ପାକ୍‌ରେ ମେଣ୍ଟ ସରକାର ପାଇଁ ଉଦ୍ୟମ, ଆନ୍ଦୋଳନମୁହାଁ ଇମ୍ରାନ୍‌ଙ୍କ ଦଳ

ଲାହୋର,୧୨।୨: ପାକିସ୍ତାନ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଝୁଲା ପାର୍ଲାମେଣ୍ଟ ହୋଇଛି। ଫଳରେ ମେଣ୍ଟ ସରକାର ଗଢ଼ିବା ପାଇଁ ୩ ପ୍ରମୁଖ ଦଳ ରବିବାର ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ସମର୍ଥତ୍ତ ପ୍ରାର୍ଥୀମାନେ ସର୍ବାଧିକ ୧୦୧ ଆସନରେ ଜିତିଥିଲେ ମଧ୍ୟ ଇମ୍ରାନ୍‌ଙ୍କୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ଦଳର ଅଧ୍ୟକ୍ଷ ନଓ୍ବାଜ ଶରିଫ୍‌ଙ୍କ ପଛରେ ସୈନ୍ୟବାହିନୀର ସମର୍ଥନ ରହିଥିବାବେଳେ ମିଳିତ ସରକାର ଗଢ଼ିବା ପାଇଁ ସେନା ମୁଖ୍ୟ ଜେନେରାଲ ଅସିମ୍‌ ମୁନିର୍‌ ଶନିବାର ଆହ୍ବାନ ଦେଇଥିଲେ।

ମେଣ୍ଟ ସରକାର ଗଢ଼ିବା ପାଇଁ ପିଏମ୍‌ଏଲ୍‌-ଏନ୍‌ ଉଦ୍ୟମ ଚଳାଇଥିବାବେଳେ ରବିବାର ଲାହୋରଠାରେ ଏହାର ନେତାମାନେ ଏମ୍‌କ୍ୟୁଏମ୍‌-ପି ନେତାଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ନୀତିଗତ ଭାବେ ଏକାଠି କାମ କରିବାକୁ ସହମତ ହୋଇଥିବା ଜଣାପଡ଼ିଛି। ପିଏମ୍‌ଏଲ୍‌-ଏନ୍‌ ନେତା ଶୋହବାଜ ଶରିଫ୍‌ ଶୁକ୍ରବାର ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ଶନିବାର ଅସିଫ୍‌ ଅଲି ଜର୍ଦ୍ଦାରୀଙ୍କ ସହ ଆଲୋଚନା କରିଥିଲେ। ସମର୍ଥନ ବଦଳରେ ପିପିପି ନେତା ପ୍ରଧାନମନ୍ତ୍ରୀ ପଦ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମାଗିଥିବା ଶେହବାଜ ତାଙ୍କ ଦଳୀୟ ନେତାମାନଙ୍କୁ କହିଛନ୍ତି। ତେବେ ପିଏମ୍‌ଏଲ୍‌-ଏନ୍‌ ପ୍ରଧାନମନ୍ତ୍ରୀ ପଦ ପିପିପିକୁ ଦେବା ପାଇଁ ରାଜି ନୁହେଁ। ପିପିପି ସହ ବୁଝାମଣା ବିଫଳ ହେଲେ ପିଏମ୍‌ଏଲ୍‌-ଏନ୍‌ ଅନ୍ୟ ଦଳ ମାନଙ୍କୁ ନେଇ ସରକାର ଗଢ଼ିପାରେ। ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ଏବଂ ନଓ୍ବାଜଙ୍କ ଝିଅ ମାର୍ୟମ ଶରିଫଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହେଉଛି।

ଅନ୍ୟପକ୍ଷରେ ପିପିପିର ସମର୍ଥନ ବିନା କେହି କେନ୍ଦ୍ର, ପଞ୍ଜାବ କିମ୍ବା ବେଲୁଚିସ୍ତାନରେ ସରକାର ଗଢ଼ିପାରିବେ ନାହିଁ ବୋଲି ବିଲାଓ୍ବଲ କହିଛନ୍ତି। ଗତ ଗୁରୁବାର ପାକ୍‌ ନ୍ୟାଶନାଲ ଆସେମ୍ବ୍ଲି ପାଇଁ ମତଦାନ ହୋଇଥିବାବେଳେ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଏଥିରେ ଜାଲିଆତି ହେବା ନେଇ ବିଭିନ୍ନ ଦଳ ଅଭିଯୋଗ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ। ରାଗିଂ ଅଭିଯୋଗ ମଧ୍ୟରେ ନିର୍ବାଚନ କମିଶନ ଭୋଟ ହୋଇଥିବା ୨୬୫ ଆସନ ମଧ୍ୟରୁ ୨୬୪ ଆସନରେ ଫଳାଫଳ ରବିବାର ପ୍ରକାଶ କରିଛନ୍ତି। ଜାଲିଆତି ଅଭିଯୋଗକୁ ନେଇ ଗୋଟିଏ ଆସନର ଫଳାଫଳ ଘୋଷଣା ହୋଇନାହିଁ। ୨୬୪ ଆସନରୁ ପିଟିଆଇ ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ୧୦୧ ଆସନ ଜିତିଥିବାବେଳେ ପିଏମ୍‌ଏଲ୍‌-ଏନ୍‌କୁ ୭୫ ଏବଂ ବିଲାଓ୍ବଲ ଭୁଟୋ ଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)କୁ ୫୪ ଆସନ ମିଳିଛି।

ମତଦାନରେ ଜାଲିଆତି ହୋଇଥିବା ଅଭିଯୋଗ କରି ଦେଶବ୍ୟାପୀ ରିଟର୍ନିଂ ଅଫିସରମାନଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ପାଇଁ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ବାରିଷ୍ଟର ଗୋହର ଅଲି ଖାନ୍‌ ରବିବାର ଆହ୍ବାନ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରେ ପାକିସ୍ତାନ ଜନସାଧାରଣ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିବା ସେ କହିଛନ୍ତି। ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ ପିଟିଆଇ ସପକ୍ଷରେ ସ୍ପଷ୍ଟ ଓ ସ୍ବଚ୍ଛ ଜନାଦେଶ ଯାଇଛି। ରିଟର୍ନିଂ ଅଫିସରମାନେ ଜନାଦେଶକୁ ପ୍ରଭାବିତ କରିବା ପାଇଁ ଫଳାଫଳରେ ଜାଲିଆତି କରିବାକୁ ଉଦ୍ୟମ କରିଥିବାରୁ ଏହାକୁ ଗୋହର ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri