ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା ବିରୋଧୀ ଅପରାଧ ମାମଲା ୨୦୨୧ ତୁଳନାରେ ୨୦୨୨ରେ ୪% ବଢ଼ିଥିବାବେଳେ ଶିଶୁ ବିରୋଧୀ ଅପରାଧ ୮ % ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଥିଲେ ମଧ୍ୟ ଶିଶୁ ବିରୋଧୀ ଅପରାଧ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିବା ସଦ୍ୟ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୨୦୨୨ରେ ଓଡ଼ିଶାରେ ନାରୀ ନିର୍ଯାତନା ସମ୍ପର୍କିତ ମୋଟ ୭ ହଜାର ୩୨୭ ମାମଲା ରୁଜୁ ହୋଇଛି।
୧୧ହଜାର ୫୧୨ ମାମଲା ସହ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଉତ୍ତରପ୍ରଦେଶ (୧୦,୫୪୮), ତୃତୀୟରେ ରାଜସ୍ଥାନ (୮,୫୦୮) ଓ ପଞ୍ଚମରେ କର୍ନାଟକ (୬,୨୦୧) ରହିଛି।
ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶା ସପ୍ତମ ସ୍ଥାନକୁ ଖସି ଆସିଥିବାବେଳେ ଶିଶୁ ବିରୋଧୀ ମାମଲାରେ ଦେଶରେ ଷଷ୍ଠ ସ୍ଥାନରେ ରହିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧ ମାମଲା ୩୧ ହଜାର ୩୫୨ ଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୨୩ ହଜାର ୬୪୮କୁ ଖସିଆସିଛି। ହେଲେ ଶିଶୁ ବିରୋଧୀ ଅପରାଧ ବୃଦ୍ଧି ପାଇଥିବାରୁ ଏହା ବେଶ୍‌ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି। ୨୦୨୨ରେ ରାଜ୍ୟର ବିଭିନ୍ନ ଥାନାରେ ଶିଶୁ ବିରୋଧୀ ଅପରାଧ ମାମଲା ୮ ହଜାର ୨୪୦ ରହିଛି। ଏହି ସଂଖ୍ୟା ୨୦୨୧ରେ ୭ ହଜାର ୨୯୯ ଏବଂ ୨୦୨୦ରେ ୬ ହଜାର ୩୩୦ ସହ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଥିଲା। ଶିଶୁ ବିରୋଧୀ ଅପରାଧ ତାଲିକାରେ ୨୦୭୬୨ ମାମଲା ସହ ପ୍ରଥମେ ମହାରାଷ୍ଟ୍ର, ଦ୍ୱିତୀୟରେ ମଧ୍ୟପ୍ରଦେଶ (୨୦୪୧୫), ତୃତୀୟରେ ଉତ୍ତରପ୍ରଦେଶ (୧୮୬୮୨), ଚତୁର୍ଥରେ ରାଜସ୍ଥାନ (୯୩୭୦) ଏବଂ ପଞ୍ଚମରେ ପଶ୍ଚିମବଙ୍ଗ (୮୯୫୦) ରହିଛି। ତେବେ ଓଡ଼ିଶାରେ ଶିଶୁ ବିରୋଧୀ ଅପରାଧ ମାମଲା ମଧ୍ୟରୁ ସର୍ବାଧିକ ୫ ହଜାର ୬୦୬ ଅପହରଣ ମାମଲା ରହିଥିବା ଏନ୍‌ସିଆର୍‌ବି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri