ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା ସହର ଅଣନିଃଶ୍ୱାସୀ ହୋଇପଡ଼ିଲାଣି। ଦୈନିକ ସହରରୁ ୬ଶହ ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଥିବାବେଳେ ସେଥିରୁ ୪ଶହ ମେଟ୍ରିକ୍‌ ଟନ୍‌ ଆବର୍ଜନା ଟିଟିଏସ୍‌କୁ ଆସୁଥିବା ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଆବର୍ଜନାକୁ ବାଦ୍‌ ଦେଲେ ସବୁଜ ଆବର୍ଜନା, ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନାକୁ ମିଶାଇଲେ ଏହା ପ୍ରାୟ ୮ଶହ୍‌ ମେଟ୍ରିକ୍‌ ଟନ୍‌କୁ ଛୁଇଁବ। ଭୁଆଶୁଣୀ ଡମ୍ଫିଂୟାର୍ଡ ବନ୍ଦ ହେବା ପରଠାରୁ ବିଏମ୍‌ସି ଆବର୍ଜନା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଥିବାବେଳେ ଜନସାଧାରଣଙ୍କୁ ଏକପ୍ରକାର ହନ୍ତସନ୍ତ କରୁଛି। ୧ମାସରୁ ଊର୍ଦ୍ଧ୍ୱ ସମୟ ହେବ ସହରବାସୀ ଦୁର୍ଗନ୍ଧରେ ଜୀବନ ଅତିବାହିତ କରୁଥିବାବେଳେ ସହର ବାହାରେ ମଧ୍ୟ ସ୍ମାର୍ଟସିଟିର ଏହି ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ମାତ୍ର ଏତେସବୁ ପରେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉ ନ ଥିବା ତଥା ଦୁର୍ଗନ୍ଧ କମାଇବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନ କରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ସ୍ଥାନୀୟ ଅଞ୍ଚଳର କେତେଜଣ ବାସିନ୍ଦାଙ୍କ ମତାମତକୁ ନେଇ ଏକ ରିପୋର୍ଟ।

ଭୁବନେଶ୍ୱର ଏବେ ଗାଁ ଗଣ୍ଡାଠାରୁ ବଳିଗଲାଣି
ରାଜଧାନୀ ଭୁବନେଶ୍ୱର ଏବେ ଆଉ ବାସୋପଯୋଗୀ ସହର ହୋଇ ରହିନାହିଁ। ଗାଁ ଗଣ୍ଡାଠାରୁ ଏହା ବଳିଗଲାଣି। କେବଳ ଟିଟିଏସ୍‌ରୁ ବାହାରୁଥିବା ଦୁର୍ଗନ୍ଧ ନୁହେଁ, ବରଂ ସହରର ଗଳିକନ୍ଦିରେ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମିଳୁଛି, ଯାହା କି ସାଧାରଣ ଜୀବନଯାପନ ଉପରେ ଘୋର ପ୍ରଭାବ ପକାଉଛି।
-ଭାସ୍କର ବଳ, ସ୍ଥାନୀୟ ବାସିନ୍ଦା

ଅପରିଷ୍କାର ପରିବେଶ ପାଇଁ ଦେହ ଖରାପ ରହୁଛିି
ଶାଶୁ, ଶ୍ୱଶୁରଙ୍କ ବୟସ ହେଲାଣି, ସେମାନେ ସୁସ୍ଥ ବାତାବରଣ ଏବଂ ଭଲରେ ରହିବେ ବୋଲି ତାଙ୍କୁ ଗାଁରୁ ମୋ ପାଖକୁ ଆଣିଛି। ହେଲେ ଏଠି ଅପରିଷ୍କାର ପରିବେଶ ପାଇଁ ତାଙ୍କ ଦେହ ଭଲ ରହୁନି। ଦୁର୍ଗନ୍ଧ ପାଇଁ କେତେବେଳେ ବାନ୍ତି ହେଉଛି ତ ଆଉ କେବେ ଦେହହାତ କୁଣ୍ଡାଇ ହେଉଛି।
-ଅରୁନ୍ଧତୀ ଦାଶମହାପାତ୍ର, ସ୍ଥାନୀୟ ବାସିନ୍ଦା

ବିଏମ୍‌ସି ଏବେ ନିଦାବିଷ୍ଣୁ ସାଜିଛି
ରାଜ୍ୟର ସ୍ବଚ୍ଛତା ରାଜଧାନୀକୁ ଦେଖିଲେ ଜଣାପଡ଼େ। କିନ୍ତୁ ବିଡ଼ମ୍ବନାର ବିଷୟ, ଆମ ରାଜଧାନୀ ତଥା ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଅଳିଆ ପାହାଡ଼ ଉପରେ ଛିଡ଼ାହୋଇଛି। ଆବର୍ଜନା ଦୁର୍ଗନ୍ଧରେ ଭୁବନେଶ୍ୱରବାସୀଙ୍କ ନାକ ଫାଟିପଡୁଛି। ସ୍ବଚ୍ଛତାରେ ନିଜକୁ ଏକ ନମ୍ବର କହୁଥିବା ବିଏମ୍‌ସି ଏବେ ନିଦାବିଷ୍ଣୁ ସାଜିଛି। ଭୁବନେଶ୍ୱରକୁ ଯଥାଶୀଘ୍ର ଆବର୍ଜନାରୁ ମୁକ୍ତ କରିବା ସହ ମନ୍ଦିର ମାଳିନୀ ସହରକୁ ତା’ର ସୌନ୍ଦର୍ଯ୍ୟ ଫେରାଇ ଦେବା ପାଇଁ ସ୍ବର ଉଠିଲାଣି।
-ଦୀପ୍ତିରଞ୍ଜନ ସାହୁ, ସ୍ଥାନୀୟ ବାସିନ୍ଦା

ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି
ରାଜ୍ୟ ସରକାର ଲୋକଙ୍କୁ ମୌଳିକ ସୁବିଧା ଦେଇପାରୁନାହାନ୍ତି। ମାତ୍ର ଅଳିଆ ପାହାଡ଼ ଦ୍ୱାରା ବିଭିନ୍ନ ପ୍ରକାର ରୋଗକୁ ବାୟୁ ମାଧ୍ୟମରେ ବାଣ୍ଟି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ସହର ମଧ୍ୟରେ ଅଳିଆ ଗଦାଇ ପରିବେଶକୁ ଦୂଷିତ ଓ ଗନ୍ଧମୟ କରିବା ଆଦୌ ଶୋଭନୀୟ ନୁହେଁ। ଏହା ତୁରନ୍ତ ହଟାଯାଇ ସହରରୁ ବହୁ ଦୂରକୁ ନିଆଯିବା ଆବଶ୍ୟକ। ସେହିପରି ଅଳିଆ, ପ୍ଲାଷ୍ଟିକରୁ ନୂତନ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଯେପରି ଏହାକୁ ପୁନଃ ବ୍ୟବହାର କରାଯାଇପାରିବ ସେଥିପ୍ରତି ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ।

-ଜୀବନଜ୍ୟୋତି କୁଅଁର, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri