Posted inଫୁରସତ

ସାଟେଲାଇଟର ସମାଧିସ୍ଥଳ: ଯେଉଁଠି ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନକୁ ଦିଆଯିବ ସମାଧି

ନୂଆଦିଲ୍ଲୀ,୬।୧୨: ଶ୍ମଶାନ। ଯେଉଁଠି ମୃତ ବ୍ୟକ୍ତିଙ୍କ ମର ଶରୀରକୁ ସମାଧି ଦିଆଯାଏ। କିନ୍ତୁ କେବେ ଶୁଣିଛନ୍ତି କି ସାଟେଲାଇଟଗୁଡକିର ମଧ୍ୟ ଶ୍ମଶାନ ଅଛି? ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମୃତ ମଣିଷ ନୁହଁନ୍ତି ବରଂ ସାଟେଲାଇଟଙ୍କୁ ସମାଧି ଦିଆଯାଇଛି। ଏହି ସାଟେଲାଇଟଗୁଡିକ ମହାକାଶରେ ଘୁରି ବୁଲି ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିବା ପରେ ସେମାନଙ୍କୁ ଏହି କବରସ୍ଥାନରେ ଫିଙ୍ଗି ଦିଆଯାଏ।

ପ୍ରଶାନ୍ତ ମହାସାଗରସ୍ଥିତ ପଏଣ୍ଟ ନେମୋକୁ ସାଟେଲାଇଟଗୁଡିକର ସମାଧି ସ୍ଥଳ କୁହାଯାଏ। ସମୁଦ୍ର ପାର ହୋଇ ଏହି ସ୍ଥାନକୁ ପହଞ୍ଚିବା ପାଇଁ ଅନେକ ଦିନ ଲାଗିଯାଏ। କୁହାଯାଏ ଯେ ଏହି ଅଞ୍ଚଳରେ ଅନେକ ଛୋଟ ଦ୍ୱୀପ ଅଛି, ଯେଉଁଠାରେ ପକ୍ଷୀମାନଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ବାସ କରନ୍ତି ନାହିଁ ।

ଜୀବ ବିଜ୍ଞାନ ଅନୁଯାୟୀ, ସମୁଦ୍ର ଜଳ ଦ୍ୱାରା ଘେରି ରହିଥିବା ଏହି ଅଞ୍ଚଳ ଇଷ୍ଟର ଦ୍ୱୀପର ଦକ୍ଷିଣରେ ଏବଂ ଆଣ୍ଟାର୍କଟିକାର ଉତ୍ତରରେ ଅବସ୍ଥିତ। ଏହି ଅଞ୍ଚଳ ସମୁଦ୍ର ଭିତରେ ୧୩ହଜାର ଫୁଟରୁ ଅଧିକ ଗଭୀରତାରେ ବୁଡ଼ି ରହିଛି। ମଣିଷ ପାଇଁ ଅପହଞ୍ଚ ଇଲାକା କୁହାଯାଉଥିବା ଏହି ଅଞ୍ଚଳକୁ ‘ପୋଲ ଅଫ ଆସେସିବିଲିଟି’ ମଧ୍ୟ କୁହାଯାଏ।

ରିପୋର୍ଟ ଅନୁଯାୟୀ, ୭୦ ଦଶକରୁ ପଏଣ୍ଟ ନେମୋରେ ୩୦୦ରୁ ଅଧିକ ସାଟେଲାଇଟ ଓ ସ୍ପେଶ ଷ୍ଟେଶନ ଜଳମଗ୍ନ ହୋଇଛି। ବିଭିନ୍ନ ଦେଶର ସାଟେଲାଇଟ ଏହି ଅଞ୍ଚରେ ହିଁ ସମାଧି ଦିଆଯାଇଛି। ଏଥିରେ ଆଗକୁ ଇଣ୍ଟରନାଶନାଲ ସ୍ପେଶ ଷ୍ଟେଶନ(ISS)ର ମଧ୍ୟ ସମାଧି ଦିଆଯିବ ବୋଲି ନିକଟରେ ଆମେରିକାର ସ୍ପେଶ ଏଜେନ୍ସି ନାସା ଘୋଷଣା କରିଛ।

ଗତ ୨୫ ବର୍ଷ ଧରି ଆଇଏସଏସ ମହାକାଶରେ ଅଛି। ଯାହା ୨୦୩୧ ସୁଦ୍ଧା ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯିବ। ୩୫୭ ଫୁଟ ଲମ୍ବ ଏବଂ ୪ଲକ୍ଷ ୧୯ହଜାର ୭୨୫ କିଲୋଗ୍ରାମ ଓଜନ, ଏହା ସ୍ପେଶ ଷ୍ଟେସନ ପଏଣ୍ଟ ନେମୋକୁ ଏଠାରେ ସମାଧି ଦିଆଯିବା ପରେ ଏହା ସର୍ବ ବୃହତ ମହାକାଶ ଉପକରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri