ଅସହାୟ ୨ ଭାଇଙ୍କୁ ଦଇବ ସାହା

ସୋନପୁର,୧୬।୨(ମୃତ୍ୟୁଞ୍ଜୟ ଶତପଥୀ): ଅସହାୟ, ଅନାଥ ଶିଶୁଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଅସହାୟ ଦୁଇ ଭାଇ ହେମନ୍ତ ଖେତି(୧୩) ଓ ସୁମନ୍ତ ଖେତି(୧୧)ଙ୍କ ପାଇଁ ଏହି ସବୁ ଯୋଜନା ଅପହଞ୍ଚ ହୋଇଛି। ହେମନ୍ତ ଓ ସୁମନ୍ତ ଏବେ ଭାଗ୍ୟକୁ ଆଦରି ଅତ୍ୟନ୍ତ ଦୟନୀୟ ଭାବେ ଦିନ କାଟୁଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନ୍‌ଝିରିଆପାଲି ଗ୍ରାମରେ ହେମନ୍ତ ଓ ସୁମନ୍ତଙ୍କ ଘର। ସେମାନଙ୍କ ମା’ ସନ୍ତୋଷିନୀ ୩ ବର୍ଷ ପୂର୍ବରୁ କେଉଁଆଡେ ଚାଲି ଯାଇଛନ୍ତି। ବାପା ଶମ୍ଭୁ ଖେତିଙ୍କ ୨ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି। ଜେଜେମା ଦୁଇ ଭାଇଙ୍କ ଆଶ୍ରା ଥିଲେ। ନିକଟରେ ଜେଜେମା ସେମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଏବେ ୨ ଭାଇଙ୍କୁ ଦଇବ ସାହା। ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର ପିଉସୀ ରୁକ୍ମଣୀ ମହାକୁଡଙ୍କ ଘରେ ଗତ କିଛି ଦିନ ହେବ ଦୁଇଭାଇ ରହୁଛନ୍ତି। ପ୍ରକାଶ ଯେ, ସୋନପୁର ବ୍ଲକ ବିଶେଶ୍ୱରପାଲିସ୍ଥିତ ଭୀମଭୋଇ ଶିଶୁ ସଦନରେ ରହି ହେମନ୍ତ ଅଷ୍ଟମ ଶ୍ରେଣୀରେ ଓ ସୁମନ୍ତ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ଜେଜେମାଙ୍କ ଶୁଦ୍ଧିକ୍ରିୟା ପାଇଁ ସେମାନେ ଘରକୁ ଆସିଥିଲେ। ଏହାପର ଠାରୁ ପିଉସୀଙ୍କ ଘର କଳାପଥର ଗ୍ରାମରେ ରହୁଛନ୍ତି। ବିଧବା ପିଉସୀ ରୁକ୍ମଣୀ ଦୁଇ ଭାଇଙ୍କୁ କିଭଳି ଖାଇବାକୁ ଦେବେ ଓ ପାଠ ପଢାଇବେ ସେଇ ଚିନ୍ତାରେ ଅଛନ୍ତି। ସରକାରଙ୍କ ପୃଷ୍ଠପୋଷକତା କାର୍ଯ୍ୟକ୍ରମରେ ଦୁଇ ଭାଇଙ୍କୁ ସାମିଲ କରି ସହାୟତା ପ୍ରଦାନ କରିବାକୁ କଳାପଥର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୁଜ ଦାଶଙ୍କୁ ଯୋଗାଯୋଗ କରିବାରୁ ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ଜିଲା କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କଲେ ଆମେ କାଉନସେଲିଂ କରିବା ସହ ନିୟମ ଅନୁଯାୟୀ ଶିଶୁଙ୍କ ପାଠପଢା ଓ ଅନ୍ୟ ବ୍ୟବସ୍ଥା କରାଇବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri