ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ ଧାନ ଚାଷଠାରୁ ମଧ୍ୟ ପ୍ରାଚୀନ। ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହେଲା ଲୋକଙ୍କ ଚାଷ ଓ ଖାଦ୍ୟର ଅଭ୍ୟାସ। ପୂର୍ବକାଳରେ ପୁଷ୍ଟିଶସ୍ୟ ଜୀବନର ମୁଖ୍ୟ ଆଧାର ଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ବେଶ ଉନ୍ନତ ଧରଣର ଥିଲା। ହେଲେ ଉଗ୍ର ଆଧୁନିକତା କରାଳ ଛାୟାରେ ବିଲୁପ୍ତ ପ୍ରାୟ ହୋଇ ବସିଲା ମାନବ ସମାଜର ବହୁମୂଲ୍ୟ ପୁଷ୍ଟିଶସ୍ୟ ଖାଦ୍ୟ। ଆରମ୍ଭ ହେଲା ଜଙ୍କ ଫୁଡ, ଫାଷ୍ଟ ଫୁଡ। କିଛି ପାହାଡ଼ ପର୍ବତ ଘେରା ମାଳ ଅଞ୍ଚଳକୁ ବାଦ ଦେଲେ ଏହାର ଗୁରୁତ୍ୱ କ୍ଷୟ ହେବାରେ ଲାଗିଲା। ହେଲେ ଆଜି ଏଥିରେ ଅନେକ ପରିବର୍ତ୍ତନ ଆସିଛି। ସାରା ବିଶ୍ବ ମିଲେଟ୍ସ ଜାତୀୟ ଫସଲ, ଖାଦ୍ୟର ଗୁରୁତ୍ୱ ଓ ଖାଦ୍ୟ ସୁରକ୍ଷା ଦିଗରେ ଏହାର ଅବଦାନ ବିଷୟରେ ହୃଦୟଙ୍ଗମ କରିପାରିଛି। ସାରା ବିଶ୍ବରେ ମିଲେଟ୍ସ ଜାତୀୟ ଖାଦ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ଲୋକପ୍ରିୟ କରିବା ପାଇଁ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ପାଳନ କରୁଛି। ପୁଷ୍ଟିଶସ୍ୟର ବିଭିନ୍ନ ପ୍ରଜାତିର ଫସଲ ମଧ୍ୟରୁ ଓଡିଶାରେ ସୁଆଁ ଚାଷ ଅପେକ୍ଷାକୃତ ଅଳ୍ପ ଭାବେ ପ୍ରଚଳିତ। ହେଲେ ଏହି ସୁଆଁ ଚାଷକୁ ପ୍ରମୁଖ ଜୀବିକା ଭାବେ ଗ୍ରହଣ କରି ଆୟର ପନ୍ଥା ଭାବେ ଗ୍ରହଣ କରିଛନ୍ତି ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ତଲସରା ଗାଁର ସଫଳ ପୁଷ୍ଟିଶସ୍ୟ ମହିଳା ଚାଷୀ ସରିତା ସାହୁ। ୧୫ ଏକରର ଏକ ବୃହତ ଜମିରେ ଏକକାଳୀନ ପୁଷ୍ଟିଶସ୍ୟ ସୁଆଁ ଚାଷ କରିଛନ୍ତି। ସୁଆଁରୁ ମୁଖ୍ୟତଃ ବିସ୍କୁଟ, କେକ, ଉପମା,ଖିରୀ ଇତ୍ୟାଦି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ କିଲୋ ପ୍ରତି ଏହାର ବିକ୍ରି ମୂଲ୍ୟ ହେଉଛି ୫୧ ଟଙ୍କା। ଖୋଲା ବଜାରରେ ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଏ। ସୁଆଁର ପାଉଡର ପ୍ରସ୍ତୁତ କରି ଏଥିରୁ ଇଡଲି, ବରା, ଜିଲେବି ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚାଲୁଥିବା ମିଲେଟ ମିଶନ କାର୍ଯ୍ୟକ୍ରମରେ ସ୍ବ୍‌ଚ୍ଛୋସେବୀ ଅନୁଷ୍ଠାନ ସେବକ ତରଫରୁ ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକର ଚାଷୀଙ୍କୁ ମାଣ୍ଡିଆ, କଦୋ, ଗଙ୍ଗେଇ ସାଙ୍ଗକୁ ବହୁଳ ପରିମାଣରେ ସୁଆଁ ଚାଷ କରିବା ନିମନ୍ତେ ନିରନ୍ତର ପ୍ରୟାସ କରାଯାଉଛି ଯାହାର ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ସରିତା ସାହୁ। ସ୍ବାମୀ ତରୁଣ କୁମାର ସାହୁ, ୨ ପୁଅ ଆୟୂଷ ଓ ପିୟୂଷକୁ ନେଇ ଏକ ଯୌଥ ପରିବାରରେ ବସବାସ କରୁଥିବା ସରିତାଙ୍କ ନିଜସ୍ବ ଜମି କହିଲେ କିଛି ନାହିଁ। ପିଲାଟି ଦିନରୁ କିନ୍ତୁ ଚାଷ ପ୍ରତି ସରିତାଙ୍କ ଦୁର୍ବଳତା ରହିଥିଲା। ଗତବର୍ଷ ବାଲିଶଙ୍କରା ବ୍ଲକରେ ସ୍ବଚ୍ଛୋସେବୀ ଅନୁଷ୍ଠାନ ସେବକ ଓ ଓଡିଶା ମିଲେଟ ମିଶନର ମିଳିତ ଉଦ୍ୟମରେ ଆୟୋଜିତ ପୁଷ୍ଟିଶସ୍ୟ ମହୋତ୍ସବ, ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇଥିଲେ ସରିତା। ସେଥିରୁ ପୁଷ୍ଟିଶସ୍ୟ ଚାଷ ନିମନ୍ତେ ଆଗ୍ରହୀ ହେଲେ ବି ଏଥିରେ ଦାଉ ସାଜିଥିଲା ଜମି। ହେଲେ ନିଜର ଦୃଢ ଇଚ୍ଛାଶକ୍ତି, ନୂଆଁ କିଛି କରିବାର ଅଦମ୍ୟ ଆଗ୍ରହ ଦ୍ୱାରା ଗ୍ରାମର ଅନେକ ଜଣଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି ସରିତା। ଶେଷରେ ୭ ଜଣଙ୍କୁ ସଚେତନ କରି ଭାଗଚାଷୀ ଭାବେ ପଡିଆ ପଡିଥିବା ୧୫ ଏକର ଜମିରେ ଆରମ୍ଭ କରିଛନ୍ତି ପୁଷ୍ଟିଶସ୍ୟ ସୁଆଁ ଚାଷ। ନିଜର କଠିନ ପରିଶ୍ରମ, ପରିବାର ବର୍ଗଙ୍କ ସହଯୋଗ ପାଇଁ ଆଜି ତାଙ୍କ ୧୫ ଏକର ଜମିରେ ଫଳିଛି ସୁନାର ଫସଲ। ଆଉ ମାତ୍ର ଗୋଟିଏ ସପ୍ତାହ ଭିତରେ ଅମଳ କରିବାକୁ ଯୋଜନା କରୁଥିବା ବେଳେ ଏଥିରୁ ଅତି କମରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବେ ବୋଲି ସରିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri