ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଏହି ଉଦ୍ଧାର କାର୍ଯ୍ୟରେ ଖୁବ ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଅନୁମାନ କରାଯାଉଛି ଖିଲାଡି ବୟ ଅକ୍ଷୟ କୁମାର ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ତାଙ୍କୁ ଟନେଲ ବିଶେଷଜ୍ଞ ଅନୋଲ୍ଡ ଡିକ୍ସଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୋସିଆଲ ମିଡିଆରେ ଭାଇରାଲ ହେବା ପୋଷ୍ଟରେ ଏହା ଦାବି କରାଯାଉଛି। ତେବେ ଅଭିନେତାଙ୍କଠାରୁ ଏନେଇ କୌଣସି ଅଫିସିଆଲ ପ୍ରତିକ୍ରିୟା ମିଳି ନାହିଁ । ଅପରପକ୍ଷରେ ସୋସିଆଲ ମିଡିଆରେ ଦାବି କରାଯାଇଛି କେବଳ ଫିଲ୍ମର ନାମ ନୁହେଁ ଏହାର ସୁଟିଂ ପାଇଁ ସ୍ଥାନ ମଧ୍ୟ ଚୂଡାନ୍ତ ହୋଇଛି। ଏହି ପୋଷ୍ଟଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଟ୍ରେଣ୍ଡ କରୁଥିବା ବିଭିନ୍ନ ପୋଷ୍ଟ aaplach_yogesh ଦ୍ୱାରା ଶେୟାର ହୋଇଛି ।

ଏହି ଫିଲ୍ମର ନାମ ମିଶନ ସୁଡଙ୍ଗ ରଖାଯିବ। ବିଶେଷ କଥା ହେଉଛି ଏହି ଅପରେଶନରେ ଓଏନଜିସି, ଏସଜେଭିଏନଏଲ, ଆରଭିଏନଏଲ, ଏନଏଚଆଇଡିସିଏଲ ଏବଂ ଟିଏଚଡିସିଏଲର ବିଶେଷଜ୍ଞମାନେ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଉଦ୍ଧାର ସମୟରେ ଆର୍ନୋଲ୍ଡ ଡିକ୍ସଙ୍କୁ ମଧ୍ୟ ଡକାଯାଇଥିଲା। ଏହି ବ୍ୟକ୍ତି ଅଷ୍ଟ୍ରେଲିଆରେ ଚାଲୁଥିବା ଅନ୍ତର୍ଜାତୀୟ ଟନେଲିଂ ଏବଂ ଅଣ୍ଡରଗ୍ରାଉଣ୍ଡ ସ୍ପେସ ଆସୋସିଏଶନର ସଭାପତି। ବ୍ରିଟିଶ ଇନଷ୍ଟିଚ୍ୟୁଟ ଅଫ ଇନଭେଷ୍ଟିଗେଟର୍ସରେ କାମ କରୁଥିବା ଡିକ୍ସଙ୍କର ଇଞ୍ଜିନିୟରିଂ, ଭୂବିଜ୍ଞାନ, ଆଇନ ଏବଂ ବିପଦ ପରିଚାଳନା କ୍ଷେତ୍ରରେ ୩୦ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି।

ଆର୍ନୋଲ୍ଡ ଡିକ୍ସଙ୍କ ୱେବସାଇଟ ଅନୁଯାୟୀ ମେଲବୋର୍ଣ୍ଣର ମୋନାଶ ବିଶ୍ୱବିଦ୍ୟାଳୟରୁ ସେ ବିଜ୍ଞାନ ଏବଂ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଲର୍ଡ ରୋବର୍ଟ ମେୟର ପିଟର ଭିକେରି କ୍ୟୁସିରେ ଯୋଗ ଦେଇ ୨୦୨୦ରେ ଅଣ୍ଡରଗ୍ରାଉଣ୍ଡ ୱାର୍କସ ଚାମ୍ବର ଗଠନ କରିଥିଲେ। ୨୦୨୨ମସିହାରେ ସେ ଆମେରିକାର ନ୍ୟାଶନାଲ ଫାୟାର ପ୍ରୋଟେକ୍ସନ ଆସୋସିଏଶନ ତରଫରୁ କମିଟି ସେବା ପୁରସ୍କାର ମଧ୍ୟ ପାଇଥିଲେ। ୨୦ ନଭେମ୍ବରରେ ସିଲ୍କିରା ଟନେଲରେ ପହଞ୍ଚିଥିବା ଆର୍ନୋଲ୍ଡ ଡିକ୍ସ ଦିନରାତି ଶ୍ରମିକଙ୍କ ସହ ଯୋଗାଯୋଗରେ ଥିବାବେଳେ ସମସ୍ତଙ୍କୁ ସକାରାତ୍ମକ ରହିବାକୁ କହିଥିଲେ। ଉଲ୍ଲେଖନୀୟ ଦିଗ ହେଉଛି ସେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ ସେ କୌଣସି ଧର୍ମର ବିଶ୍ୱାସକୁ ସମ୍ମାନ କରନ୍ତି। ଉଦ୍ଧାର କାର୍ଯ୍ୟର ଶେଷ ଦିନ ମଙ୍ଗଳବାର ସେ ଟନେଲ ନିକଟରେ ଥିବା ଭଗବାନ ବାଖ ନାଗ ଦେବତାଙ୍କ ପୂଜାରେ ମଧ୍ୟ ଭାଗ ନେଇଥିଲେ। ପରିଶେଷରେ, ତାଙ୍କ ଏବଂ ତାଙ୍କ ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ପରିଣାମ ସ୍ବରୂପ, ସମସ୍ତ ୪୧ ଜଣ ଶ୍ରମିକଙ୍କୁ ୬୦ ମିଟର ଆବର୍ଜନା ମଧ୍ୟରୁ ଉଦ୍ଧାର କରାଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri