ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ଅଖୋଜା ଅଲୋଡ଼ା ହୋଇ ପଡ଼ିରହିଛି ପୀଠରେ ଥିବା ତାଙ୍କର ପ୍ରତିମୂର୍ତ୍ତି। ପ୍ରଚାର ନାହିଁ କି ପ୍ରସାର ନାହିଁ, ପ୍ରଶାସନର ମଧ୍ୟ ଆନ୍ତରିକତା ନାହିଁ। ଫଳରେ ହିନ୍ଦୁ ଧର୍ମର ଅନ୍ୟତମ ଗ୍ରନ୍ଥ ‘କୃଷ୍ଣଲୀଳା’ ରଚୟିତା ବୈଷ୍ଣବ କବି ଗୌରଚରଣଙ୍କ ପରିଚୟ ଲୋକାଦୃତି ଏବେ ହରାଇବାକୁ ବସିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ବୈଷ୍ଣବ କବି ଗୌରଚରଣଙ୍କୁ ମନେ ପକାଇବାକୁ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ କୌଣସି ତତ୍ପରତା ଦେଖାଉନାହାନ୍ତି। ତାଙ୍କର ସ୍ମୃତିରକ୍ଷା ପାଇଁ ଓ ପ୍ରତିମୂର୍ତ୍ତିକୁ ସାଇତି ରଖିବାକୁ ବାସଗୃହକୁ ମରାମତି ହୋଇପାରି ନାହିଁ। କେବଳ ଭୋଟ ସମୟ ଆସିଲେ ପ୍ରାର୍ଥୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ମିଳୁଛି। ବିଜୟ ପରେ ଗ୍ରାମବାସୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ଦିଆଯାଉଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦିଆଯାଇଛି ବୋଲି ଗ୍ରାମ୍ୟ କମିଟି ସଭାପତି ଅଜିତ ପଟ୍ଟନାୟକ ଏବଂ ସଭ୍ୟ ଦିବାକର ମହାପାତ୍ରଙ୍କ ସହିତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଥାଉକି, ଗୌରଚରଣ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଲେହଙ୍ଗ ଗ୍ରାମରେ ୧୮୧୪ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାଲ୍ୟ ନାମ ଥିଲା ପଦ୍ମଚରଣ। ୧୮୨୯ରେ ବୈଷ୍ଣବ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ଦ୍ୱିଜ ଗୌରଚରଣ ଅଧିକାରୀ ହୋଇଥିଲା। ହିନ୍ଦୁ ଧର୍ମ ଉପରେ ବହୁ ଗ୍ରନ୍ଥ କବିତା ଆକାରରେ ରଚନା କରି ବୈଷ୍ଣବ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ। ଶେଷରେ କୃଷ୍ଣଲୀଳା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ୩୧୭ ଛାନ୍ଦ ଓ ୩୬୫ଟି ଗୀତର ସମାହାରକୁ ନେଇ ଗୌରଚରଣ ‘କୃଷ୍ଣଲୀଳା’ ଲେଖିଥିଲେ। ଯେଉଁଥିରେ କୃଷ୍ଣଙ୍କ ବାଲ୍ୟଲୀଳାକୁ ଅତି ସୁନ୍ଦର ଭାବରେ ସେ ଉପସ୍ଥାପନା କରିଥିଲେ। କୃଷ୍ଣଙ୍କ ଜନ୍ମଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ସମସ୍ତ କଥା ଛାନ୍ଦରେ ପ୍ରତିଫଳିତ ହୋଇଛି। ସେହିପରି ଲକ୍ଷ୍ମୀ ନାରାୟଣ କଳି, ଗୌରଚରଣ ପଦ୍ୟାବଳୀ, ଗୌରଚରଣ ଭଜନ ଶତକ ଆଦି ବହୁ ପୁସ୍ତକ ବେଶ ଲୋକପ୍ରିୟତା ହାସଲ କରିଛି। ଏହା ବ୍ୟତୀତ ଓଡ଼ିଆ ଏବଂ ବଙ୍ଗଳାରେ ଚୈତନ୍ୟ କୀର୍ତ୍ତନ, ସଂକୀର୍ତ୍ତନ ମଣ୍ଡଳୀ ଆଦି ବହୁ ପୁସ୍ତକ ସେ ରଚନା କରିଛନ୍ତି। ୧୮୯୦ରେ ପୁରୀର ସିଦ୍ଧ ବ୍ରହ୍ମମଠରେ ସେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କୁ ମନେ ପକାଇବାକୁ ତାଙ୍କର ଶ୍ରଦ୍ଧାଳୁ ପ୍ରତିବର୍ଷ କାର୍ତ୍ତିକ ମାସ ପଞ୍ଚକ ସମୟରେ ଲେହଙ୍ଗ, ସିମୋର, ପଣସବସ୍ତ ସହିତ ଅନେକ ଗ୍ରାମରେ କୃଷ୍ଣଲୀଳାରୁ ଆଧାରିତ ନାଚ, ଗୀତ ଗପ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ୩-୫ଦିନ ଧରି ପାଳନ କରୁଛନ୍ତି। ମାତ୍ର ସମୟାନୁକ୍ରମେ ଅତ୍ୟାଧୁନିକତାର ସ୍ପର୍ଶରେ ଧର୍ମଗ୍ରନ୍ଥ ପ୍ରତି ଲୋକଙ୍କ ଆଗ୍ରହ କମିବା ସହ ଭକ୍ତ କବିଙ୍କୁ ଭକ୍ତି ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି। ଗୀତା, ଭାଗବତର ପ୍ରଚାରପ୍ରସାର ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏହି ପ୍ରମୁଖ ଧର୍ମଗ୍ରନ୍ଥ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri