ବାପା ସାଜିଲା ସଇତାନ, ବାରମ୍ବାର ବଳାତ୍କାର ପରେ ଅତିଷ୍ଠ ହୋଇ ଜୀବନ ହାରିଲା ଝିଅ

କୋଣାର୍କ,୧୯।୨:(ଜ୍ୟୋତିରାଜ ମହାନ୍ତି): ବାପା ନିଜ ଝିଅକୁ ବଳାତ୍କାର କରିବା ପରେ ଝିଅ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ନେଇ ମା’ ସଙ୍ଗିନ ଅଭିଯୋଗ ଆଣିଛନ୍ତି। କୋଣାର୍କ ଥାନା ଅଞ୍ଚଳରେ ଏପରି ଅମାନବୀୟ ଘଟଣା ଘଟିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୪/୨୪) ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନା ମୁତାବକ, ଅଭିଯୁକ୍ତ ବାପା ନବମ ଶ୍ରେଣୀରେ ପଢୁଥିବା ତାଙ୍କ ନାବାଳିକା ବଡ଼ ଝିଅ ଉପରେ କିଛିଦିନ ହେବ ଖରାପ ନଜର ରଖିଥିଲେ। ଏନେଇ ନାବାଳିକା ତାଙ୍କ ମା’ଙ୍କୁ ଅଭିଯୋଗ କରିଥିଲେ। ସମାଜରେ ମାନସମ୍ମାନ ହାନିକୁ ଦୃଷ୍ଟିରେ ରଖି ଏପରି ଘଟଣାକୁ ଘର ଭିତରେ ସୀମିତ ରଖିବା ସହ ଆଉ ଏଭଳି ଭୁଲ ନ କରିବାକୁ ମହିଳା ତାଙ୍କ ସ୍ବାମୀଙ୍କୁ ତାଗିଦା କରିଥିଲେ। ତେବେ ରବିବାର ସମ୍ପୃକ୍ତ ମହିଳା ଅନ୍ୟ ଜଣଙ୍କ ଘରକୁ କାମ କରିବାକୁ ଯାଇଥିବାବେଳେ ବାପା ଜଣକ ପୁଣି ତାଙ୍କ ଝିଅଙ୍କୁ ବଳାତ୍କାର କରିଥିଲେ।

ନାବାଳିକା ଝିଅ ଏହି ଲଜ୍ଜା ସହି ନ ପାରି ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ସଦସ୍ୟ ଏହି ଘଟଣା ଜାଣିବା ପରେ ପୀଡ଼ିତାଙ୍କୁ ତୁରନ୍ତ ଗୋପ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ କୋଣାର୍କ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri