାସ, ସୁଧୀର ସାମଲ, ପ୍ରଦୀପ ଅମାତ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ପ୍ରମୁଖ ଜରାନିବାସ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷିତ ପିଲାମାନେ ଦୂରଦୂରାନ୍ତରକୁ ଚାକିରି ପାଇଁ ଯାଇଥିବାରୁ ମା’ବାପା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲାରେ ଓ ଭୁବନେଶ୍ୱରରେ ଜରାନିବାସ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେତୋଟି ଜରାନିବାସ ଏନ୍‌ଜିଓ ମାଧ୍ୟମରେ ଚାଲିଛି। ବରିଷ୍ଠ ନାଗରିକଙ୍କ ଯତ୍ନ ପାଇଁ ଡାକ୍ତର, ଖାଦ୍ୟ, ପାନୀୟ ଆଦି ବ୍ୟବସ୍ଥା କରିବା ପାଇଁ ସଦସ୍ୟମାଦେ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ପର୍ଯ୍ୟାୟରେ ୯ ଜିଲାରେ ଜରାନିବାସ ସ୍ଥାପନ କରାଯାଇଛି। ପରବର୍ତ୍ତୀ ସମୟରେ ସମସ୍ତ ଜିଲାରେ ଏହା ନିର୍ମାଣ ହେବ। ଏଥିରେ ୧୫୦ରୁ ୨୦୦ ଲୋକ ରହିପାରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୪୪ଟି ଜରାନିବାସ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି…

ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି  ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri