ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ। ଏହି ଅଭିଯାନରେ ରାଜ୍ୟ ପୋଲିସ ଏକ ଗୁରୁଦାୟିତ୍ୱ ବହନ କରିଛି। ପୋଲିସ ନାଗରିକଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ୟୁନିସେଫ୍‌, ଇଣ୍ଡିଆନ ପୋଲିସ ଫାଉଣ୍ଡେଶନ ଓ ଓଡିଶା ପୋଲିସ ପକ୍ଷରୁ ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ ‘ଶିଶୁ ଓ ମହିଳାଙ୍କ ସୁରକ୍ଷା’ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧର ତ୍ୱରିତ ତଥା ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ଶତ ପ୍ରତିଶତ ଦଣ୍ଡ ଦେବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘କଫି ଟେବୁଲ୍‌ ବୁକ୍‌ ଅନ୍‌ ପରୀ ପାଇଁ କଥାଟିଏ-ଏ ୱାର୍ଡ ଅଫ୍‌ ଦ ଲିଟ୍‌ଲି ଆଙ୍ଗେଲ’ ପୁସ୍ତକ ଓ ‘ପରୀ ପାଇଁ କଥାଟିଏ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।
ଅନୁଗୋଳ ନାବାଳିକା ବଳାତ୍କାର ମାମଲାରେ ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ବହୁ ଶୀଘ୍ର ଗିରଫ କରାଯାଇଥିଲା। ଏପରିକି ଆବଶ୍ୟକ ତଥ୍ୟ ଓ ପ୍ରମାଣ ଠିକ୍‌ ସମୟରେ କୋର୍ଟରେ ଦାଖଲ କରାଯାଇଥିଲା। ଫଳରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥିପାଇଁ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଓ ସରକାରୀ ଆଇନଜୀବୀ ସରୋଜ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୋଲିସ ଡିଜିପି ଆର୍‌.ପି. ଶର୍ମା କହିଲେ, ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମକୁ ଓଡ଼ିଶା ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ମହିଳା ଓ ନାବାଳିକାଙ୍କୁ ଅସୁରକ୍ଷିତ ଅବସ୍ଥାରେ ରହିବାକୁ ଦିଆଯିବ ନାହିଁ। ରାଜ୍ୟରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ଓ ଶିଶୁ ଯୌନ ନିର୍ଯାତନା ରୋକିବାକୁ ପୋଲିସ ପ୍ରଚେଷ୍ଟା ଜାରି ରଖିଛି। ୧୫ଦିନ ପାଇଁ କରାଯାଇଥିବା ’ପରୀ ପାଇଁ କଥାଟିଏ’ ସଚେତନତା କାର୍ଯ୍ୟକ୍ରମରେ ଆମକୁ ବହୁ ସଫଳତା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହେବାକୁ ଯାଉଛି ‘ମିଶନ ପରୀ-୨୦୨୪’। ତେବେ ଏହି ଅଭିଯାନ କିପରି କାର୍ଯ୍ୟ କରିବ ସେ ସମ୍ପର୍କରେ ଡିଜିପି ପ୍ରକାଶ କରି କହିଲେ, ନାବାଳିକାଙ୍କୁ ଯୌନ ଶୋଷଣରୁ ମୁକ୍ତ କରିବା, ନାବାଳିକା ଚାଲାଣ ଉପରେ ରୋକ୍‌, ଶିଶୁ ଶ୍ରମିକଙ୍କୁ ବିପଜ୍ଜନକ ସ୍ଥାନରୁ ଉଦ୍ଧାର ଓ ଶିଶୁ ବିବାହକୁ ସମ୍ପୂର୍ଣ୍ଣ ରୋକାଯିବା ଏହାର ଲକ୍ଷ୍ୟ ରହିବ। ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତୁରନ୍ତ ତଦନ୍ତ ସହ ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ୟୁନିସେଫ ମୁଖ୍ୟ ମୋନିକା ନିଲଶନ କହିଲେ, ୟୁନିସେଫ୍‌ର ସହଭାଗୀତାରେ ୨୦୧୮ରୁ ଆରମ୍ଭ ହୋଇଥିବା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି। ଏ କ୍ଷେତ୍ରରେ ଓଡିଶା ପୋଲିସର ଯଥେଷ୍ଟ ଅବଦାନ ରହିଛି।
କାର୍ଯ୍ୟକ୍ରମରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ଶାସନ ସଚିବ ଅସିତ ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ନ୍ୟାଶନାଲ ପୋଲିସ ଫାଉଣ୍ଡେଶନର ଚେୟାରମ୍ୟାନ ପ୍ରକାଶ ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବ ଯୋଗଦେଇ ମତ ରଖିଥିଲେ। ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅରୁଣ ବୋଥ୍ରା ପ୍ରମୁଖ କର୍ମଶାଳା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri