ହିମାଳୟ ଅଞ୍ଚଳକୁ ସହାୟତା ଜରୁରୀ

ଦୁବାଇ,୩।୧୨: ହିମାଳୟର ହିମାବାହ ବିପଜ୍ଜନକ ହାରରେ ତରଳୁଥିବାରୁ ଏହାର ସମ୍ଭାବ୍ୟ ବିପତ୍ତିକୁ ନେଇ ଜାତିସଂଘ ମହାଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିକାଶଶୀଳ ରାଷ୍ଟ୍ର ବିଶେଷକରି ବିପଜ୍ଜନକ ପାର୍ବତ୍ୟାଞ୍ଚଳ ଦେଶଗୁଡ଼ିକର ଆବଶ୍ୟକତା ପ୍ରତି ବାର୍ଷିକ ଜଳବାୟୁ ଆଲୋଚନାରେ ଗୁରୁତ୍ୱ ଦିଆଯିବା ସହ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ଜରୁରୀ ବୋଲି କପ୍‌୨୮ ଆଲୋଚନାରେ ଭାଗନେଇ ଗୁଟେରେସ୍‌ କହିଛନ୍ତି। ହିମାଳୟରୁ ସୃଷ୍ଟି ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ସମେତ ୧୦ ବୃହତ୍‌ ନଦୀ ଏବଂ ଗ୍ଲେସିୟର ଉପରେ ପ୍ରାୟ ୨୪ କୋଟି ଲୋକ ନିର୍ଭରଶୀଳ। ଏହା ବ୍ୟତୀତ ଭାରତ ସମେତ ୮ଟି ଦେଶର ଅନ୍ୟ ୧୦୦ କୋଟି ଲୋକ ଏହି ସମସ୍ତ ଗ୍ଲେସିୟର ଦ୍ୱାରା ପୁଷ୍ଟ ନଦୀ ଉପରେ ନିର୍ଭର କରିଥାନ୍ତି। ଗତ ୩୦ ବର୍ଷ ମଧ୍ୟରେ ନେପାଳର ପାଖାପାଖି ଏକତୃତୀୟାଂଶ ବରଫ ତରଳିଗଲାଣି, ଯାହାର ସିଧାସଳଖ ସବୁଜଗୃହ ବାଷ୍ପ ପ୍ରଦୂଷଣ ସହ ସମ୍ପୃକ୍ତି ରହିଛି। କିଛିଦିନ ପୂର୍ବରୁ ଏଭରେଷ୍ଟ ଅଞ୍ଚଳ ଗସ୍ତ କରିଥିବା ଗୁଟେରେସ୍‌ ଧନୀ ଦେଶଗୁଡ଼ିକୁ ୧୦୦ ବିଲିୟନ ଡଲାର ପ୍ରଦାନ କରିବା ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି। ଏଥିସହ ୨୦୨୫ ସୁଦ୍ଧା ଆଡପ୍ଟେଶନ ପୁଞ୍ଜିକୁ ଦୁଇଗୁଣ କରି ୪୦ ବିଲିୟନ ଡଲାର କରିବା ପାଇଁ ଯୋଜନା ଉପସ୍ଥାପନ ନିମନ୍ତେ ଜାତିସଂଘ ମହାସଚିବ କହିଛନ୍ତି। ନେପାଳ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଭରଣା କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥତ୍କ ଅନୁଷ୍ଠାନ (ଆଇଏଫ୍‌ଆଇ) ଏବଂ ବହୁପାକ୍ଷିକ ଉନ୍ନୟନ ବ୍ୟାଙ୍କ (ଏମ୍‌ଡିବି)ଗୁଡ଼ିକର ସଂସ୍କାର ସପକ୍ଷରେ ସେ ମତ ରଖିଛନ୍ତି। ଉପରୋକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ ରୋକାଯାଇ ନ ପାରିଲେ ଗ୍ଲେସିୟରଗୁଡ଼ିକ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏବଂ ବୃହତ୍‌ ହିମାଳୟ ନଦୀଗୁଡ଼ିକୁ ଜଳପ୍ରବାହ ସାଂଘାତିକ ହ୍ରାସ ଘଟିବ ବୋଲି ଗୁଟେରେସ୍‌ କହିଛନ୍ତି।
ଧନୀ ଓ ଶିଳ୍ପୋନ୍ନତ ଦେଶଗୁଡ଼ିକ ବୈଶ୍ୱିକ ତାପନ ଲଢ଼େଇରେ ଅଧିକ ସକ୍ରିୟ ଭୂମିକା ନେବା ଲାଗି ଜାତିସଂଘ ଜଳବାୟୁ ସମ୍ମିଟ୍‌ର ଦ୍ୱିତୀୟ ଦିନରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ନେତାମାନେ ଜୋର୍‌ ଦେଇଥିଲେ। ଜଳବାୟୁ ପରିବର୍ତ୍ତନ ଓ ଉତ୍ତାପ ବୃଦ୍ଧିରେ ଧନୀ ଦେଶଗୁଡ଼ିକର ଭୂମିକା ଅଧିକ ରହୁଛି। ଏସବୁକୁ ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ ତାହା ସେମାନେ ଜଣାନ୍ତୁ ବୋଲି ଅନ୍ୟ ନେତାମାନେ କହିଥିଲେ। ତୈଳସମୃଦ୍ଧ ରାଷ୍ଟ୍ର ୟୁନାଇଟେଡ୍‌ ଆରବ ଏମିରେଟ୍ସରେ କପ୍‌୨୮ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ପ୍ରାୟ ୧୫୦ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜକୀୟ ପରିବାର ସଦସ୍ୟ ଓ ଅନ୍ୟ ନେତାମାନେ ସାମିଲ ହୋଇଛନ୍ତି। ଉତ୍ତାପ ଓ ନିର୍ଗମନ ହ୍ରାସ ସମ୍ପର୍କରେ ସେମାନେ ନିଜ ନିଜର ଯୋଜନା ଉପସ୍ଥାପନ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ସମସ୍ତ ରାଷ୍ଟ୍ର ପୂର୍ବାପେକ୍ଷା ଅଧିକ ଏକତାର ସହ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି। ଆଲୋଚନାରେ ଆଫ୍ରିକୀୟ ନେତାମାନେ ଯୋଗଦେଇ ସେମାନଙ୍କ ଦେଶର ବିଷୁବ ମଣ୍ଡଳୀୟ ଜଙ୍ଗଲ ବାୟୁରୁ ଅତ୍ୟଧିକ ଅଙ୍ଗାରକାମ୍ଳକୁ ଅବଶୋଷଣ କରିବାରେ ସହାୟତା କରୁଥିବା କହିଥିଲେ। ଉତ୍ତାପ ବୃଦ୍ଧିରେ ଧନୀ ଦେଶ ତୁଳନାରେ ସେମାନଙ୍କ ଦେଶର ଭାଗୀଦାରି ଯଥେଷ୍ଟ କମ୍‌ ବୋଲି ସେମାନେ ମତ ରଖିଥିଲେ। ଧନୀ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ଇକୁଏଟୋରିଆଲ୍‌ ଗିନିର ନେତା କହିଥିଲେ। ସୂଚନାଯୋଗ୍ୟ, ମିଥେନ୍‌ ନିର୍ଗମନ କମାଇବା ଲକ୍ଷ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ଶନିବାର ଏକ ଚୂଡ଼ାନ୍ତ ନିୟମ ଜାରି କରିଛନ୍ତି। ଏହି ନୂଆ ନିୟମ ତୈଳ ଏବଂ ଗ୍ୟାସ୍‌ ଶିଳ୍ପରୁ ସୃଷ୍ଟି ମିଥେନ୍‌ ଓ ଅନ୍ୟାନ୍ୟ କ୍ଷତିକାରକ ବାୟୁ ପ୍ରଦୂଷଣକାରୀ ଉପାଦାନ ଯଥେଷ୍ଟ ହ୍ରାସ କରିବ ବୋଲି ସେଠାର ପରିବେଶ ସୁରକ୍ଷା ସଂସ୍ଥା କହିଛି। ଏହା ଅତ୍ୟାଧୁନିକ ମିଥେନ୍‌ ଚିହ୍ନଟ ଟେକ୍‌ନୋଲୋଜିର ବ୍ୟବହାର ବଢ଼ାଇବା ସହ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍‌ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…

ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri