ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ ଏକର ଜମିର ଫସଲ ପାଣିରେ ବୁଡିଯାଇଛି। ଫଳରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ଆସୁଥିବା ଜିଲାର ଚାଷୀମାନଙ୍କ ଅଣ୍ଟା ଭାଙ୍ଗିଯାଇଛି।
ମଙ୍ଗଳବାର ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିଥିଲା। ସନ୍ଧ୍ୟା ସୁଦ୍ଧା ଛତ୍ରପୁରରେ ୪୧.୩ ଓ ଗୋପାଳପୁରରେ ୪୨ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ତେବେ ଡିସେମ୍ବର ଆରମ୍ଭରୁ ଥଣ୍ଡାର ପ୍ରକୋପ ନ ଥିବା ବେଳେ ମଙ୍ଗଳବାରଠାରୁ ବର୍ଷା ପ୍ରଭାବରେ ୨ ଦିନ ଧରି ତାପମାତ୍ରାରେ ପରିବର୍ତ୍ତନ ଘଟିଛି। ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି। ଅନ୍ୟପଟେ ଧାନ ଅମଳ ସମୟରେ ଏଭଳି ବର୍ଷା କାରଣରୁ ଜିଲାର ବିଭିନ୍ନ ବ୍ଲକରେ ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି। ଚଳିତ ବର୍ଷ ବର୍ଷାର ପରିମାଣ କମ କାରଣରୁ ଜିଲାର ବିଭିନ୍ନ ବ୍ଲକରେ ବିଳମ୍ବରେ ଚାଷ ଆରମ୍ଭ ହୋଇଥିଲା। ବର୍ଷା ଅଭାବରୁ ତଳି ପୋଡାଠାରୁ ଆରମ୍ଭ କରି ଜମି ମଧ୍ୟ ଟାଙ୍ଗରା ଭୂମି ପାଲଟିଥିଲା। ଫଳରେ ଚାଷୀ ଋଣ ଭାର ସାଙ୍ଗକୁ ମରୁଡି ସ୍ଥିତିକୁ ନେଇ ମୁଣ୍ଡରେ ହାତ ଦେଇ ବସିଥିଲେ। ଏଭଳି ସ୍ଥଳେ ଜଳ ସେଚନ ବିଭାଗର ଜଳ ଯୋଗାଣ ଓ ଜଳାଶୟର ପାଣି ସହାୟତାରେ ଧାନ ଚାଷକୁ କିଛିଟା ମାତ୍ରାରେ ସହାୟ ହୋଇଥିଲା। ଯାହାକୁ ନେଇ ଚାଷୀ ମହଲ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ। ଜିଲାର ୧ ଲକ୍ଷ ୭୯ ହଜାର ହେକ୍ଟର ଚାଷ ଜମିରେ ହୋଇଥିବା ଧାନ ଫସଲରୁ ବର୍ତ୍ତମାନ ପ୍ରାୟ ୨୦% ଧାନ କଟାଯାଇଥିବା ଅନୁମାନ କରାଯାଉଛି। ଆହୁରି ୮୦ ପ୍ରତିଶତ ଫସଲ ବିଲରେ ପଡ଼ିଛି। କିନ୍ତୁ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ ବିଲରେ ପଡି ରହିଥିବା ଅମଳ ଧାନ ସଂପୂର୍ଣ୍ଣ ନଷ୍ଟ ହେବା ନେଇ ଆଶଙ୍କା କରାଯାଉଛି। ଜିଲା କୃଷି ବିଭାଗ ପକ୍ଷରୁ ଆଗୁଆ ସୂଚନା ପୂର୍ବକ ଚାଷୀଙ୍କୁ ଅମଳ ଧାନ ସୁରକ୍ଷିତ ସ୍ଥାନକୁ ନେବା ଓ ଜରି ପାଲ ଘୋଡାଇ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ କମ ସମୟ ମଧ୍ୟରେ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ସମ୍ଭବ ହୋଇପାରି ନାହିଁ। ଫଳରେ କଟାଯାଇଥିବା ଧାନ ଫସଲ ପାଣି ମଧ୍ୟରେ ପଡି ରହିଛି।
କୁକୁଡାଖଣ୍ଡି ବ୍ଲକ ପାଣ୍ଡିଆଝୋଳି ପଂଚାୟତର ଧାନ ବିଲ ଗୁଡିକରେ କଟା ଯାଇଥିବା ଧାନ ପାଣିରେ ବୁଡି ରହିଛି। ଧାନ ସୁରକ୍ଷା ପାଇଁ ଚାଷୀ ପାଳ ସମେତ ଅନ୍ୟାନ୍ୟ ଉପାୟ ଅବଲମ୍ବନ କଲେ ବି ତାହା ସଫଳ ହୋଇପାରି ନାହିଁ। ଫଳରେ ପାଣିରେ ବୁଡି ରହିଥିବା ଧାନ ଫସଲକୁ ନେଇ ଚାଷୀ ଚିନ୍ତା ପ୍ରକଟ କରିଛି। ଏ ନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ସର୍ଭେ ଚାଲିଛି। ଜିଲାର କେଉଁ କେଉଁ ଅଂଚଳରେ ଧାନ ଫସଲ ବର୍ଷା ପ୍ରଭାବରେ କ୍ଷୟକ୍ଷତି ହୋଇଛି ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ବର୍ଷା ପାଣିରେ ବୁଡି ରହିଥିବା ଅମଳ ଧାନ ସଂଗ୍ରହ କରିବା କ୍ଷେତ୍ରରେ ସହାୟତା ଯୋଗାଇବା ପାଇଁ ବହୁ ଚାଷୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ବୃନ୍ଦାବତୀ ନିବାସ ଆଗରେ ଅଚେତ୍‌ ହୋଇପଡିଲେ ଜଣେ ହବିଷ୍ୟାଳୀ

ପୁରୀ,୧୮।୧୦: ବୃନ୍ଦାବତୀ ନିବାସ ଆଗରେ ଜଣେ ହବିଷ୍ୟାଳୀ ଅଚେତ୍‌ ହୋଇ ପଡିଛନ୍ତି। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ହବିଷ୍ୟାଳୀ ଜଣଙ୍କ ଯାଜପୁର ଜିଲା ବରୀ...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri