Posted inଖେଳ

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିସିସିଆଇ ସ୍ପଷ୍ଟ କରିଛି ଯେ ଟି -୨୦ ବିଶ୍ୱକପରେ ତିନି ନମ୍ବରରେ ବ୍ୟାଟିଂ କରିବା ବିରାଟ କୋହଲି ପ୍ରଥମ ବିକଳ୍ପ ନୁହଁନ୍ତି। କୋହଲିଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୁବ ବ୍ୟାଟ୍ସମ୍ୟାନ ଚୟନ କରାଯିବ। ଏହା ସହିତ ବିସିସିଆଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯଦି ରୋହିତ ଶର୍ମା ଟି -୨୦ରେ ଅଧିନାୟକତ୍ୱ ପାଇଁ ରାଜି ହୁଅନ୍ତି, ତେବେ କେବଳ ରୋହିତ ଦଳର ନେତୃତ୍ୱ ନେବେ।

ଆସନ୍ତା ବର୍ଷ ଜୁନ ମାସରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ବିଶ୍ୱକପ୍ରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଖେଳକୁ ନେଇ ନିରନ୍ତର ସନ୍ଦେହ ରହିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ନିଜେ ବିସିସିଆଇକୁ ହ୍ବାଇଟ ବଲ କ୍ରିକେଟରୁ ବିରତି ମାଗିଥିଲେ, ବର୍ତ୍ତମାନ କୋହଲିଙ୍କ ବିଶ୍ୱକପରେ ଖେଳିବା ସଙ୍କଟରେ ଅଛି। ବିସିସିଆଇ ସୂତ୍ରରୁ ପ୍ରକାଶ ଯଦି ବିରାଟ କୋହଲି ନିଜେ ଟି -୨୦ ବିଶ୍ୱକପରୁ ବିରତି ନିଅନ୍ତି, ତେବେ ଆମର କୌଣସି ଆପତ୍ତି ହେବ ନାହିଁ। ଯଦି କୋହଲି ନିଜେ ଏହା ଘୋଷଣା କରନ୍ତି ନାହିଁ, ତେବେ ଆମେ କୋହଲିଙ୍କ ସହ କଥା ହେବୁ ଏବଂ ଟି -୨୦ ରେ ଖେଳିବା ବିଷୟରେ ଆଲୋଚନା କରିବୁ।

ବିସିସିଆଇ ଆହୁରି ମଧ୍ୟ କହିଛି ଟି -୨୦ ବିଶ୍ୱକପରେ ୨ ନମ୍ବରରେ ଖେଳିବା କୋହଲି ପ୍ରଥମ ପସନ୍ଦ ନୁହନ୍ତି। ବିସିସିଆଇ ପାଇଁ ପ୍ରଥମ ପସନ୍ଦ ହେଉଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ। ଏଭଳି ପରିସ୍ଥିତିରେ କୋହଲିଙ୍କୁ ଟି -୨୦ ବିଶ୍ୱକପରେ ନ ଖେଳିବାର ଆଶଙ୍କା ଅଛି । ବିସିସିଆଇ ଏହା ମଧ୍ୟ କହିଛି ଆମେ ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପରେ ଅଧିନାୟକ ହେବା ପାଇଁ ଅନୁରୋଧ କରୁଛୁ। ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ବିସିସିଆଇ ରୋହିତ ଶର୍ମାଙ୍କୁ ଦଳରେ ରଖିବାକୁ ଚାହୁଁଛି, କିନ୍ତୁ ବିରାଟ କୋହଲିଙ୍କୁ ରଖିବାକୁ ଚାହୁଁନାହିଁ। ଏଭଳି ପରିସ୍ଥିତିରେ ବିରାଟଙ୍କୁ ବିଶ୍ୱକପରେ ଖେଳାଯିବ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri