ସମ୍ପର୍କକୁ ମିଠା କରେ ଚକୋଲେଟ୍‌: ଚାହିଦାରେ ହାର୍ଟସେପ୍‌ ଚକୋଲେଟ୍‌

ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ଚକୋଲେଟ କେବଳ ପାଟିକୁ ମିଠା ନୁହେଁ ସମ୍ପର୍କକୁ ମଧ୍ୟ ମିଠା କରେ। କେହି ରାଗିଥିଲେ କିମ୍ବା କାହାର ମନକୁ ଜିତିବାକୁ ହେଲେ ସାଧାରଣତଃ ସମସ୍ତେ ଚକୋଲେଟ୍‌ ଦେବାକୁ ପସନ୍ଦ କରିଥାନ୍ତି। ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ଚକୋଲେଟ୍‌ ଦିବସ। କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁତାରେ ମଧ୍ୟ ଚକୋଲେଟ୍‌ ଦିଆଯାଇଥାଏ। ତେଣୁ ଏହି ଦିବସ ପାଳିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ଦୋକାନଗୁଡ଼ିକରେ ଚକୋଲେଟ୍‌ ଆଗୁଆ ଷ୍ଟକ୍‌ ହୋଇଗଲାଣି। ଅନ୍‌ଲାଇନରେ ମଧ୍ୟ ଭଲ ଅଫର ସହ ଚକୋଲେଟ୍‌ ଗିଫ୍ଟ ଉପଲବ୍ଧ ହେଉଛି। ଏଥିସହ ରେଷ୍ଟୁରାଣ୍ଟରେ ମଧ୍ୟ ଚକୋଲେଟ ଡେ’ ପାଳନ ପାଇଁ ଆଗୁଆ ବରାଦ ଦିଆଯାଉଛି।

ଅନ୍‌ଲାଇନରେ ଚକୋଲେଟ୍‌

ଆଜିକାଲି ଅନ୍‌ଲାଇନରେ ପ୍ରେମ ଦିବସ ପାଇଁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ରଖାଯାଉଛି। ଚକୋଲେଟ୍‌ ଡେ’ ପାଇଁ ବିଭିନ୍ନ ପ୍ରକାର ଚକୋଲେଟ୍‌କୁ ପ୍ୟାକ କରି ଏକ ହାମ୍ପର୍‌ ବନାଯାଉଛି, ଯାହା ଦେଖିବାକୁ ଖିବ୍‌ ଆକର୍ଷଣୀୟ ମଧ୍ୟ। ଦୋକାନକୁ ଯାଇ ଚକୋଲେଟ୍‌ କିଣିବା ଅପେକ୍ଷା ଅନ୍‌ଲାଇନରୁ କିଣି ଚକୋଲେଟ୍‌ ଦେବାକୁ ଅନେକ ପସନ୍ଦ କରୁଛନ୍ତି।

ଚାହିଦାରେ ହାର୍ଟସେପ୍‌ ଚକୋଲେଟ୍‌

ପ୍ରେମ ଦିବସକୁ ନଜରରେ ରଖି ଦୋକାନଗୁଡ଼ିକରେ ମିଳୁଛି ହାର୍ଟସେପ୍‌ର ଚକୋଲେଟ୍‌। ବିଭିନ୍ନ ଫ୍ଲେଭର୍‌ର ଓ ନାମୀଦାମୀ କମ୍ପାନୀର ଚକୋଲେଟ୍‌ର ଚାହିଦା ରହିଛି। ଚକୋଲେଟ୍‌ ଡେ’ର ଦିନକ ପୂର୍ବରୁ ବିଭିନ୍ନ ରେଷ୍ଟୁରାଣ୍ଟରେ ବରାଦ ମୁତାବାକ ଚକୋଲେଟ୍‌ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି। ଏଥିମଧ୍ୟରେ ଫୁଲ, ପ୍ରେମୀଯୁଗଳ, ବିଭିନ୍ନ ଇଂରାଜୀ ଏବଂ ଓଡ଼ିଆ ଅକ୍ଷର, ପାନପତ୍ର ଓ ଅନ୍ୟ ସ୍ବତନ୍ତ୍ର ଆକୃତିର ଚକୋଲେଟ୍‌ ରହିଛି। ୧୨୦ଟଙ୍କାରୁ ଆରମ୍ଭ କରି ୩ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri