ବ୍ୟାଙ୍କିଙ୍ଗ୍‌ ଠକେଇ ରୋକିବ ‘ରାପିଡ୍‌ ଆଲର୍ଟ ସିଷ୍ଟମ’

ଭୁବନେଶ୍ୱର,୫।୧୨(ଅନୁରାଧା ମହାରଣା):ଡିଜିଟାଲ ବ୍ୟାଙ୍କିଂର ବ୍ୟବହାର ବୃଦ୍ଧି ସହିତ ବ୍ୟାଙ୍କିଙ୍ଗ ଠକେଇ ଘଟଣା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେବେ ଏପରି ଠକେଇ ମାମଲାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବର୍ତ୍ତମାନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ବିଶେଷକରି ୟୁପିଆଇ ମାଧ୍ୟମରେ ହେଉଥିବା ଠକେଇ କ୍ଷେତ୍ରରେ ସରକାର ଅନେକ ପ୍ରସ୍ତାବ ଗ୍ରହଣ କରିଛନ୍ତି, ଯାହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ଅର୍ଥ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ, ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଡିଜିଟାଲ ପେମେଣ୍ଟ ପାଇଁ ରାପିଡ୍‌ ଆଲର୍ଟ ସିଷ୍ଟମ ଲାଗୁ ହେବ, ଯାହା ଠକେଇଜନିତ ସତର୍କ ସୂଚନା ଦେବ। ୫୦୦୦ରୁ ଅଧିକ ଟଙ୍କା ଡିଜିଟାଲ ପେମେଣ୍ଟ ପାଇଁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ଏହି ବ୍ୟବସ୍ଥା ଲାଗୁ କରିପାରିବେ। କେବଳ ନୂଆ କାରବାର କ୍ଷେତ୍ରରେ ଏହି ସତର୍କତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ। ଏହି ଆଲର୍ଟ ସିଷ୍ଟମ ଅନୁସାରେ, ଯେତେବେଳେ ଜଣେ ଉପଭୋକ୍ତା ପ୍ରଥମଥର ପାଇଁ ୟୁପିଆଇ ମାଧ୍ୟମରେ ୫୦୦୦ରୁ ଅଧିକ ଟଙ୍କା ଅନ୍ୟ କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି, ସେ ଦେୟ ଆରମ୍ଭ କରିବା ମାତ୍ରେ ଏକ ଯାଞ୍ଚ ମେସେଜ୍‌ କିମ୍ବା କଲ୍‌ ପାଇବେ। ଆକାଉଣ୍ଟରୁ ଟଙ୍କା ଡେବିଟ ହେବା ପୂର୍ବରୁ ଏହି ଯାଞ୍ଚ ମେସେଜ୍‌ ବା କଲ୍‌ ଆସିବ। ଯାଞ୍ଚ ପରେ ହିଁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବ। ତେବେ ଏଥିରେ ସନ୍ଦେହ ହେଲେ ପେମେଣ୍ଟ ସ୍ବୟଂଚାଳିତ ଭାବରେ ଅଟକି ରହିବ। ତେବେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ, ବହୁ ଆର୍ଥିକ ସଂସ୍ଥା ବଡ଼ କାରବାର ପାଇଁ ଏଭଳି ଆଲର୍ଟ ସିଷ୍ଟମ ପରୀକ୍ଷାମୂଳକ ଭାବେ ବ୍ୟବହାର କରିସାରିଛନ୍ତି। ଅନ୍ୟପଟେ ୟୁପିଆଇ ଦେୟ ମାମଲାରେ ସରକାର ସମୟ ସୀମା ଧାର୍ଯ୍ୟ କରିପାରନ୍ତି। ଏହା ଅଧୀନରେ ନୂତନ ଉପଭୋକ୍ତା କିମ୍ବା ବିକ୍ରେତା ଯୋଡି ହେବାପରେ ଅତିକମ୍‌ରେ ୪ ଘଣ୍ଟା ପରେ ଦେୟ ଦେବା ସମ୍ଭବ ହେବ ବୋଲି ଯୋଜନା ରହିଛି। ତେବେ ସର୍ବନିମ୍ନ ସମୟ ସୀମା କିମ୍ବା ରାପିଡ୍‌ ଆଲର୍ଟ ସିଷ୍ଟମକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଅନୁମୋଦନ ଦେଇ ନ ଥିବା ଜଣାପଡିଛି।
ବ୍ୟାଙ୍କିଙ୍ଗ ଠକେଇକୁ ନେଇ ସରକାର ପୂର୍ବରୁ ଅନେକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିକ୍ରମରେ ଲକ୍ଷ ଲକ୍ଷ ମୋବାଇଲ ନମ୍ବର ପ୍ରାରମ୍ଭିକ ପଦକ୍ଷେପ ଭାବରେ ଅବରୋଧ କରାଯାଇଛି। ଆର୍ଥିକ ସେବା ସଚିବ ବିବେକ ଯୋଶୀ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି, ସନ୍ଦେହଜନକ କାରବାରରେ ଜଡିତ ଥିବାରୁ ସରକାର ୭୦ ଲକ୍ଷ ମୋବାଇଲ ନମ୍ବରକୁ ବନ୍ଦ କରିଛନ୍ତି। ଡିସେମ୍ବର ୧ରୁ ସିମ କାର୍ଡ ସମ୍ବନ୍ଧୀୟ ନିୟମକୁ ମଧ୍ୟ ସରକାର କଡ଼ା କରିଛନ୍ତି। ଏହି ସମସ୍ତ ପଦକ୍ଷେପ ଡିଜିଟାଲ ବ୍ୟାଙ୍କିଙ୍ଗ ଠକେଇକୁ ବହୁ ପରିମାଣରେ ରୋକିବାରେ ସଫଳ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri