ଭାରତୀୟ ଡେକୋରେଟିଭ୍‌ ପେଣ୍ଟ ବଜାରରେ ବିର୍ଲା ଗ୍ରୁପ୍‌

ଭୁବନେଶ୍ୱର,୨୩।୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ‘ବିର୍ଲା ଓପସ୍‌ ପେଣ୍ଟସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାରମଙ୍ଗଳମ୍‌ ବିର୍ଲା ନୂଆ ଡେକୋରେଟିଭ୍‌ ପେଣ୍ଟସ ବ୍ରାଣ୍ଡ୍‌ ବିର୍ଲା ଓପସ୍‌ ପେଣ୍ଟସ୍‌ ଅଧୀନରେ ନୂଆ ଉପତ୍ାଦ ଓ ସେବାର ଶୁଭାରମ୍ଭ କରିଛନ୍ତି। ସେହିଭଳି ଆସନ୍ତା ୩ ବର୍ଷ ମଧ୍ୟରେ କମ୍ପାନୀ ପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରି ପ୍ରାୟ ୧୦,୦୦୦ କୋଟି ଟଙ୍କାର ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ବିଶେଷକରି ଏହା ଜରିଆରେ କମ୍ପାନୀ ୮୦,୦୦୦ କୋଟି ଟଙ୍କାର ଭାରତୀୟ ଡେକୋରେଟିଭ୍‌ ପେଣ୍ଟ ବଜାରରେ ମଧ୍ୟ ପ୍ରବେଶ କରିଛି। ସେହିପରି କମ୍ପାନୀ ପେଣ୍ଟ ବଜାରରେ ୧୦,୦୦୦ କୋଟି ଟଙ୍କାର ନିବେଶ କରିଛି। ବିର୍ଲା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଦ୍ୱାରା ବିର୍ଲା ଓପସ୍‌ ବ୍ୟବସାୟ ସ୍ଥାପନ କରିଛି।

ଏ ସମ୍ପର୍କରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାରମଙ୍ଗଲମ୍‌ କହିଛନ୍ତି, ଭାରତ ଆଜି ଗତିଶୀଳତା, ଦୁଃସାହସିକତା ଏବଂ ପରିବର୍ତ୍ତନ ଆଗ୍ରହରେ ପରିପୂର୍ଣ୍ଣ ହୋଇଥିଲାବେଳେ ଆମର ପେଣ୍ଟ ଉଦ୍ୟୋଗ ବିର୍ଲା ଓପସ୍‌ ଏହି ଭାରତରେ ପ୍ରତିଫଳିତ ହୋଇଛି। ଆଦିତ୍ୟ ବିର୍ଲା ଗ୍ରୁପ୍‌ର କୋଠା ଉପକରଣ ବ୍ୟବସ୍ଥା ବିଷୟରେ ଗଭୀର ବୁଝାମଣା ଆମକୁ ଏକ ଅନନ୍ୟ ସୁବିଧା ପ୍ରଦାନ କରୁଛି। ତେଣୁ ବିର୍ଲା ଓପସ୍‌ ବର୍ତ୍ତମାନର କ୍ଷମତାଠାରୁ ୪୦%ବୃଦ୍ଧି ସହ କଲର ଇଣ୍ଡଷ୍ଟ୍ରି (ରଙ୍ଗ ଶିଳ୍ପ) ରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର କୌଣସି ପେଣ୍ଟ କମ୍ପାନୀ ଏକକାଳୀନ କାରଖାନା, ପରିଚାଳନା, ଉତ୍ପାଦ ଏବଂ ସେବା ଆରମ୍ଭ କରିନାହିଁ। ଆଦିତ୍ୟ ବିର୍ଲା ଗ୍ରୁପ୍‌ ଦ୍ୱାରା ବିର୍ଲା ଓପସ୍‌କୁ ଏକ ବ୍ୟାପକ ଷ୍ଟାର୍ଟଅପ୍‌ ଭାବେ ଦେଖିବା ଉଚିତ। ଏହା ଏକ ଷ୍ଟାର୍ଟଅପ୍‌ର ଚପଳତା, ଶକ୍ତି ଏବଂ ବ୍ୟୟ ବହୁଳତାକୁ ଏକ ସ୍ଥିର ଏବଂ ଗତିଶୀଳ ଗୋଷ୍ଠୀର ଦୃମତା, ଭରସାଯୋଗ୍ୟତା ଓ ବ୍ରାଣ୍ଡ୍‌ ସୁଦୃଢ଼ତା ସହ ମିଶ୍ରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri