ଭୂମିକାକୁ ଶାହରୁଖଙ୍କ ଖଣ୍ଡନ

ମୁମ୍ବାଇ,୧୪।୨:କାତାର ଜେଲରୁ ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କ ମୁକ୍ତି ପଛରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବରୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଫାଶୀଦଣ୍ଡାଦେଶ ପାଇଥିବା ଏହି ପ୍ରାକ୍ତନ ଅଫିସରମାନଙ୍କ ମଧ୍ୟରୁ ୭ ଜଣ ସୋମବାର ଭାରତରେ ପହଞ୍ଚତ୍ଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ପୂର୍ବରୁ ଶାହରୁଖ୍‌ଙ୍କ ମଧ୍ୟସ୍ଥତାରେ ସେମାନଙ୍କୁ ମୁକ୍ତ କରାଯାଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏଥିରେ ଶାହରୁଖଙ୍କ ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇବା ପାଇଁ ସରକାରଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପକାଯାଇଥିବା କୁହାଯାଉଛି। ଶାହରୁଖ ଏଭଳି ରିପୋର୍ଟକୁ ଖଣ୍ଡନ କରି ପ୍ରାକ୍ତନ ଅଫିସରମାନଙ୍କ ମୁକ୍ତିରେ ତାଙ୍କର ଭୂମିକା ନ ଥିବା କହିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଏକ୍ସ’ରେ ଅଭିନେତା ଏସ୍‌ଆର୍‌କେ ଉଲ୍ଲେଖ କରିଛନ୍ତି ଯେ, କାତାରରୁ ୮ ଭାରତୀୟ ମୁକ୍ତ ହେବା ପଛରେ ସେ ମଧ୍ୟସ୍ଥତା କରି ନ ଥିଲେ। ଭାରତ ସରକାରଙ୍କ ଅଧିକାରୀମାନେ ଏଥିପାଇଁ କୂଟନୈତିକ ସ୍ତରରେ ଉଦ୍ୟମ କରିଥିଲେ। ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ନୌସେନା ଅଧିକାରୀମାନଙ୍କ ମୁକ୍ତି ପାଇଁ ସରକାର ଶାହରୁଖଙ୍କ ହସ୍ତକ୍ଷେପ ଲୋଡ଼ିଥିବା ବିଷୟ ପ୍ରଘଟ କରିବା ପରେ ଅଭିନେତା ଏହି ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି।...

ଲାଇଭ୍‌ ସାକ୍ଷାତକାରରେ କ୍ୟାଟ୍ରିନାଙ୍କ ଉପରେ ରାଗିଗଲେ ରଣବୀର, କହିଲେ ଚୁପ୍‌ ରୁହ…

ମୁମ୍ବାଇ: ଏକ ରେଡିଓ ରୁମ୍‌ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ...

ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ

ସାଉଥ୍‌ ସୁପରଷ୍ଟାର୍‌ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍‌କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ...

‘ଏମର୍ଜେନ୍ସି’କୁ ହାଇକୋର୍ଟ ଝଟକା

ମୁମ୍ବାଇ, ୫।୯:ସେନସରଶିପ୍‌କୁ ନେଇ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବାତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିକଟରୁ ଆଶ୍ୱସ୍ତି ମିଳିନାହିଁ। ଫିଲ୍ମର ସହ ନିର୍ମାତା...

‘ଯେତେବେଳେ ମୁଁ ଏହି ଦୁନିଆ ଛାଡି ଚାଲିଯିବି…’, ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏମିତି କହିଦେଲେ ବିଗ୍‌ ବି, ଐଶ୍ୱର୍ଯ୍ୟାଙ୍କୁ ଦେବେ…

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛି ଶତାବ୍ଦୀର ମେଗାଷ୍ଟାର । ବିଗ୍‌ ବି ୫୦ ବର୍ଷରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ। ଏହି ୫୦...

‘ତାଙ୍କୁ ବୟକଟ କରିବା ଉଚିତ୍‌’, ଲଣ୍ଡନରୁ ମୁମ୍ବାଇ ଫେରିବା ମାତ୍ରେ ଅନୁଷ୍କାଙ୍କୁ ଏମିତି କହିଦେଲେ…

ମୁମ୍ବାଇ: ପୁଅ ଅକାୟଙ୍କ ଜନ୍ମର ୭ ମାସ ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ, ସେ ଏକ...

କଙ୍ଗନାଙ୍କ ପରବର୍ତ୍ତୀ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’

ମୁମ୍ବାଇ: ଅଭିନେତ୍ରୀ ତଥା ଲୋକ ସଭା ଏମ୍‌ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri