ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଏଭଳି ଦାବି କରାଯାଇଛି। ଏହାସହ ସମସ୍ତ ଶୁଖିଲା ନଦୀକୁ ପୁନରୁଦ୍ଧାର କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି।
ଓଡ଼ିଶାର ପ୍ରାୟ ସମସ୍ତ ନଦୀ ଉପରେ ଘର କାମ, ଜୀବିକା ଏବଂ ଜଳ ପାଇଁ ନିର୍ଭରଶୀଳ। କିନ୍ତୁ ଏଥିପାଇଁ ନଦୀ ଜଳ ପ୍ରଦୂଷଣ ଏକ ପ୍ରମୁଖ ବିପଦ ହୋଇଛି। ପ୍ରବାହିତ ନଦୀ ଜଳରେ ସହରର ବର୍ଜ୍ୟଜଳ ସମେତ ଶିଳ୍ପ ଏବଂ ଖଣି ଆବର୍ଜନା ପକାଇବା ଯୋଗୁ ସେଗୁଡିକ ଡ୍ରେନେଜ୍‌ରେ ପରିଣତ ହୋଇଛି। ଏଥିଯୋଗୁ ମଣିଷ ଏବଂ ପ୍ରାଣୀ ଜଗତ ଅତିଷ୍ଠ ହୋଇ ପଡିଲେଣି। ତେଣୁ ନଦୀରେ ସମସ୍ତ ପ୍ରକାର ପ୍ରଦୂଷଣ ପଦାର୍ଥର ପ୍ରବେଶ ଯାଞ୍ଚ କରାଯିବା ଆବଶ୍ୟକ ହୋଇପଡିଛି। ଏହିପରି ସମସ୍ତ ପ୍ରଦୂଷକଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ଦଣ୍ଡିତ କରାଯିବା ସହ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ନଦୀରେ ପର୍ଯ୍ୟାପ୍ତ ଜଳ ପ୍ରବାହ ପ୍ରଦୂଷଣକୁ ସଫା ରଖିଥାଏ। କିନ୍ତୁ ବର୍ଷସାରା ନଦୀରେ ଜଳ ଉପଲବ୍ଧତାର ଠିକ୍‌ ମୂଲ୍ୟାଙ୍କନ ନ କରି ନଦୀ ଗର୍ଭରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ନଦୀଜଳର ନିରନ୍ତର ଏବଂ ସ୍ବଚ୍ଛ ପ୍ରବାହକୁ ବାଧା ଦେଉଛି । ଏହିପରି ଅବରୋଧ ଦ୍ୱାରା ନଦୀ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି ଏବଂ ଅନେକ ଅଞ୍ଚଳରେ ନଦୀ ତଳମୁଣ୍ଡରେ ଶୁଖିଯାଉଛି। ଏହାସହ ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀ କୂଳର ଘାସ, ଚେର ଆଦିର ପ୍ରାକୃତିକ ଅଭିବୃଦ୍ଧି ହୋଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭରଶୀଳ ଉଦ୍ଭିଦଗୁଡ଼ିକ ବିଲୁପ୍ତ ହେବାକୁ ଯାଉଛନ୍ତି । ତେଣୁ ସ୍ଥାୟୀ ବାଲି ଖନନ ଏବଂ ନଦୀ ଶଯ୍ୟାରୁ ବାହାରୁଥିବା ବାଲିର ପରିମାଣ ଉପରେ ନଜର ରଖିବା ପାଇଁ ନିୟମିତ ଅଡିଟ୍‌ ପାଇଁ ଏକ ନୀତିର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ବନ୍ୟା ପରିସ୍ଥିତିରେ କ୍ଷୟକ୍ଷତି ସମସ୍ୟାକୁ ପ୍ରାଥମିକତା ଉପରେ ସମାଧାନ କରିବା ଆବଶ୍ୟକ । ଏହି ସମସ୍ୟାର ସମାଧାନ ପାଇଁ ଆର୍ଥିକ ସହାୟତା ତଥା ଦକ୍ଷତା ବୃଦ୍ଧି ଯୋଜନା ଗୁରୁତ୍ୱପୂର୍ଣ୍ଣ। ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ଏକ ନଦୀ ନୀତି ଗଠନ କରିବାକୁ ଦାବି କରାଯାଇଛି। ଏଠାରେ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଜଳକୁ ଉଦାହରଣ ଭାବେ ନିଆଯାଉଛି। ବିଶେଷକରି ରନତ୍ଗର୍ଭା ସୁକିନ୍ଦାର ଡମଶାଳା ନାଳା ଓ ଯୋଡା ଖଣି ଅଞ୍ଚଳର ସୋନା ନଦୀ ବ୍ରାହ୍ମଣୀ, ବୈତରଣୀ ନଦୀଜଳକୁ ବ୍ୟବହାର ଅନୁପଯୋଗ କରିବାରେ ଲାଗିଛନ୍ତି। ଏହି ଉପନଦୀଦ୍ୱୟ ନିକଟରେ ଗଢି ଉଠିଥିବା ବୃହତ୍‌ ଖଣି କମ୍ପାନୀ ଏଥିପାଇଁ ଦାୟୀ ବୋଲି କୁହାଯାଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା ଖଣି ଅଞ୍ଚଳର ସମସ୍ତ ବିଷାକ୍ତ ବର୍ଜ୍ୟବସ୍ତୁ ବ୍ରାହ୍ମଣୀ ନଦୀରେ ମିଶୁଛି। ଉପରମୁଣ୍ଡରେ ଅନୁଗୋଳ ଓ ରାଉରକେଲାର ବିଭିନ୍ନ ଶିଳ୍ପ ବର୍ଜ୍ୟବସ୍ତୁ ମିଶିବା ଫଳରେ ବ୍ରାହ୍ମଣୀ ପାଣି ଜହର ହେଉଛି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୨୮ା୮ା୨୦୧୫ରେ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାର ବିଚାର କରି ଗଣ୍ଡନାଳର ଜଳ ପ୍ରଦୂଷଣକୁ ନେଇ ମୁଖ୍ୟ ଶାସନ ସଚିବ, ଶିଳ୍ପ , ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ଏସ୍‌ପିସିବର ଅଧ୍ୟକ୍ଷ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ଝାରସୁଗୁଡ଼ା, ଯାଜପୁର, ତାଳଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଥିଲେ। ଏହି କ୍ରମରେ ନଦୀଜଳ ପ୍ରଦୂଷଣକୁ ରୋକିବାକୁ ତାହାର ତଟବର୍ତ୍ତୀ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅନ୍‌ଲାଇନ ମନିଟରିଂ ସିଷ୍ଟମ ଲଗାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ନଦୀର କେଉଁ ଅଂଶରେ କିଏ ଅନ୍‌ଲାଇନ ମନିଟରିଂ ସିଷ୍ଟମ ଲଗାଇବ ସେ ନେଇ ଏଯାଏ ନିଷ୍ପତ୍ତି ହୋଇ ପାରିନାହିଁ।
ଅନ୍ୟପକ୍ଷେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ୨୦ା୯ା୨୦୧୮ ତାରିଖରେ ରିଭର ରେଜୁଭେନଶନ କମିଟି(ଆର୍‌ଆର୍‌ସି) ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି।କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ସାମିଲ ହୋଇ ଏକ ଆକ୍ସନ ପ୍ଲାନ ତିଆରି କରିବେ। କିନ୍ତୁ ଏଯାଏ ଏନ୍‌ଜିଟି ନିର୍ଦ୍ଦେଶ ଉପରେ ଉପଯୁକ୍ତ ଭାବେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରୁ ନ ଥିବାରୁ ରାଜ୍ୟର ଅଧିକାଂଶ ନଦୀ ଡ୍ରେନେଜର ଆଖ୍ୟା ପାଉଛି। ତେବେ ଓଡ଼ିଶା ନଦୀ ସୁରକ୍ଷା ସମିତିର ଅଭିଯୋଗ କ୍ରମେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ଭାଗୀରଥି ପାଢୀ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri