ଗନ୍ଧମାର୍ଦ୍ଦନ ପାହାଡ଼ରେ ଯବାନ- ମାଓବାଦୀଙ୍କ ଗୁଳି ବିନିମୟ

ବରଗଡ଼/ପାଇକମାଳ,୨୩।୨(ପ୍ରେମାନନ୍ଦ ଖମାରୀ/ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ରେ ଦୀର୍ଘଦିନ ବ୍ୟବଧାନ ପରେ ମାଓବାଦୀଙ୍କ ଗତିବିଧି ପୁଣି ପରିଲକ୍ଷିତ ହୋଇଛି । ଶୁକ୍ରବାର ସ୍ଥାନୀୟ ଖଣ୍ଡିଝରନ ଡ୍ୟାମ୍‌ ନିକଟ ଜଙ୍ଗଲରେ ଏସ୍‌ଓଜି ଯବାନମାନେ ମାଓବାଦୀଙ୍କ କ୍ୟାମ୍ପ ଠାବ କରିଛନ୍ତି। ଯବାନମାନେ ସେହି କ୍ୟାମ୍ପ ନିକଟତର ହେବାବେଳେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଏହାପରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ତେବେ ଗୁଳି ବିନିମୟରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଠାବ ହୋଇଥିବା କ୍ୟାମ୍ପରୁ ମାଓବାଦୀଙ୍କ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ବୋଲି ବରଗଡ଼ ଏସ୍‌ପି ପି.ଏସ୍‌ ମିନା କହିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ କୋମ୍ବିଂ ଅପରେଶନକୁ ଜୋରଜାର୍‌ କରିଛନ୍ତି। ସେହିପରି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବରଗଡ଼ରେ ପହଞ୍ଚି ଉକ୍ତ ଅପରେଶନର ସମୀକ୍ଷା କରିଥିବା ସୂଚନା ମିଳିଛି।

ଏସ୍‌ପି ମୀନା ସୂଚନା ଦେଇ କହିଛନ୍ତି, ଗନ୍ଧମାର୍ଦ୍ଦନ ଅଞ୍ଚଳରେ ମାଓବାଦୀମାନେ ଗୋଟିଏ କ୍ୟାମ୍ପ କରି ରହିଥିବା ନେଇ ପୋଲିସ ମୁଖ୍ୟାଳୟ ଏବଂ ଜିଲା ପୋଲିସକୁ ଖବର ମିଳିଥିଲା। ସେହି ଖବରକୁ ଆଧାର କରି ଉଭୟ ବଲାଙ୍ଗୀର ଏବଂ ବରଗଡ଼ ପଟୁ ଏସ୍‌ଓଜି ଯବାନମାନେ କୋମ୍ବିଂ ଅପରେଶନ କରିଥିଲେ। କ୍ୟାମ୍ପ ନିକଟକୁ ଯବାନମାନେ ଯିବାବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ। ତେବେ ଯବାନମାନଙ୍କ ପାଲଟା ଆକ୍ରମଣର ସମ୍ମୁଖୀନ ହୋଇ ନ ପାରି ମାଓବାଦୀମାନେ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ। ମାଓବିଧି ଗତିବିଧି ଉପରେ ପୋଲିସ ସବୁବେଳେ ନଜର ରଖିଛି ଏବଂ କୋମ୍ବିଂ ଅପରେଶନକୁ ଜାରି ରଖାଯାଇଥିବା ଏସ୍‌ପି ମୀନା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri