ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦିନତମାମ ଜଙ୍ଗଲରେ ଥିବା ପାହାଡ଼ ଶିଖରରେ ବାଘ ହାକୁଟି ମାରୁଥିବାବେଳେ ରାତିରେ ଜଙ୍ଗଲ ତଳି ଅଞ୍ଚଳରେ ପଇଁତରା ମାରୁଥିବାରୁ ଏହା ଲୋକଙ୍କୁ ଭୟଭୀତ କରିଛି । ଖବର ପାଇ ନୂଆପଡା ରେଞ୍ଜର ଅସିତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ ଗୁରୁବାର ଜଙ୍ଗଲ ବୁଲି ଦେଖିଥିଲେ ା ବାଇନାକୁଲାରରେ ଦୁଇଟି ବାଘ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକେ ମଧ୍ୟ ସେହି ବାଘକୁ ଜଣ ଜଣ କରି ଦେଖିଥିଲେ। ନିର୍ଭୟରେ ବାଘମାନେ ଶୋଇ ରହିଥିଲେ। ଏହା ପରେ ଅଧିକାରୀମାନେ ସ୍ଥାନୀୟ ଗାଁ ଗୁଡିକୁ ବୁଲି ଲୋକଙ୍କୁ ସତର୍କ କରିଥିଲେ । ସନ୍ଧ୍ୟା ହେଲେ ଘରୁ ନ ବାହାରିବା, ଚାଷ ଜମିକୁ ନ ଯିବା, ସ୍କୁଲ ପିଲାଙ୍କୁ ବାହାରକୁ ନ ଛାଡିବାକୁ କୁହାଯାଇଛି । ଏହା ଉପରେ ରେଞ୍ଜର ଦାସ କହିଛନ୍ତି, ଜଙ୍ଗଲ ତଳେ ଏକ ଫରେଷ୍ଟ ଟିମ ୨୪ ଘଣ୍ଟା ଜଗି ରହିଛି । ବାଘମାନଙ୍କ ଗତିବିଧିକୁ ଅନୁଧ୍ୟାନ କରୁଛି। ଯଦି ଏମାନେ ହିଂସ୍ର ହୁଅନ୍ତି ତେବେ ଟ୍ରାନକ୍ୟୁଲାଇଜର ଲଗାଇ ବାଘମାନଙ୍କୁ ଘଉଡାଇବା ବ୍ୟବସ୍ଥା କରାଯିବ । ଆବଶ୍ୟକ ହେଲେ ଧରିବାକୁ ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ ସୁନାବେଡା ଅଭୟାରଣ୍ୟକୁ ଲାଗି ରହିଛି ମୋଟା ନୂଆପଡା ଗ୍ରାମପଞ୍ଚାୟତର ମୁସରଙ୍ଗି ସଂରକ୍ଷିତ ଜଙ୍ଗଲ। ଏହି ଜଙ୍ଗଲ ଅଞ୍ଚଳରେ ଗତ ଶନିବାର ଜଣେ ଚାଷୀଙ୍କ ବାଛୁରୀ ଓ ଗାଈକୁ ବାଘ ମାରି ଖାଇଯାଇଥିଲା। ବୁଧବାର ସକାଳେ ଜଙ୍ଗଲ ତଳେ ଘର କରି ରହିଥିବା ଜଇତରାମ ମାଝିଙ୍କ ପରିବାର ଲୋକ ଦୁଇ ଛୁଆ ସହ ୨ ବାଘ ପାହାଡ଼ ଶିଖରରେ ବୁଲୁଥିବା ଦେଖିବାକୁ ପାଇଥିବା କହିଛନ୍ତି । ଦିନବେଳା ଜଙ୍ଗଲ ଉପରେ ଥିବା ପଥର ଚଟାଣରେ ରହୁଛନ୍ତି । ରାତି ହେଲେ ସେମାନେ କୁଆଡେ ଚାଲି ଯାଉଛନ୍ତି ା ସେମାନେ ଶୀକାର ଉଦ୍ଦେଶ୍ୟରେ କୁଆଡେ ବୁଲୁଥିବା ଲୋକେ ଅନୁମାନ କରୁଛନ୍ତି । ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ବନ୍ଦ କରି ରହୁଛନ୍ତି । ଜଙ୍ଗଲର ଗୋଟିଏ ପାର୍ଶ୍ୱରେ କୁକୁଡାଟାଲ, କୁକୁରୀମୁଣ୍ଡି ଗାଁ ଥିବାବେଳେ ଅନ୍ୟପଟେ ଦଲଦଲି ଗାଁ ରହିଛି । ଏହି ଗାଁରେ ଦିନବେଳା ଚାଷ ଜମିକୁ ଯିବାକୁ ଭୟ କରୁଥିବା ଚାଷୀ ତୁଳସୀ ସାହୁ, ମେଘରାଜ ମାଝି କହିଛନ୍ତି । ଏହା ଉପରେ ବନବିଭାଗ ଜାଲ ପକାଇ ବାଘକୁ ଧରିନେବା ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଆଜିବି ପ୍ରବଳ ବର୍ଷିବ:  ଆହୁରି ଦୁଇ ଦିନ… 

ଭୁବନେଶ୍ୱର,୮।୯: ଆଜି  ମଧ୍ୟ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରବିବାର  ଦକ୍ଷିଣ ଓ ଉପକୂଳ ଓଡ଼ିଶାର ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri