ସାହାରା ରିଫଣ୍ଡ ଲାଗି ଆସିଛି କି ଏଭଳି ମେସେଜ? ନୂଆ ପୋର୍ଟାଲରେ ଏଭଳି କରନ୍ତୁ ପୁନଃ ଆବେଦନ…

ନୂଆଦିଲ୍ଲୀ,୭।୧୨:ସାହାରା ଇଣ୍ଡିଆରେ ରଖିଥିବା ଟଙ୍କା ଫେରିପାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୪ରେ ‘ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରାଯାଇଥିଲା। ଯଦି କାହା ଟଙ୍କା ଫସି ରହିଛି ସେ ଏହି ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ହେଲେ ନିକଟରେ କିଛି ଲୋକଙ୍କ ପାଖକୁ ଆବେଦନ ପ୍ରକ୍ରିୟା ଭୁଲ ଥିବା ନେଇ ମେସେଜ ଆସିଛି। ଏବେ କାହାକୁ ସେଭଳି ମେସେଜ ଆସିଲେ ଚିନ୍ତା କରିବାର ନାହିଁ। ସେମାନେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନୂଆ ପୋର୍ଟାଲରେ ଯାଇ ପୁଣିଥରେ ଆବେଦନ କରିପାରିବେ। ଜାଣନ୍ତୁ ସବିଶେଷ ପ୍ରକ୍ରିୟା:-

ଏସବୁ କମ୍ପାନୀରେ ଫସିରହିଥିବା ଟଙ୍କା ମିଳିବ:
ସାହାରା ଗ୍ରୁପର ୪ ସହକାରୀ ସମିତିର ଡିପୋଜିଟର୍ସ CRCS-Sahara Refund Portal ଅର୍ଥାତ https://mocrefund.crcs.gov.in/କୁ ଯାଆନ୍ତୁ। ଏହି ସହକାରୀ ସମିତିରେ ସାହାରା କ୍ରେଡିଟ୍‌ କୋଅପରେଟିଭ୍‌ ସୋସାଇଟି ଲିମିଟେଡ୍‌, ସାହାରାୟାନ ୟୁନିଭର୍ସାଲ ମଲ୍ଟିପର୍ପୋଜ୍‌ ସୋସାଇଟି ଲିମିଟେଡ୍‌, ହମାରା ଇଣ୍ଡିଆ କ୍ରେଡିଟ୍‌ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ଏବଂ ଷ୍ଟାର୍ସ ମଲ୍ଟିପର୍ପୋଜ କୋଅପରେଟିଭ୍‌ ସୋସାଇଟି ଲିମିଟେଡ ସାମିଲ ଅଛି।

କିଭଳି କରିବେ ଆବେଦନ:
https://mocrefund.crcs.gov.in/ ଲିଙ୍କକୁ ଯାଆନ୍ତୁ

-ଏଠାରେ ରିସବ୍‌ମିଶନ୍‌ ଲଗ୍‌ଇନ୍‌ରେ କ୍ଲିକ୍‌ କରନ୍ତୁ।
– ଏଠାରେ ରି-ସବମିଶନ୍‌ ଲାଗି ୧୨ ନମ୍ବର ବିଶିଷ୍ଟ ସିଆର୍‌ଏନ୍‌(claim request number) ନମ୍ବର ଦାଖଲ କରନ୍ତୁ
-ଏହାପରେ କ୍ୟାପ୍‌ଚା ଦେଇ ଆଧାରକାର୍ଡର ଶେଷ ୪ ସଂଖ୍ୟା ଏବଂ ମୋବାଇଲ ନମ୍ବର ଦିଅନ୍ତୁ
-ମୋବାଇଲରେ ଆସିଥିବା ଓଟିପି ଦିଅନ୍ତୁ। ପରେ ଫର୍ମରେ ଫଟୋ ଦିଅନ୍ତୁ
-ପରେ ଆପଣଙ୍କୁ ପାନ କାର୍ଡ ନମ୍ବର ସହ ଫର୍ମ ସବ୍‌ମିଟ୍‌ କରିବାକୁ ହେବ।
-ଏହାର ୪୫ ଦିନ ମଧ୍ୟରେ ଆପଣଙ୍କୁ ଟଙ୍କା ମିଳିଯିବ

ଏସବୁ ରଖିବା ଅତ୍ୟନ୍ତ ଜରୁରୀ:
-ମେମ୍ବରଶିପ୍‌ ନମ୍ବର
-ଡିପୋଜିଟେଡ୍‌ ଆକାଉଣ୍ଟ ନମ୍ବର
-ଆଧାର ଆକ୍ଟିଭ୍‌ ମୋବାଇଲ ନମ୍ବର ସହ ଲିଙ୍କ ହେବା ଆବଶ୍ୟକ
-ଡିପୋଜିଟ୍‌ର ସାର୍ଟିଫିକେଟ/ପାସବୁକ୍‌ ଡିଟେଲ

କେତେ ମିଳିବ ରିଫଣ୍ଡ:
ସରକାରଙ୍କ ବୟାନ ମୁତାବକ ସାହାରା ଗ୍ରୁପ୍‌ର ଉକ୍ତ ୪ ସହକାରୀ ସମିତିରେ ପ୍ରାୟ ୧୦ କୋଟି ନିବେଶକଙ୍କୁ ୯ ମାସ ମଧ୍ୟରେ ଟଙ୍କା ଫେରସ୍ତ ମିଳିବ। ସୁପ୍ରିମକୋର୍ଟ ୫୦୦୦ କୋଟି ଟଙ୍କା ସାହାରା-ସେବି ରିଫଣ୍ଡ ଖାତାରୁ ସିଆର୍‌ସିଏସ୍‌କୁ ଟ୍ରାନ୍ସଫର କରିବାକୁ ଆଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri