ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ହିମାଳୟାନ ଉନ୍ମୋଚିତ: ଆକର୍ଷଣୀୟ ଡିଜାଇନିଂ ସହ ରହିଛି…

ନୂଆଦିଲ୍ଲୀ,୧।୧୨: ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ହିମାଳୟାନ’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଅଧିକ ପାୱାର ଓ ଟର୍କ ସହିତ ଉକ୍ତ ମଡେଲ ରୟାଲ ଏନ୍‌ଫିଲ୍ଡର ପ୍ରଥମ ଲିକ୍ୱିଡ-କୁଲ୍‌ଡ ଇଞ୍ଜିନ୍‌ ନୂଆ ୪୫୨ସିସି ସେର୍‌ପା ଇଞ୍ଜିନ୍‌ ସହିତ ଚମତ୍କାର କମ୍‌-ଆର୍‌ପିଏମ୍‌ ପ୍ରଦର୍ଶନ ପ୍ରଦାନ କରୁଛି। ବିଶେଷକରି ଏକ ନୂଆ ୬-ସ୍ପିଡ୍‌ ଗିଅରବକ୍ସ ଓ ଏକ ରାଇଡ୍‌-ବାଏ-ୱାୟାର ଫିଚର ସହିତ ଉନ୍ନତ ପାୱାର, ଆହ୍ବାନପୂର୍ଣ୍ଣ ଭୂଭାଗଗୁଡିକରେ ପାୱାର ଓ ଟେରେନ୍‌ର ଉନ୍ନତ ଡେଲିଭରି ଏହା ପ୍ରଦାନ କରିଥାଏ। ସେହିଭଳି ନୂଆ ହିମାଳୟାନ୍‌ର ସମସ୍ତ ମଡେଲରେ ନୂଆ ଟ୍ରିପର୍‌ଡ୍ୟାଶ ଓ ୩୦ରୁ ଅଧିକ ଉତ୍ସାହଜନକ ନୂଆ ଜେନୁଇନ୍‌ ମୋଟରସାଇକେଲ ଆକ୍‌ସେସରି ସହ ଉକ୍ତ ମଡେଲ ବଜାରକୁ ଆସୁଛି। ସେହିପରି ଅଲ୍‌ ନ୍ୟୁ ହିମାଳୟାନ୍‌କୁ ୩ଟି ସ୍ବତନ୍ତ୍ର ଭାରିଆଣ୍ଟ ଯଥା ବେସ୍‌, ପାସ୍‌ ଓ ସମିଟ୍‌ ଆଦିରେ ଉପଲବ୍ଧ ହେଉଥିବାବେଳେ ଉକ୍ତ ମଡେଲ ୫ଟି ସ୍ବତନ୍ତ୍ର କଲର ଯଥା କାଜା ବ୍ରାଉନ୍‌ (ବେସ୍‌ ଭାରିଆଣ୍ଟ), ପପି ବ୍ଲୁ ଓ ହିମାଳୟାନ୍‌ ସଲ୍ଟ ଅନ୍ତର୍ଭୁକ୍ତ ଥିବା ସ୍ଲେଟ୍‌ ସିରିଜ୍‌ (ପାସ୍‌ ଭାରିଆଣ୍ଟ) ଏବଂ ହାନ୍‌ଲେ ବ୍ଲାକ୍‌ ଓ କାମେଟ୍‌ ହ୍ବାଇଟ୍‌ (ସମିଟ୍‌-ଟପ୍‌ ଭାରିଆଣ୍ଟ) ରଙ୍ଗରେ ଉକ୍ତ ମଡେଲଗୁଡିକୁ ଆକର୍ଷଣୀୟ ଡିଜାଇନିଂ କରାଯାଇଛି।ଏସିଆ-ପାସିଫିକ୍‌ ରିଜିଅନ୍‌ ଓ ଆମେରିକାର ଗ୍ରାହକମାନେ ଖୁବ୍‌ଶୀଘ୍ର ହିମାଳୟାନ୍‌ର ଆଡ୍‌ଭେଞ୍ଜର-ରେଡି ପ୍ରବୃତ୍ତିଗୁଡିକୁ ଅନୁଭବ କରିପାରିବେ, ଯାହା ଅନ୍ତର୍ଜାତୀୟ ରାଇଡରଙ୍କ ପ୍ରତି ରୟାଲ ଏନ୍‌ଫିଲ୍ଡର ପ୍ରତିବଦ୍ଧତାକୁ ସୁଦୃଢ କରୁଛି।

ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି.ଗୋବିନ୍ଦରାଜନ କହିଛନ୍ତି, ଆମେ ନୂଆ ହିମାଳୟାନ୍‌କୁ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଆମେ ନିକଟରେ ଗ୍ଲୋବ୍‌ଟ୍ରୋଟର୍‌, ଏକ୍ସପ୍ଲୋରର ଓ ଆଥ୍‌ଲେଟ୍‌ମାନଙ୍କ ସହ ନିୟୋଜିତ ହୋଇଛୁ। ଏଭଳି ତଥ୍ୟ ଏବଂ ହିମାଳୟରେ ଆମର ନିଜସ୍ବ ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଏହାର ଡିଏନ୍‌ଏର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକୁ ବଜାୟ ରଖିଛୁ ଏବଂ ନୂଆ ଓ ବିକଶିତ ହିମାଳୟାନ୍‌ରେ ପରିବର୍ତ୍ତନ ପାଇଁ ବିଭିନ୍ନ କ୍ଷେତ୍ର ଉପରେ କାର୍ଯ୍ୟ କରିଛୁ, ଯାହା ହିମାଳୟ ପାଇଁ ନିର୍ଦ୍ଦିଷ୍ଟ ରୂପେ ଉଦ୍ଦେଶ୍ୟ-ନିର୍ମିତ ବୋଲି ସେ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ବ୍ରାଣ୍ଡ୍‌ର ସବୁଠାରୁ ବଡ ମୋଟରସାଇକ୍ଲିଙ୍ଗ୍‌ ଫେଷ୍ଟିଭାଲ ମୋଟୋଭର୍ସ-୨୦୨୩ରେ ଏହାର ଆଡ୍‌ଭେଞ୍ଚର୍‌ ଟୁଅରର୍‌ ଅଲ୍‌-ନ୍ୟୁ ହିମାଳୟାନ୍‌ର ଉନ୍ମୋଚନ କରାଯାଇଛି,ଯାହାକୁ ସମସ୍ତ ପ୍ରକାର ରାସ୍ତା ପାଇଁ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri