Posted inଜାତୀୟ

ପୋଲିସ ଗୁଳିରେ ଚାଷୀ ମୃତ

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୨ା୨:ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ପ୍ରଣୟନ ଏବଂ ଅନ୍ୟାନ୍ୟ ଦାବିରେ ଅଡ଼ି ବସିଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଉଛି। ପଞ୍ଜାବ-ହରିୟାଣା ସୀମାର ଖନୌରିରେ ବୁଧବାର ସନ୍ଧ୍ୟାରେ ପୋଲିସ ଗୁଳିରେ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ଫେବୃଆରୀ ୧୩ରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହେବା ପରଠୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ପ୍ରାୟ ୧୬୦ ଚାଷୀ ଆହତ ହୋଇଥିବାବେଳେ ଏହା ହେଉଛି ସଂଘର୍ଷରେ କୃଷକଙ୍କ ପ୍ରଥମ ମୃତ୍ୟୁ। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆନ୍ଦୋଳନରତ କୃଷକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ କୃଷକ ସଙ୍ଗଠନର ପ୍ରତିନିଧିମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଡାକିଛନ୍ତି। ତେବେ ପୋଲିସ ଗୁଳିରେ ଜଣେ କୃଷକଙ୍କ ମୃତ୍ୟୁ ପରେ ଚାଷୀମାନେ ଦିଲ୍ଲୀ ମାର୍ଚ୍ଚକୁ ୨ ଦିନ ପାଇଁ ସ୍ଥଗିତ ରଖିବା ସହ ନିଜ ନିଜ ସ୍ଥାନରେ ଧାରଣାରେ ବସିବେ ବୋଲି ଅଲ୍‌ ଇଣ୍ଡିଆ କିଷାନ୍‌ ସଭା (ଏଆଇକେଏସ୍‌) ପକ୍ଷରୁ ଘୋଷଣା କରାଯାଇଛି। ୨୩ଟି ଫସଲର ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, କୃଷିଋଣ ଛାଡ଼ ଓ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର ଦାବିରେ କୃଷକମାନେ ଗତ ୧୩ରୁ ଦିଲ୍ଲୀ ଅଭିମୁଖେ ଆନ୍ଦୋଳନ ପାଇଁ ଟ୍ରାକ୍ଟରଗୁଡ଼ିକରେ ଯାଉଥିବାବେଳେ ଜାତୀୟ ରାଜଧାନୀ ସଂଲଗ୍ନ ସୀମାଗୁଡ଼ିକରେ ବ୍ୟାରିକେଡିଂ କରି ସେମାନଙ୍କୁ ଅଟକାଯାଇଛି। ଏହି କ୍ରମରେ ପଞ୍ଜାବ-ହରିୟାଣା ସୀମାର ଖନୌରିରେ ପ୍ରାୟ ୧୫ ହଜାର ଚାଷୀ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ପୋଲିସ ଅଟକାଇବାରୁ ସଂଘର୍ଷ ହୋଇଥିଲା। ସୁରକ୍ଷା କର୍ମୀ ଓ ଆନ୍ଦୋଳନରତ କୃଷକ ମୁହଁାମୁହଁି ହୋଇଥିବାବେଳେ ପୋଲିସ ଗୁଳି ଚଳାଇବାରୁ ଜଣେ ୨୧ ବର୍ଷୀୟ ଚାଷୀ ପ୍ରାଣ ହରାଇଛନ୍ତି। ଏଥିରେ ଆଉ କେତେଜଣ କୃଷକ ଆହତ ହୋଇଛନ୍ତି। ମୃତ ଚାଷୀ ହେଲେ ପଞ୍ଜାବ ବଠିଣ୍ଡା ଜିଲା ଅନ୍ତର୍ଗତ ବାଲୋକେ ଗ୍ରାମର ଶୁଭକରଣ ସିଂ। ପଟିଆଲାସ୍ଥିତ ରାଜିନ୍ଦ୍ର ହସ୍ପିଟାଲର ମେଡିକାଲ ଅଫିସର ଏଚ୍‌.ଏସ୍‌. ରେଖି ଗଣମାଧ୍ୟମକୁ କହିଛନ୍ତି, ଖନୌରି ସୀମାରୁ ଆହତ ଅବସ୍ଥାରେ ୩ ଜଣ ଚାଷୀଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ଶୁଭକରଣଙ୍କ ମୁଣ୍ଡରେ ଗୁଳିମାଡ଼ ଯୋଗୁ ଗଭୀର ଆଘାତ ଲାଗିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଗୁଳିର ଆକୃତି ଜଣାପଡ଼ିବ। ଅନ୍ୟ ଦୁଇ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ସେ କହିଛନ୍ତି।
ପଞ୍ଜାବ-ହରିୟାଣା ସୀମାର ଦୁଇଟି ବିକ୍ଷୋଭ ସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ଖନୌରି। ସେଠାରେ ବିକ୍ଷୋଭ ଚଳାଇଥିବା ଚାଷୀମାନେ କହିଛନ୍ତି, ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ରବର ବୁଲେଟ ଚଳାଇଥିଲା। ଅନ୍ୟ ସୀମା ହେଉଛି ଶମ୍ଭୁ ବର୍ଡର। ସେଠାରେ ମଧ୍ୟ ଦିଲ୍ଲୀକୁ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବା କୃଷକମାନଙ୍କୁ ଅଟକାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ହରିୟାଣା ପୋଲିସ ବିକ୍ଷୋଭକାରୀଙ୍କୁ ସମ୍ପୃକ୍ତ ଅଞ୍ଚଳରୁ ଏକ୍ସାଭେଟର ଏବଂ ଜେସିବି ମେଶିନ୍‌ଗୁଡ଼ିକୁ ହଟାଇନେବାକୁ କହିଛି। ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି। ନଡ଼ାରେ ଲଙ୍କାଗୁଣ୍ଡ ଭର୍ତ୍ତି କରି ପୋଡ଼ିବାରୁ ଟିଅର ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିବାକୁ ବାଧ୍ୟ ହୋଇଥିବା ପୋଲିସ କହିଛି।
ପ୍ରକାଶ ଯେ, ଗତ ରବିବାର କୃଷକ ସଙ୍ଗଠନଗୁଡ଼ିକ ସହ ୩ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୂଷ ଗୋୟଲ ଓ ନିତ୍ୟାନନ୍ଦ ରାଏ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଥିଲେ। କିନ୍ତୁ କେନ୍ଦ୍ରର ସର୍ତ୍ତ ମାନିବାକୁ ଚାଷୀନେତାମାନେ ରାଜି ହୋଇ ନ ଥିଲେ। ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ କୃଷିମନ୍ତ୍ରୀ ମୁଣ୍ଡା ସେମାନଙ୍କୁ ପୁଣି ଥରେ ଡାକିଛନ୍ତି। ଅନ୍ୟପକ୍ଷେ ସରକାର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶମ୍ଭୁ ସୀମାରେ ଚାଷୀନେତା ଜଗଜିତ ସିଂ ଦଲଓ୍ବୋଲ କୃଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri