Posted inଜାତୀୟ

ମହୁଆଙ୍କ ମାମଲାରେ ନିଶିକାନ୍ତ କହିଲେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ସଂଘର୍ଷ ବିରାମ

ନୂଆଦିଲ୍ଲୀ,୨୨।୧୦: ଟଙ୍କା ବଦଳରେ ସଂସଦରେ ପ୍ରଶ୍ନ କରିବା ଘଟଣାରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଏବେ ଭାଜପାର ଟାର୍ଗେଟରେ ଅଛନ୍ତି। ଏହି ସମୟରେ,ଭାଜପା ଏମପି ନିଶିକାନ୍ତ ଦୁବେ ରବିବାର କହିଛନ୍ତି ଯେ ଅକ୍ଟୋବର ୨୪ରେ ଦଶହରା ପର୍ଯ୍ୟନ୍ତ ସେମାନେ ସଂର୍ଘର୍ଷ ବିରାମ କରିବେ।

ଟିଏମସି ଏମପିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଦୁବେ ଅକ୍ଟୋବର ୨୬ରେ ଲୋକ ସଭାର ନୈତିକ କମିଟି ନିକଟରେ ହାଜର ହେବାର କାର୍ଯ୍ୟକ୍ରମ ରହିଛି। ସେ ଅଭିଯୋଗ କରିଛନ୍ତି ଯେ ସଂସଦରେ ପ୍ରଶ୍ନ ଉଠାଇବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୋଇତ୍ର ଲାଭ ନେଇଥିଲେ।
ମୋଇତ୍ର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରୁଛନ୍ତି। ଆଦାନୀ ଗ୍ରୁପଙ୍କ ନିର୍ଦ୍ଦେଶରେ ଭାଜପା ତାଙ୍କୁ ଟାର୍ଗେଟ କରୁଛି ବୋଲି ସେ ଦାବି କରିଛନ୍ତି। ସଂସଦରେ ଏବଂ ବାହାରେ ଆଦାନି ଗ୍ରୁପ ତାଙ୍କ ଆକ୍ରମଣର କେନ୍ଦ୍ରରେ ରହିଆସିଛି। ଲୋକପାଳରେ ମହୁଆଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାର ଗୋଟିଏ ଦିନ ପରେ ଦୁବେ କହିଛନ୍ତି, ଦୁର୍ଗା ପୂଜାର ଶୁଭ ଉତ୍ସବ ହେତୁ ମୁଁ ଆଜି ମୋ ତରଫରୁ ଷ୍ଟମି ଠାରୁ ୨୪ଅକ୍ଟୋବରରେ ଦଶମୀ ପର୍ଯ୍ୟନ୍ତ ସଂଘର୍ଷ ବିରାମ କରୁଛି।
ଦୁବେ ଏବଂ ଓକିଲ ଜୟ ଅନନ୍ତ ଦେହାଦରାଇଙ୍କ ଅଭିଯୋଗ ପରେ ମୋଇତ୍ର ଭାଜପା ଏମପିଙ୍କୁ ବଦନାମ କରିଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଦୁବେଙ୍କ ଅଭିଯୋଗକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ସଂସଦର ନୈତିକ କମିଟି ନିକଟକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ମାଟିରୁ ଭାରତର ଗୁଣଗାନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୬: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ...

ନାବାଳିକାଙ୍କୁ ବଳାତ୍କାର କରି ଫସିଲେ ଭାଜପା ନେତା: ଧରିଲା ପୋଲିସ

ନୂଆଦିଲ୍ଲୀ,୨୬ା୬: ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ୧୩ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗରେ ଭାଜପା ନେତା ଆଦିତ୍ୟରାଜ ସାଇନି ଗିରଫ ହୋଇଛନ୍ତି। ଗିରଫଦାରି ପରେ...

ସାମ୍‌ ପିଟ୍ରୋଡାଙ୍କୁ ନେଇ ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬ା୬: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେ ସାମ୍‌ ପିଟ୍ରୋଡାଙ୍କୁ ପୁଣି ଥରେ କଂଗ୍ରେସର ଓଭରସିଜ୍‌ ଅଧ୍ୟକ୍ଷ ନିଯୁକ୍ତ ଦେଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ...

ବଦଳିଯିବ ରାହୁଲ ଗାନ୍ଧୀଙ୍କ ଭାଗ୍ୟ! ଏପର୍ଯ୍ୟନ୍ତ ୧୨ ବିରୋଧୀ ଦଳ ନେତାଙ୍କ କେମିତି ଥିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ଓମ ବିର୍ଲା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଗୃହରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। ଲୋକ...

କଂଗ୍ରେସକୁ ଧ୍ୱଂସ ପାଇଁ ୧୫ ବର୍ଷ ନେଲେ ରାହୁଲ ଗାନ୍ଧୀ, ବିରୋଧୀଙ୍କୁ ବିନାଶ ପାଇଁ ଲାଗିବନି ୧୫ ମାସ

ଗାଜିଆବାଦ,୨୬।୬: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ବୁଧବାର ପୁଣି ଥରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକ ସଭା ନିର୍ବାଚନ ଆରମ୍ଭ ହେବାର...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର, ୨୬।୬:ଜମ୍ମୁ-କଶ୍ମୀରର ଡୋଡା ଜିଲା ଅନ୍ତର୍ଗତ ଗନ୍ଦୋହ ଅଞ୍ଚଳରେ ବୁଧବାର ସୁରକ୍ଷା ବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଉକ୍ତ...

ବିବାହିତା ମହିଳାଙ୍କୁ ଚାକିରି ଦେଉନି ଫକ୍ସକନ୍; ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୬: ଆଇଫୋନ୍ ନିର୍ମାତା ‘ଫକ୍ସକନ୍’ ଚେନ୍ନାଇରେ ଥିବା ଏହାର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନଥିବା ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର...

‘ରାମମନ୍ଦିର ଗର୍ଭଗୃହରେ ଟୋପାଏ ବି ପଡ଼ିନି ପାଣି’

ଅଯୋଧ୍ୟା,୨୬ା୬: ଅଯୋଧ୍ୟା ରାମମନ୍ଦିରରେ ପାଣି ଲିକ୍‌ ଖବର ପରେ ବୁଧବାର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri