ଔଷଧ-ପ୍ରସାଧାନ ସାମଗ୍ରୀର ଗୁଣବତ୍ତା ହେବ ସୁନିଶ୍ଚିତ: ସିଡିଏସସିଓ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୭।୨ : ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ୟୁନିଫର୍ମ ନମୁନା ପ୍ରଣାଳୀ ଗ୍ରହଣ କରିବାକୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ଶନିବାର ନିର୍ଦ୍ଦେଶନାମା ଜାରି କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସର୍ବୋଚ୍ଚ ଔଷଧ ନିୟାମକ ସିଡିଏସସିଓ କହିଛନ୍ତି ବର୍ତ୍ତମାନ ଅଧିକାଂଶ ଔଷଧ ବଡ ବ୍ରାଣ୍ଡରୁ ସୋର୍ସ କରାଯାଉଛି ଏବଂ ଏହାର ବ୍ୟବହାର କେବଳ ସହରାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ରହିଛି।

ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଚିକିତ୍ସା ଉପକରଣର ନମୁନା ନେବା ପାଇଁ ଗତ ସପ୍ତାହରେ ନୂତନ ନିର୍ଦ୍ଦେଶାବଳୀକୁ ସୂଚିତ କରାଯାଇଥିଲା। ଏଥିରେ କୁହାଯାଇଥିଲା ହିଣ୍ଟରଲାଣ୍ଡ କିମ୍ବା ଗ୍ରାମାଞ୍ଚଳଗୁଡିକୁ ଏଥିରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଫଳସ୍ବରୂପ ଦୂର ବ୍ୟବହାରକାରୀ କିମ୍ବା ଉପଭୋକ୍ତାମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଔଷଧର ଗୁଣବତ୍ତା ମୂଲ୍ୟାଙ୍କନ କରାଯାଉ ନାହିଁ।

ନିର୍ଦ୍ଦେଶରେ ଊଲ୍ଲେଖ କରାଯାଇଛି ଅତୀତର ଟ୍ରେଣ୍ଡରେ ଏହା ଦେଖାଯାଇଛି ନମୁନା ଚୟନ ଏବଂ ନମୁନା ସ୍ଥାନ ଇତ୍ୟାଦି ପାଇଁ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ। ନୂତନ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି କେତେକ କ୍ଷେତ୍ରରେ ପ୍ରସାଧନ ନମୁନା ସଂଗ୍ରହ କରାଯାଇ ନାହିଁ। କୁହାଯାଇଛି ଏପରି ବିକ୍ରୟ କେନ୍ଦ୍ରଗୁଡ଼ିକରକୌଣସି କେନ୍ଦ୍ରୀଭୂତ ଡାଟାବେସ ନାହିଁ ଯେଉଁଠାରେ ନକଲି ଉତ୍ପାଦ ବିଷୟରେ ସୂଚନା ଦିଆଯାଇଛି। ଏହିପରି କେନ୍ଦ୍ରଗୁଡିକ ନିୟମିତ ତଦାରଖ କରାଯିବା ଉଚିତ।

ସିଡିଏସସିଓ କହିଛି ଏହି ନିର୍ଦ୍ଦେଶାବଳୀଗୁଡିକ ଉପଲବ୍ଧ ସୂଚନାର ବ୍ୟବହାର ତଥା ଉତ୍ପାଦନ କେନ୍ଦ୍ରରୁ ବଜାରକୁ ଆସୁଥିବା ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଉପକରଣର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦେଇଥାଏ। ନକଲି ଔଷଧର ତାଲିକା ସିଡିଏସସିଓ ୱେବସାଇଟରେ ପ୍ରକାଶ କରିବାକୁ ପଡିବ। ଯାହାଦ୍ୱାରା ଭବିଷ୍ୟତରେ ସେସବୁର ବ୍ୟବହାରକୁ ଏଡାଇ ଦିଆଯାଇପାରିବ।ଏହି ତାଲିକା ପ୍ରତି ମାସରେ ଅପଡେଟ ହେବ। ସମ୍ପ୍ରତି, ସିଡିଏସସିଓ ଦ୍ୱାରା ଅଂଶୀଦାର ହୋଇଥିବା ଷ୍ଟାଣ୍ଡାର୍ଡ ଏବଂ ନକଲି ଔଷଧର ତାଲିକା ପ୍ରତି ମାସରେ ଅପଡେଟ ହେଉ ନାହିଁ । ଯେଉଁଠାରୁ ନମୁନା ନିଆଯାଏ ବିତରକମାନଙ୍କୁ ସେ ବିଷୟରେ ସୂଚନା ଅଂଶୀଦାର ହୋଇ ନ ଥାଲ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri