Posted inଖେଳ

ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ

ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍‌ରେ ବଲ୍‌ ତଳୁଆ ରହୁଥିବା ବେଳେ ଅସମାନ ବାଉନ୍ସ କାରଣରୁ ପ୍ରଥମ ଦିନରେ ୧୫ ଉଇକେଟର ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୭୨ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଖରାପ ଆଲୋକ କାରଣରୁ ଖେଳ ବନ୍ଦ ହେବା ବେଳକୁ ନ୍ୟୁଜିଲାଣ୍ଡ ୫୫ ରନ୍‌ରେ ୫ ଉଇକେଟ ହରାଇ ସଙ୍କଟରେ ପଡିଛି।
ଟସ୍‌ ଜିତି ବାଂଲାଦେଶ ଅଧିନାୟକ ନଜମୋଲ ହୋସେନ୍‌ ଶନ୍ତୋ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍‌ ସାଣ୍ଟନର(୩/୩୧) ଓ ଗ୍ଲେନ୍‌ ଫିଲିପ୍ସ(୩/୬୫) ମିଳିତ ଭାବରେ ୬ ଉଇକେଟ ନେବାରୁ ବାଂଲାଦେଶ ୧୭୨ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଦଳର ୫ ଜଣ ବ୍ୟାଟର ଦୁଇଅଙ୍କ ଛୁଇଁପାରି ନ ଥିବା ବେଳେ ମୁଶଫିକୁର ରହିମ ସର୍ବାଧିକ ୩୫ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାହାଦତ ହୋସେନ୍‌ ୩୧ ଓ ମେହିଦୀ ହସନ ମିରାଜ ୨୦ ରନ୍‌ କରିଥିଲେ। ଏଜାଜ୍‌ ପଟେଲ ୨ ଉଇକେଟ ନେଇଥିଲେ। ସେହିପରି ବିଶ୍ୱର ଷଷ୍ଠ ବୋଲର ଭାବରେ ବିନା କୌଣସି ରନ ବ୍ୟୟ କରି ଉଇକେଟ ନେବାର ରେକର୍ଡ କରିଥିଲେ ଟିମ୍‌ ସାଉଦି।
ନ୍ୟୁଜିଲାଣ୍ଡର ବ୍ୟାଟିଂ ମଧ୍ୟ ଅତ୍ୟନ୍ତ ଦୟନୀୟ ରହିଥିଲା ା ଖରାପ ଆଲୋକ କାରଣରୁ ୧୨ ଓଭର ପୂର୍ବରୁ ଖେଳ ବନ୍ଦ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୫୫ ରନ୍‌ରେ ୫ ଉଇକେଟ ହରାଇଛି। ମେହିନୀ ହସନ ମିରାଜ ଚମତ୍କାର ବୋଲିଂ କରି ୩ ଉଇକେଟ ନେଇଥିବା ବେଳେ ତାଇଜୁଲ ଇସଲାମ ୨ ଉଇକେଟ ନେଇଥିଲେ। କେନ୍‌ ଓ୍ବିଲିୟମସନ୍‌ ୧୩ ରନ୍‌ କରି ଆଉଟ ହୋଇଥିବା ବେଳେ ଡାରିଲ୍‌ ମିଚେଲ୍‌ ୧୨ ଓ ଗ୍ଲେନ୍‌ ଫିଲିପ୍ସ ୫ ରନ୍‌ରେ ଅପରାଜିତ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri