ନିଜର ବୋଲି ନ ଥିବେ କେହି

ରାକେଶ ପଣ୍ଡା

 

ପ୍ରାଚୀନ କାଳରୁ ଲୋକେ ଯୌଥ ପରିବାରରେ ଗୋଟିଏ ଛାତ ତଳେ ରହି ଆସୁଥିଲେ, ଯେଉଁଥିରେ ଜଣେ ଗୁରୁଜନ ପରିବାରର ମୁଖିଆ ହୋଇଥା’ନ୍ତି। ଉକ୍ତ ପରିବାର ଏକ ନୀତି, ନିୟମ ଏବଂ ଆଦର୍ଶ ସହ ଚାଲିଥାଏ। ଏକାଠି ରହିବା ଦ୍ୱାରା ପ୍ରତ୍ୟେକ ସଦସ୍ୟଙ୍କ ମାନସିକ, ଆର୍ଥିକ ଏବଂ ଶାରୀରିକ ସହଯୋଗ ପରସ୍ପର ପ୍ରତି ଅତି ନିବିଡ଼ ଭାବରେ ରହିଥାଏ। ପରିବାରର ପ୍ରତ୍ୟେକ ସଦସ୍ୟ ଘର ଖର୍ଚ୍ଚ ବହନରେ ସହାୟତା କରିଥା’ନ୍ତି ଏବଂ ଜଣଙ୍କ ଉପରେ ଆର୍ଥିକ ଭାର ବା ବୋଝ ପଡ଼ି ନ ଥାଏ। କୌଣସି ଏକ ଅସୁବିଧାକୁ ସମସ୍ତେ ଏକାଠି ହୋଇ ସାମ୍ନା କରନ୍ତି ଏବଂ ମିଳିମିଶି ତା’ର ସମାଧାନର ରାସ୍ତା ବାହାର କରିଥା’ନ୍ତି। ଜଣଙ୍କର ଉପସ୍ଥିତି ଆଉ ଜଣଙ୍କୁ ଏକ ସାହାରା ପରି କାମ ଦେଇଥାଏ। ଗୁରୁଜନମାନଙ୍କଠାରୁ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଏବଂ ଉଚିତ୍‌ ସଂସ୍କାର ମଧ୍ୟ ପ୍ରାପ୍ତି ହୁଏ। ସଦସ୍ୟଙ୍କର ବୃଦ୍ଧାବସ୍ଥା ତଥା ଅନ୍ତିମ ସମୟ ଉପଯୁକ୍ତ ସେବା ଶୁଶ୍ରୂଷା, ଶାନ୍ତି ଏବଂ ଖୁସିରେ କଟିଥାଏ।
କିଛି ଦିନ ତଳେ ଜଣେ ବାଲ୍ୟବନ୍ଧୁଙ୍କ ଘରେ ଉପସ୍ଥିତ ଥିବା ସମୟରେ ତାଙ୍କର ଧର୍ମପତ୍ନୀ ରୋଷେଇ ଘର ମଧ୍ୟରୁ ଡାକ ଛାଡିଲେ, ପୁଅକୁ ଟିକେ ନିଅ। ସେ ବହୁତ ହଇରାଣ କରୁଛି। ତାହା ଶୁଣି ବନ୍ଧୁ ଜଣଙ୍କ ସେଠାକୁ ଧାଇଁଗଲେ। ପୁଅକୁ ସାଙ୍ଗରେ ଧରି ଆଣି ଚାପୁଡାଟାଏ ତା’ ଗାଲରେ କଷିଦେଲେ। ସେ ଭେଁ ଭେଁ ହୋଇ କାନ୍ଦିବାରୁ ଉଚ୍ଚ ସରରେ ତାକୁ ଗାଳି କରିବାକୁ ଲାଗିଲେ। ତାହା ଦେଖି ମୁଁ ତାଙ୍କୁ କହିଲି, ଛୋଟ ପିଲାଟାକୁ ଗାଳି କିମ୍ବା ମାଡ଼ ନ ଦେଇ ଭଲରେ ବୁଝେଇ କୁହ। ସେ କହିଲେ, ଓଃ.. ତୁମେ ଜମା ଜାଣିନ ଏ ପିଲା ଏତେ ଦୁଷ୍ଟ ଯେ, ପ୍ରତିଟି ସମୟରେ ମୁଣ୍ଡ ଖରାପ କରିଦେଉଛି। ମୁଁ କହିଲି, ମଉସା, ମାଉସୀଙ୍କୁ ଟିକେ କହୁନ ତାକୁ କିଛି ସମୟ ରଖିବେ। ତାହା ଶୁଣି ବନ୍ଧୁ ଜଣଙ୍କ କହିଲେ, ମୁଁ ଏବେ ଅଲଗା ରହୁଛି। ବାପା ଚାହୁଁଥିଲେ, ମୋ’ ବଡ଼ଭାଇ ଏବଂ ଦାଦା, ଖୁଡ଼ୀଙ୍କ ସହ ମିଶି ଏକାଠି ରହିବାକୁ। ହେଲେ ଏତେ ବଡ଼ ପରିବାରରେ ମୋତେ ଅଣନିଃଶ୍ୱାସ ଲାଗିଲା। ସେଥିପାଇଁ ମୁଁ ଅଲଗା ହୋଇଗଲି। ମୁଁ କହିଲି, ସାମାନ୍ୟ ଗୋଟିଏ ଛୋଟ ପିଲାକୁ ତୁମେ ଆଜି ସମ୍ଭାଳିବାକୁ ଅକ୍ଷମ। ତେବେ ଚିନ୍ତା କର, ପାଞ୍ଚ ଜଣ ଭାଇ ଭଉଣୀଙ୍କୁ ତୁମର ବାପା, ମା’ କେମିତି ଲାଳନପାଳନ କରିଥିବେ? ତାହା କେବଳ ସମ୍ଭବ ହୋଇପାରିଥିଲା ଗୋଟିଏ ଛାତ ତଳେ ଏକାଠି ରହୁଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅବଦାନ ଯୋଗୁ।
ତେବେ ଆଜିର ଆଧୁନିକ ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ଆଗକୁ ବଢ଼ିବାକୁ ଚାହାନ୍ତି। ଅପରପକ୍ଷରେ ପରିବାର ନିମନ୍ତେ ରହିଥିବା ଆର୍ଥିକ, ଶାରୀରିକ ଏବଂ ମାନସିକ ଦାୟିତ୍ୱ ମଧ୍ୟରୁ ନିଜକୁ ଦୂରେଇନେବା ଲାଗି ସେମାନେ ନିଜର ପରିବାର ସଦସ୍ୟ ଏମିତିକି ମାତାପିତାଙ୍କ ସହ ରହିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ବିଶେଷକରି ଆଜିର ଯୁବବର୍ଗ ବ୍ୟକ୍ତିଗତ ସ୍ବାର୍ଥ, ଉନ୍ନତି ଏବଂ ଲାଭକୁ ଦୃଷ୍ଟିରେ ରଖି ତଥା ସେଗୁଡ଼ିକୁ ପ୍ରାଥମିକତା ଦେଇ ନିଜ ପରିବାରଠାରୁ ଦୂରେଇ ଯାଉଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଏହିପରି ଅନେକ ଘଟଣା ନଜରକୁ ଆସେ ଯେ, ସମାଜରେ ବୃଦ୍ଧ ମା’ବାପାମାନେ ନିଜର ପ୍ରତିଷ୍ଠିତ ପୁଅ ଏବଂ ଝିଅମାନଙ୍କ ଦ୍ୱାରା ଅବହେଳିତ ତଥା ବିତାଡ଼ିତ ହୋଇ ବୃଦ୍ଧାଶ୍ରମରେ ସମୟ କାଟୁଛନ୍ତି। ଯଦ୍ଦ୍ବାରା ସାମୟିକ ଖୁସି ପାଇଁ ଆଜିର ଝିଅ ପୁଅମାନେ ଅଜାଣତରେ ଏକ ଖରାପ ଉଦାହରଣ ନିଜର ପିଲା ମାନଙ୍କ ପାଇଁ ମଧ୍ୟ ସୃଷ୍ଟି କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଉକ୍ତ ଚିନ୍ତାଧାରା ଓ କାର୍ଯ୍ୟକଳାପରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ନ ଆସିଲେ ତାହା ହୁଏତ ଆସନ୍ତା ଦିବସଗୁଡ଼ିକରେ ପରିବାରର ଆଗାମୀ ପିଢ଼ି ନିମନ୍ତେ ଏକ ଖରାପ ଉଦାହରଣ ସାଜିବ। ତାହା ଦ୍ୱାରା ସେମାନେ ନିଜର ଚିନ୍ତାଧାରାକୁ ଧର୍ମପତ୍ନୀ ଓ ଜନ୍ମିତ ଝିଅପୁଅଙ୍କ ନିକଟରେ କେନ୍ଦ୍ରୀଭୂତ କରି ରଖିବେ ଏବଂ ପିତା, ମାତା, ଭାଇ, ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା ହୋଇ ରହିବାକୁ ପସନ୍ଦ କରିବେ। ଧୀରେ ଧୀରେ ଗୋଟିଏ ଛାତ ତଳେ ରହିବାର ଯେଉଁ ଖୁସି, ଆନନ୍ଦ, ସହଭାଗିତା, ତ୍ୟାଗ ଓ ସୁରକ୍ଷା ସମୟର ଦିଗ୍‌ବଳୟ ମଧ୍ୟରେ ବିଲୀନ ହୋଇଯିବେ। ଦିନ ଆସିବ, ଜଣେ ବ୍ୟକ୍ତି ନିକଟରେ ନିଜର ବୋଲି ମଣିଷ କେହି ନ ଥିବେ!
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri