Posted inଖେଳ

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନିଜଣ ଭାରତରେ ନିକଟରେ ଶେଷ ହୋଇଥିବା ଆଇସିସି କ୍ରିକେଟ ବିଶ୍ୱକପରେ ଖେଳିଛନ୍ତି। ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ୟର୍କର ବିଶେଷଜ୍ଞ ଜସପ୍ରୀତ ବୁମ୍ରା, ଶ୍ରେୟସ ଆୟର୍‌, ପୂର୍ବତନ ପେସର୍‌ ଆରପି ସିଂ ଏବଂ ଟେଷ୍ଟରେ ତ୍ରି ଶତକ ହାସଲ କରିଥିବା କରୁଣ ନାୟାର ଆଜି ଜନ୍ମଦିନ ପାଳନ କରୁଛନ୍ତି। ଏହି ସମସ୍ତ ଖେଳାଳି ନିଜର ଉଜ୍ଜ୍ୱଳ ପ୍ରଦର୍ଶନ ସହିତ ଦେଶକୁ ଅନେକ ଥର ଗର୍ବିତ କରିଛନ୍ତି ।

୧୯୮୮ରେ ସୌରାଷ୍ଟ୍ରରେ ଜନ୍ମ ହୋଇଥିବା ରବିନ୍ଦ୍ର ଜାଡେଜାଙ୍କୁ ୩୫ ବର୍ଷ ବୟସ ହୋଇଛି। ଜାଡେଜା ବିଶ୍ୱକପ ୨୦୨୩ ରେ ଟିମ ଇଣ୍ଡିଆର ଏକ ଅଂଶ ଥିଲେ। ୨୦୧୨ ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଜାଡେଜା ୩ ଟି ଶତକ ଏବଂ ୧୯ ଅର୍ଦ୍ଧଶତକ ସହାୟତାରେ ୬୭ ଟି ଟେଷ୍ଟ ମ୍ୟାଚରେ ୨୮୦୪ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୧୭୫ ତାଙ୍କର ଶ୍ରେଷ୍ଠ ସ୍କୋର ରହିଛି। ଏହି ଅବଧି ମଧ୍ୟରେ ଜାଡେଜା ମଧ୍ୟ ବାମ ହାତ ସ୍ପିନ ବୋଲିଂ ସହିତ ୨୭୫ ୱିକେଟ ନେଇଛନ୍ତି। ଜାଡେଜା ୧୯୭ଟି ଏକଦିବସୀୟରେ ୨୭୫୬ ରନ ସ୍କୋର କରିଛନ୍ତି ଯେଉଁଥିରେ ୧୩ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ଏକଦିବସୀୟରେ ତାଙ୍କ ନାମରେ ୨୨୦ ୱିକେଟ ମଧ୍ୟ ରହିଛି।

୧୯୯୩ ରେ ଅହମଦାବାଦରେ ଜନ୍ମ ହୋଇଥିବା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଆବୁମରା ୨୦୧୮ ରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ। ସେ ୩୦ ଟି ଟେଷ୍ଟ, ୮୯ଟି ଏକଦିବଦସୀୟ ଏବଂ ୬୨ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ବୁମରାଙ୍କ ନାମରେ ୧୨୮ ୱିକେଟ ଥିବାବେଳେ ସେ ଏକଦିବସୀୟରେ ୧୪୯ ୱିକେଟ ରହିଛି। ବୁମ୍ରା ଏପର୍ଯ୍ୟନ୍ତ ଟି-୨୦ରେ ୭୪ ଟି ୱିକେଟ ନେଇଛନ୍ତି।

ଶ୍ରେୟସ ଆୟର ୧୯୯୪ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୨୧ ମସିହାରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିବା ଶ୍ରେୟସ ଆୟର୍‌ ୧୦ ଟି ଟେଷ୍ଟ ମ୍ୟାଚରେ ଗୋଟିଏ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ହାସଲ କରି ୬୬୬ ରନ ସଂଗ୍ରହ କରିଥିବାବେଳେ ୫୮ଟି ଏକଦିବସୀୟରେ ତାଙ୍କ ନାମରେ ୨୩୩୧ ରନ କରିଛନ୍ତି, ଯେଉଁଥିରେ ୫ ଶତକ ଏବଂ ୧୭ ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଅଛି । ଶ୍ରେୟସ ୫୧ ଟି -୨୦ ରେ ୧୧୦୪ରନ ସ୍କୋର କରିଛନ୍ତି ଯେଉଁଥିରେ ୮ଟି ଅର୍ଦ୍ଧଶତକ ରହିଛି।

ପୂର୍ବତନ ଦ୍ରୁତ ବୋଲର ଆର.ପି ସିଂ, ଯିଏକି ଟି -୨୦ ବିଶ୍ୱକପ ବିଜେତା ଦଳର ଅଂଶ ଥିଲେ, ସେ ୧୯୮୫ ମସିହାରେ ଉତ୍ତରପ୍ରଦେଶର ରାୟବରେଲିରେ ଜନ୍ମଗ୍ରହଣ କରିଥିଲେ। ୧୪ ଟି ଟେଷ୍ଟ ମ୍ୟାଚରେ ଆରପି ୪୦ ୱିକେଟ ନେଇଥିବାବେଳେ୫୮ଟି ଏକଦିବସୀୟ ମ୍ୟାଚରେ ତାଙ୍କ ୬୯ ୱିକେଟ ନେଇଛନ୍ତି। ୧୦ ଟି -୨୦ ରେ ଆରପି ସିଂଙ୍କ ନାମରେ ୧୫ ଟି ୱିକେଟ ଅଛି।

ଟେଷ୍ଟ ମ୍ୟାତରେ ତ୍ରିଶତକ ହାସଲ କରିଥିବା କରୁଣ ନାୟାର ଗତ ୬ବର୍ଷ ଧରି ଟିମ ଇଣ୍ଡିଆରୁ ବାହାରେ ଅଛନ୍ତି। ନିକଟରେ ସେ ବିଜୟ ହଜାରେ ଟ୍ରଫିରେ ଏକ ଚମତ୍କାର ଶତକ ହାସଲ କରିଥିଲେ। କରୁଣ ଟିମ ଇଣ୍ଡିଆକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ୧୯୯୧ ରେ ଯୋଧପୁରରେ ଜନ୍ମ ହୋଇଥିବା କରୁଣ ନାୟାରଙ୍କୁ ଭାରତ ପାଇଁ ୬ ଟି ଟେଷ୍ଟ ଏବଂ ୨ ଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ମିଳିଛି। ସେ ଟେଷ୍ଟରେ ୩୭୪ ରନ ସ୍କୋର କରିଛନ୍ତି ଯେଉଁଥିରେ ତାଙ୍କର ଶ୍ରେଷ୍ଠ ସ୍କୋର ୩୦୩ ରନ ଅପରାଜିତ ଥିବାବେଳେ ଏକଦିବସୀୟରେ ତାଙ୍କ ନାମରେ ୪୬ ରନ ରହିଛି। ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ କରୁଣ ଏକ ତ୍ରିଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri