ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆସେଞ୍ଚର, ଡ୍ୟୁସ୍‌ ଟେଲିକମ୍‌, ଗୁଗଲ କ୍ଲାଉଡ୍‌, ଅରେଞ୍ଚ, ଟେଲିନର ଓ ଭୋଡାଫୋନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହିଭଳି ଶିଳ୍ପର ପ୍ରଥମ ଧରଣର ଏହି ଇନୋଭେଶନ ହବ୍‌ ଜେନେରେଟିଭ୍‌ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଲାର୍ଜ ଲାଙ୍ଗୁଏଜ୍‌ ମଡେଲ (ଏଲ୍‌ଏଲ୍‌ଏମ୍‌) ଓ ଓପନ୍‌ ଡିଜିଟାଲ୍‌ ଆର୍କିଟେକ୍‌ଚର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱାରୋପ କରିବ। ଏହାଦ୍ୱାରା ସମଗ୍ର ଶିଳ୍ପଜଗତ ଉପକୃତ ହେବ। ବିଶେଷକରି ଭାରତ ବିଶ୍ୱସ୍ତରୀୟ ସଫ୍ଟୱେର ପ୍ରତିଭାଙ୍କ କେନ୍ଦ୍ରସ୍ଥଳ ହୋଇଥିବାରୁ ପ୍ରଥମ ଇନୋଭେଶନ ହବ୍‌ ଲାଗି ମୁମ୍ବାଇକୁ ଚୟନ କରାଯାଇଥିଲା। ଉକ୍ତ ହବ୍‌ରେ ଟେଲିକମ୍‌ ଓ ପ୍ରଯୁକ୍ତି ଶିଳ୍ପର ପ୍ରତିଭାମାନେ ହାଇବ୍ରିଡ୍‌ ଟିମ୍‌ ଭାବେ କାମ କରି ଶିଳ୍ପର ଏହି ସବୁଠୁ ବଡ଼ ଆହ୍ବାନ ଲାଗି ଉପାୟ ଓ ସମାଧାନ ବିକାଶ କରିବେ। ଭାରତରେ ଟିଏମ୍‌ ଫୋରମ୍‌ର ୩୭,୦୦୦ରୁ ଅଧିକ ସଦସ୍ୟ ରହିଛନ୍ତି।
ଏ ସମ୍ପର୍କରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି, ଟିଏମ୍‌ ଫୋରମ୍‌ ଇନୋଭେଶନ ହବ୍‌ ବାସ୍ତବ ଦୁନିଆର ସମାଧାନ ପ୍ରଦାନ କରିବ। ଏହା ଶିଳ୍ପରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆକଳନ କରଯାଉଛି। ଆହ୍ବାନଗୁଡ଼ିକର ମୁକାବିଲା କରିବା ସହ ଭବିଷ୍ୟତର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରିବା ଲାଗି ଉତ୍ତମ ଉପାୟ ବାହାର କରିବା ପାଇଁ ସମଗ୍ର ଶିଳ୍ପଜଗତର ପ୍ରତିଭାମାନଙ୍କୁ ବ୍ୟବହାର କରିବାଠାରୁ ଭଲ ବାଟ ଆଉ କ’ଣ ହୋଇପାରେ ବୋଲି ସେ ମତପ୍ରକାଶ କରିଛନ୍ତି। ଏପରିକି ପ୍ରଥମ ଇନୋଭେଶନ ହବ୍‌ ଆମର ମୁମ୍ବାଇ କ୍ୟାମ୍ପସରେ ଖୋଲାଯାଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। କାରଣ ଆମର ବିଶ୍ୱାସ ରହିଛି ଯେ ନବସୃଜନକୁ ସୁଦୃଢ଼ କରିବା ଲାଗି ମୁମ୍ବାଇ ହେଉଛି ଉପଯୁକ୍ତ ସ୍ଥାନ। ଜିଓ, ଟିଏମ୍‌ ଫୋରମ୍‌ ଓ ସମଗ୍ର ଟେଲିକମ୍‌ ଶିଳ୍ପ ପାଇଁ ଏହା ହେଉଛି ଏକ ଆକର୍ଷଣୀୟ ସମୟ ଏବଂ ଏହା ପ୍ରକଳ୍ପର ଏକ ଅଂଶ ହୋଇଥିବାରୁ ଆମେ ବେଶ୍‌ ଗର୍ବିତ। ଅପରପକ୍ଷରେ ପ୍ରଥମ ଇନୋଭେଶନ ହବ୍‌ ଶୁଭାରମ୍ଭକୁ ନେଇ ଟିଏମ୍‌ ଫୋରମ୍‌ର ଅଧ୍ୟକ୍ଷ ଡ. ଷ୍ଟିଫେନ୍‌ ରୋହେନ ଓ ସିଇଓ ନିକ୍‌ ୱିଲେଟ୍‌ ଉତ୍ସାହ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri