Posted inଜାତୀୟ

ବିରୋଧ ପ୍ରଦର୍ଶନକାରୀଙ୍କୁ ପେମେଣ୍ଟ, ଟଙ୍କା କେଉଁଠୁ ଆସିଲା,ଟିଏମସିକୁ ଭାଜପାର ପ୍ରଶ୍ନ…

କୋଲକାତା,୨୮।୧୧ : ନିକଟରେ ଦିଲ୍ଲୀରେ ଦୁଇ ଦିନିଆ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (ମନରେଗା) କର୍ମୀଙ୍କୁ ପେମେଣ୍ଟ ପ୍ରଦାନ କରିବାକୁ ତୃଣମୂଳ (ଟିଏମସି) ଏମପି ଅଭିଷେକ ବାନାର୍ଜୀ କରିଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ସେ ବିରୋଧ ପ୍ରଦର୍ଶନକାରୀଙ୍କ ପାଇଁ ଟଙ୍କା ପଠାଇଛନ୍ତି। ମନରେଗା କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠି ଛାଡ କରିବାରେ ବିଳମ୍ବକୁ ନେଇ ଏହି ବିରୋଧ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ବଣ୍ଟନ ହୋଇଥିବା ଟଙ୍କାର ଉତ୍ସକୁ ନେଇ ପ୍ରଶ୍ନ ଉଠାଇଛି।

ଦିଲ୍ଲୀରେ ଦୁଇ ଦିନିଆ ଆନ୍ଦୋଳନ ସମୟରେ ଅଭିଷେକ ବାନାର୍ଜୀଙ୍କୁ ୧୦୦ ଦିନ କାମ ପାଇଁ ମନରେଗା ପାଣ୍ଠି ଛାଡିବାରେ ବିଳମ୍ବକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବାରୁ ଗିରଫ କରାଯାଇଥିଲା। ସେ ବିକ୍ଷୋଭକାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯଦି ଦୁଇ ମାସ ମଧ୍ୟରେ କେନ୍ଦ୍ର ଅର୍ଥ ବଣ୍ଟନ କରିବାରେ ବିଫଳ ହୁଏ, ତେବେ ସେ ବ୍ୟକ୍ତିଗତ ଭାବେ ଖର୍ଚ୍ଚ ବହନ କରିବେ। ନଭେମ୍ବର ୩୦ ତାରିଖ ପୂର୍ବରୁ ସୋମବାର ଅଭିଷେକ ବାନାର୍ଜୀଙ୍କ ଆର୍ଥିକ ସହାୟତା ମନରେଗା ଶ୍ରମିକଙ୍କ ନିକଟରେ ପହଞ୍ଚିଥିଲା। ଶ୍ରମିକମାନେ ସେମାନଙ୍କ କାମ ପାଇଁ ଦେୟ ପାଇ ନ ଥିଲେ। ବାନାର୍ଜୀ ୩୦୦୦ ଲୋକଙ୍କ ପାଖ ଟଙ୍କା ଏବଂ ଚିଠି ପଠାଇ ଏହି ପ୍ରକ୍ରିୟା ଆରମ୍ଭ କରିଥିଲେ।

ସେ ଶ୍ରମିକଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରତିଶ୍ରୁତି ଅନୁଯାୟୀ ମୁଁ ଆର୍ଥିକ ସହାୟତା ପଠାଯାଇଛି। ଆପଣଙ୍କ ପରିବାର ଭଲରେ ରୁହନ୍ତୁ। ମା-ମାଟି-ମାନୁଷ ଆନ୍ଦୋଳନ ଜାରି ରହୁ। ଲୋକଙ୍କ ଶ୍ରମ ପାପ୍ୟ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ। ଆମେ ଏହି ସଂଗ୍ରାମରେ ଜିତିବା। ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଅଭିଷେକ ବାନାର୍ଜୀ ଅକ୍ଟୋବର ୩ ରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।

ଭାଜପା ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅଭିଷେକ ବାନାର୍ଜୀ କେବଳ ତାଙ୍କ ସହ ଦିଲ୍ଲୀ ଆସିଥିବା ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସୁବିଧା ଘୋଷଣା କରିଥିଲେ। ଆମେ ଦେଖିଛୁ କିଏ କିଏ ତାଙ୍କ ସହ ଥିଲେ। ପଶ୍ଚିମବଙ୍ଗର ଲୋକମାନେ ଏହା ବୁଝି ସାରିଛନ୍ତି କିପରି ଟିଏମସି ସେମାନଙ୍କୁ ବଞ୍ଚିତ କରିଛି। ବିଶେଷ କରି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଆଉ ଏକ ରାଉଣ୍ଡ ବିରୋଧ ପାଇଁ ପ୍ରସ୍ତୁତି କରୁଥିବାରୁ ସହାୟତା ବଣ୍ଟନ ଏକ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri