କାର୍ଗୋ ପ୍ୟାଣ୍ଟ ଫ୍ୟାଶନ

କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ଯେମିତି କମ୍ଫର୍ଟେବଲ୍‌ ଦେଖିବାକୁ ସେମିତି ଆକର୍ଷଣୀୟ ହୋଇଥାଏ। ତା’ଛଡ଼ା ଏହା ଟାଇଟ୍‌ ଫିଟିଙ୍ଗ୍‌ ନ ହୋଇଥିବାରୁ ଖରାଦିନେ ବି ଏହାକୁ ଆରାମରେ ପିନ୍ଧିହୁଏ। କୁଲ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଉଥିବା ଏହି କାର୍ଗୋ ପ୍ୟାଣ୍ଟର ଫ୍ୟାଶନ କେବେ ଆଉଟ୍‌ଡେଟେଡ୍‌ ହୁଏ ନାହିଁ। ସବୁଠୁ ବଡ଼ କଥା ହେଉଛି, ଏହି ପ୍ୟାଣ୍ଟକୁ ଉଭୟ ପୁରୁଷ ଓ ମହିଳା ବେଶ୍‌ ଆରାମରେ ପିନ୍ଧିପାରିବେ। ଜାଣନ୍ତୁ କାର୍ଗୋ ପ୍ୟାଣ୍ଟର କେତୋଟି ଲାଟେଷ୍ଟ ଡିଜାଇନ୍‌ ସମ୍ପର୍କରେ…

* ତିନି ପ୍ରକାରର କାର୍ଗୋ ପ୍ୟାଣ୍ଟ: କ୍ଲାସିକ୍‌ ୟୁଟିଲିଟି ପ୍ୟାଣ୍ଟ, କାର୍ଗୋ ଜୋଗର୍ସ, ସ୍କିନି କମ୍‌ବାଟ୍‌ ଟ୍ରାଉଜର୍ସ ହେଉଛି କାର୍ଗୋ ପ୍ୟାଣ୍ଟର ତିନୋଟି ମୁଖ୍ୟ ଭେରାଇଟି। ବର୍ତ୍ତମାନ ଯୁବପିଢିଙ୍କ ଭିତରେ ଏହି ଟାଇପ୍ସର କାର୍ଗୋ ପ୍ୟାଣ୍ଟକୁ ନେଇ ବେଶ୍‌ ଡିମାଣ୍ଡ ରହିଛି।
* ସ୍ଲିମ୍‌ ଓ ଷ୍ଟ୍ରେଟ୍‌ କଟ୍‌: କାର୍ଗୋ ପ୍ୟାଣ୍ଟଗୁଡ଼ିକ ସାଧାରଣତଃ ଢିଲା ପାର୍ଟନରେ ଆସିଥାଏ। ତଥାପି ସ୍ଲିମ୍‌ ଓ ଷ୍ଟ୍ରେଟ୍‌ କଟ୍‌ ଡିଜାଇନ୍‌ରେ ଆସୁଥିବା କାର୍ଗୋ ପ୍ୟାଣ୍ଟଗୁଡ଼ିକ ପିନ୍ଧିବାକୁ ବେଶ୍‌ କମ୍ପର୍ଟେବଲ୍‌ ଲାଗିଥାଏ। କେହି କେହି ତ ଓଭର୍‌ ସାଇଜ୍‌ କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ବି ପସନ୍ଦ କରିଥାନ୍ତି। ତେବେ ଯାହାବି ପିନ୍ଧନ୍ତୁ, ତାହା ଯେମିତି ଆପଣଙ୍କ ହାଇଟ୍‌ ଓ ପର୍ସନାଲିଟିକୁ ସୁଟ୍‌ କରୁଥିବ, ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।
*ଫ୍ୟାବ୍ରିକ୍‌ କେମିତି ହେବା ଦରକାର: ଅନ୍ୟସବୁ ଫ୍ୟାବ୍ରିକ୍‌ ତୁଳନାରେ କଟନ୍‌ କପଡ଼ାରେ ତିଆରି କାର୍ଗୋ ପ୍ୟାଣ୍ଟ ଦେଖିବାକୁ ଯେମିତି ସୁନ୍ଦର ଲାଗେ ପିନ୍ଧିବାକୁ ସେମିତି କମ୍ଫର୍ଟେବଲ୍‌ ହୋଇଥାଏ।
* ଟି-ଶାର୍ଟ ସହିତ ମ୍ୟାଚିଂ: ଏହି ପ୍ୟାଣ୍ଟ ସାଙ୍ଗକୁ ଶାର୍ଟ ତୁଳନାରେ ଟି-ଶାର୍ଟ ବହୁତ ଭଲ ମାନିଥାଏ। ବିଶେଷକରି ଟର୍ଟଲ୍‌ ନେକ୍‌ ତଥା ଚଙ୍କି କ୍ରିଉ ନେକ୍‌ ବାଲା ଟି-ଶାର୍ଟ ଅଧିକ ଫ୍ୟାଶନେବଲ୍‌ ଲାଗିଥାଏ।
* ପ୍ରିଣ୍ଟେଡ୍‌ କାର୍ଗୋ ପ୍ୟାଣ୍ଟ: ଯୁବପିଢିଙ୍କ ଗହଣରେ ଏହି ପ୍ୟାଣ୍ଟର ବି ଭଲ ଚାହିଦା ରହିଥାଏ। ସବୁଠୁ ବଡ଼ କଥା ହେଉଛି ପ୍ରିଣ୍ଟେଡ୍‌ କାର୍ଗୋ ପ୍ୟାଣ୍ଟ ସହିତ ଯେ କୌଣସି ରଙ୍ଗ ହେଉ ଅବା ପାର୍ଟନର ଶାର୍ଟ ଆରାମରେ ପିନ୍ଧିହୁଏ।
* ଫର୍ମାଲ୍‌ ଲୁକ୍‌ ବି ଦିଏ: ସାଙ୍ଗସାଥୀଙ୍କ ସହ ଗେଟ୍‌ ଟୁଗେଦର୍‌ ହେଉ ଅବା ଆଉଟିଂରେ ଗଲାବେଳେ ଅନେକେ କାର୍ଗୋ ପ୍ୟାଣ୍ଟ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଗୋ ପ୍ୟାଣ୍ଟ ଯେ କେବଳ କାଜୁଆଲ୍‌ ଲୁକ୍‌ ପାଇଁ ଫିଟ୍‌ ତାହା ନୁହେଁ ଏହାକୁ ଅଫିସିଆଲି ମଧ୍ୟ କ୍ୟାରି କରିହେବ। ଏଥିପାଇଁ କେବଳ ଖାକି ରଙ୍ଗର କାର୍ଗୋ ପ୍ୟାଣ୍ଟଟିଏ ଦରକାର। ଏହି ପ୍ୟାଣ୍ଟ ସାଙ୍ଗକୁ ଧଳା ରଙ୍ଗର ଶାର୍ଟ ଓ କୋଟ୍‌, ତା’ସାଙ୍ଗକୁ ଘଣ୍ଟା ଓ ବେଲ୍ଟ ପିନ୍ଧିଦେଲେ ଆରାମରେ ଫର୍ମାଲ୍‌ ଲୁକ୍‌ ମିଳିଯିବ।
* ସ୍ନିକର୍ସ: କାଜୁଆଲ୍‌ ଲୁକ୍‌ ପାଇଁ କାର୍ଗୋ ପ୍ୟାଣ୍ଟ ସହିତ ସ୍ନିକର୍ସ ବହୁତ ଭଲ ଲାଗିଥାଏ। ତେବେ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ କେହି କେହି ଏହା ସହିତ ସୁଜ୍‌ ହେଉ ଅବା ହିଲ୍‌ ବି ପିନ୍ଧିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri