ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…

ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି।

ଜଣେ ସହକର୍ମୀଙ୍କ ମୃତ୍ୟୁ ଯୋଗୁ ଏହି ଡିଭିଜନର ମୋଟରମେନ ଡ୍ୟୁଟିରେ ନ ଥିବାରୁ ୧୪୭ ଟ୍ରେନ ବାତିଲ ହୋଇଥିଲା। ଏହି ଘଟଣା ଶନିବାର ଦିନ ଘଟିଛି। ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ସେଣ୍ଟ୍ରାଲ ଏବଂ ହାରବର୍‌ ଲାଇନ ଉପରେ ଉପାନ୍ତ ସହର ଟ୍ରେନ ସେବା ବିଳମ୍ବିତ ହୋଇଥିଲା। ବାସ୍ତବରେ, ଅନେକ କର୍ମଚାରୀ (ମୋଟରମ୍ୟାନ) ସେମାନଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିଲେ। ଜଣେ ରେଳ ଅଧିକାରୀ ଏହି ଖବର ଦେଇଛନ୍ତି।

ସାରେ ରେଳ ସେବାରେ ବିଳମ୍ବ ଯୋଗୁ ବହୁ ସଂଖ୍ୟକ ଯାତ୍ରୀ ସିଏସଏମଟି ଏବଂ ଅନ୍ୟାନ୍ୟ ଷ୍ଟେଶନରେ ଅଟକି ରହିଥିଲେ। ଅଧିକାରୀ କହିଛନ୍ତି, ’ଟ୍ରେନ ସେବାରେ ବିଳମ୍ବ ହୋଇଥିଲା କାରଣ ଅନେକ ମୋଟରମ୍ୟାନ କଲ୍ୟାଣ ଯାଇ ସେମାନଙ୍କ ସହକର୍ମୀ ମୁଲରୀଧର ଶର୍ମାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ।

ଶୁକ୍ରବାର ଦିନ ବାଇକୁଲ୍ଲା ଏବଂ ସେଣ୍ଡହର୍ଷ୍ଟ ରୋଡ ଷ୍ଟେଶନ ମଧ୍ୟରେ ଟ୍ରାକ ଅତିକ୍ରମ କରୁଥିବାବେଳେ ଶର୍ମାଙ୍କର ମୃତ୍ୟୁ ଘଟିଥିଲା। ଶର୍ମାଙ୍କ ଶେଷ ରୀତିନୀତି ଅପରାହ୍ନରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହା ଅପରାହ୍ନ ୫ ଟାରେ ଅନୁଷ୍ଠିତ ହୋଇଥିଲା। ୮୮ ଟି ସ୍ଥାନୀୟ ଟ୍ରେନ ସେବା ସମେତ ପ୍ରାୟ ୧୪୭ ଟି ଟ୍ରେନ ବାତିଲ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri