ଆହାର କେନ୍ଦ୍ରରେ ଦିଆଯାଉଛି ନିମ୍ନମାନର ଖାଦ୍ୟ, ପ୍ରତିବାଦ କଲେ ମାଡ଼ ମାରୁଛନ୍ତି କର୍ମଚାରୀ

ବରଗଡ଼ ଅଫିସ, ୧୧।୩: କମ୍‌ ଦାମରେ ସୁଷମ ଖାଦ୍ୟ ଯୋଗାଣ ପାଇଁ ସରକାର ଆହାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି କ୍ରମରେ ବରଗଡ଼ ସହରରେ ଆହାର କେନ୍ଦ୍ର ଖୋଲାଯାଇଛି। ତେବେ ଏଠାରେ ସୁଷମ ଖାଦ୍ୟ ବଦଳରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଅପରପକ୍ଷେ ସେ ନେଇ କିଛି ପଚାରିଲେ କିମ୍ବା ପ୍ରତିବାଦ କଲେ ଆହାର କେନ୍ଦ୍ରର କର୍ମଚାରୀମାନେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଏଠାରେଘଟିଛି ।

ବରଗଡ଼ର ସୁଶ୍ରୀ ସଙ୍ଗୀତା ମହାରଣା ଆହାର କେନ୍ଦ୍ରକୁ ଖାଇବାକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଲୋକଙ୍କୁ ଖାଇବାକୁ ଦେବା ପାଇଁ କୁଣ୍ଠାବୋଧ କରୁଥିବା ଏବଂ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ କଲେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସେ ଦେଖିବାକୁ ପାଇଥିଲେ। ତାହା ସଙ୍ଗୀତା ନିଜ ମୋବାଇଲରେ ରେକର୍ଡ କରୁଥିବା ସମୟରେ ଆହାର କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ମାଡ ମାରିବା ସହିତ ମୋବାଇଲ ଛଡାଇ ନେଇଥିଲେ ବୋଲି ସଙ୍ଗୀତା ବରଗଡ଼ ଟାଉନ ଥାନାର ଏତଲା ଦେଇଛନ୍ତି। ସେହିପରି ଆହାର କେନ୍ଦ୍ରକୁ ଆସିଥିବା ଅନ୍ୟ ଲୋକେ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି। ଆହାର କେନ୍ଦ୍ରରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହାର ବିଧିବଦ୍ଧ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri