ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ବୋଲି ଅନେକ ସମୟରେ ସରକାରୀ ଭାବେ କୁହାଯାଉଛି। କିନ୍ତୁ କୌତୂହଳ ପ୍ରସଙ୍ଗ ହେଲା ଉକ୍ତ ମାଛଧରା ବନ୍ଦର ମଧ୍ୟରେ କେତେଜଣ ମତ୍ସ୍ୟଜୀବୀ ଅଛନ୍ତି, ତାଙ୍କର କୌଣସି ତଥ୍ୟ ମତ୍ସ୍ୟ ବିଭାଗ ପାଖରେ ନାହିଁ।
ଏଭଳି ରିପୋର୍ଟ ଜନସୂଚନା ତଥ୍ୟରୁ ଜଣାପଡ଼ିଛି। ଏଥିପାଇଁ ଯେତେବେଳେ କୌଣସି ଦୁର୍ଘଟଣା ଘଟେ ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ କିମ୍ବା ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ସରକାରୀ ସହାୟତା ମିଳୁନାହିଁ। ପାରାଦୀପ ମାଛଧରା ବନ୍ଦର ପରିସରରେ କେତେଗୋଟି ବଡ଼ ବୋଟ୍‌ ଓ ଛୋଟ ଯନ୍ତ୍ରଚାଳିତ ଡଙ୍ଗା ଅଛି ତା’ର ବିବରଣୀ, କେତେଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଉଛନ୍ତି, ବାର୍ଷିକ କେତେ ମାଛ ଉତ୍ପାଦନ ହେଉଛି, ବିଦେଶକୁ କେତେ ଟନ୍‌ ରପ୍ତାନି ହେଉଛି, କେତେ ବୈଦେଶିକ ମୁଦ୍ରା ଭାରତକୁ ଆସୁଛି ଭଳି ୧୮ଟି ପ୍ରସଙ୍ଗ ଉପରେ ଜନସୂଚନା ଆଇନ ବଳରେ ତଥ୍ୟ ମଗାଯାଇଥିଲା। ପ୍ରଥମେ ଧାର୍ଯ୍ୟ ସମୟ (୩୦ଦିନ) ମଧ୍ୟରେ ସୂଚନା ମିଳି ନ ଥିଲା। ପରେ ପ୍ରଥମ ଅପିଲ କରିବା ପରେ ଅପୂର୍ଣ୍ଣାଙ୍ଗ ରିପୋର୍ଟ ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୬ରେ ଦେଇଛନ୍ତି। ପତ୍ର ସଂଖ୍ୟା ୧୪୪/(୧୬ା୧୧ା୨୩)ରେ ମତ୍ସ୍ୟ ଅଧିକାରୀ ବିଜୟ କୁମାର କର ସୂଚନା ଦେଇଛନ୍ତି, ୨୦୨୩ ସୁଦ୍ଧା ପାରାଦୀପ ମାଛଧରା ବନ୍ଦର ପରିସରରେ ୫୫୩ଟି ବୋଟ୍‌ ଓ ୧୬୧ଟି ଯନ୍ତ୍ରଚାଳିତ ଡଙ୍ଗା ପଞ୍ଜୀକୃତ ହୋଇଛି। ମାଛଧରା ବନ୍ଦର ପରିସରରେ ପଞ୍ଜୀକୃତ ମତ୍ସ୍ୟଜୀବୀଙ୍କ ସଂଖ୍ୟା କେତେ ତାହା ସମ୍ପର୍କରେ କୌଣସି ବିବରଣୀ ଉପଲବ୍ଧ ନାହିଁ। ୨୦୨୦-୨୧ ଆର୍ଥିକ ବର୍ଷରେ ମାଛ ଉତ୍ପାଦନ ପରିମାଣ ୩୨୩୬୦.୯୦ ମେଟ୍ରିକ ଟନ୍‌, ବିଦେଶକୁ ରପ୍ତାନି ହୋଇଛି ୧୯୪୧୬.୫୪ ମେଟ୍ରିକ ଟନ୍‌, ବୈଦେଶିକ ମୁଦ୍ରା ଭାରତୀୟ ଟଙ୍କା ହିସାବରେ ୨୭୯୬୧.୫୯୬ ଲକ୍ଷ ଟଙ୍କା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ ୩୪୭୩୭.୪୩ ମେଟ୍ରିକ ଟନ୍‌, ବିଦେଶକୁ ରପ୍ତାନି ୨୦୮୪୨.୪୫ ମେଟ୍ରିକ ଟନ୍‌, ବିଦେଶରୁ ଆସିଥିବା ଟଙ୍କା ୨୪୦୦୯.୪୧ ଲକ୍ଷ, ୨୦୨୨-୨୩ ବର୍ଷରେ ଉତ୍ପାଦନ ୩୬୩୮୬.୧୨ ମେଟ୍ରିକ ଟନ୍‌, ରପ୍ତାନି ୨୧୮୩୧.୬୭ ମେଟ୍ରିକ ଟନ୍‌, ଟଙ୍କା ୪୪୮୧୮.୦୮ଲକ୍ଷ। ଯେଉଁ ମତ୍ସ୍ୟଜୀବୀଙ୍କ ପାଇଁ ଏତେ କାରବାର ହେଉଛି ସେମାନଙ୍କ ତଥ୍ୟ ସରକାରଙ୍କ ପାଖରେ ଉପଲବ୍ଧ ନାହିଁ। ସମ୍ପ୍ରତି ମତ୍ସ୍ୟ ବିଭାଗ ପାରାଦୀପ ମାଛଧରା ବନ୍ଦର ପରିଚାଳନା ପାଇଁ ୩୧ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେଥିମଧ୍ୟରେ ୪ ଜଣ ସରକାରୀ, ୪ ଜଣ ଫିଶଫେଡ୍‌ କର୍ମଚାରୀ ଓ ଅବଶିଷ୍ଟ ୨୩ ଜଣ କଣ୍ଟିଜେଣ୍ଟ କର୍ମଚାରୀ। କେବଳ କଣ୍ଟିଜେଣ୍ଟ କର୍ମଚାରୀଙ୍କ ଦରମା ବାବଦରେ ମାସିକ ୩ ଲକ୍ଷ ୫୫ ହଜାର ୧୨୫ ଟଙ୍କା ମତ୍ସ୍ୟ ବିଭାଗ ଦେଉଛି। ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିପୁଳ ଅର୍ଥ ଦେଉଛନ୍ତି। ୨୦୨୦ରୁ ୨୦୨୩ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୬୬୧୩୫୪୮ ଟଙ୍କା ଦେଇଛନ୍ତି। ସେହିପରି ରାଜ୍ୟ ସରକାର ୫୪୭୧୧୨୪.ଟଙ୍କା ଦେଇଛନ୍ତି। ମତ୍ସ୍ୟଜୀବୀଙ୍କ ପାଇଁ ମାଗଣା ବୀମା କରିବା, କଟକଣା ସମୟରେ ସହାୟତା ଯୋଗାଇ ଦେବା ଭଳି ବ୍ୟବସ୍ଥା ରହିଛି। କିନ୍ତୁ ସରକାରୀ ନଥିରେ ମତ୍ସ୍ୟଜୀବୀ ତାଲିକା ନ ଥିବାରୁ କୌଣସି ସୁଫଳ ପାଇ ପାରୁନାହାନ୍ତି। ଚଳିତବର୍ଷ ଜାନୁୟାରୀରୁ ଏ ପର୍ଯ୍ୟନ୍ତ ଡଙ୍ଗା ବୋଟ୍‌ ବୁଡ଼ି ଯୋଗୁଁ ୧୧ ଜଣ ମୃତ/ନିଖୋଜ ହୋଇଛନ୍ତି। ଏପରି ବ୍ୟବସ୍ଥା ସମ୍ପର୍କରେ ମତ୍ସ୍ୟ ଅଧିକାରୀ କରଙ୍କୁ ପଚାରିବାରେ ଆମେ କ’ଣ କରିବୁ, ଏତେ ଲୋକଙ୍କ ରିପୋର୍ଟ ଲେଖା ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri