‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’

କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା। ଶନିବାର ନିଜ ଗାଁରେ ସମର୍ଥକଙ୍କ ସହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ନାଚିକା ଲିଙ୍ଗା।

ରାଜ୍ୟର ଶାସକ ବିଜେଡି ସମେତ ଭାଜପା କଂଗ୍ରେସ ଆଦି ତିନି ପ୍ରମୁଖ ଦଳରୁ କୌଣସି ଅଫର୍‌ ନ ଆସେ ତେବେ ସ୍ବାଧୀନ ଭାବେ ସେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଧରି ଜମି ମୁକ୍ତି ଗତି ମୁକ୍ତି ମଦ ମୁକ୍ତି ଆନ୍ଦୋଳନର ପୁରୋଧା ସାଜିଥିବା ଆଦିବାସୀ ନେତା ନାଚିକା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିଲା ପରିଷଦରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ଦ୍ବିତୀୟ ସ୍ଥାନରେ ଥିଲେ। ନାଚିକାଙ୍କ ସ୍ବାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବା ଦ୍ବାରା ଶାସକ ବିଜେଡିକୁ ତିନି ନମ୍ବରରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନାଚିକାଙ୍କ ପୁଅ ରବି ନାଚିକା ଭୁବନେଶ୍ୱର ଯାଇ ବିଜେଡିରେ ଯୋଗଦେଇଥିଲେ। ପରେ ନାଚିକାଙ୍କ ପୁଅ ରବିଙ୍କୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନାରାୟଣପାଟଣାର ସଦସ୍ୟ କରାଯାଇଥିଲା। ଏବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ନାଚିକା ପୁଣି ବିଧାୟକ ପ୍ରାର୍ଥୀ ହେବାକୁ ମନ ବଳାଇବା ରାଜନୀତି ଗୋଳିଆ ହେବା ସମ୍ଭାବନା ଦେଖାଦେଲାଣି। ଆଜି ନିଜ ଗାଁ ଭାଲିଆପୁଟରେ ହାତଗଣତି ସମର୍ଥକଙ୍କ ସହ ମେଳି କରିଥିଲେ। ବିକାଶ ଆଜି ବି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ହୋଇ ନ ଥିବା ସେ କହିଥିଲେ। ଆମ ଆଦିବାସୀଙ୍କୁ ସରକାର ଡାକୁଛନ୍ତି। ମିଛ କେସ୍‌ରେ ଆଦିବାସୀଙ୍କୁ ଜେଲ୍‌ ପଠାଉଛନ୍ତି। ଆଦିବାସୀଙ୍କୁ ନ୍ୟାୟ ମିଳୁନି। ଗାଁଗୁଡ଼ିକରେ ବିଜୁଳି ସମସ୍ୟା ସମାଧାନ ନ ହେବା ପରି ମୌଳିକ ସମସ୍ୟା ବିଷୟରେ ଗୁରୁତ୍ୱ ଦେଉନାହାନ୍ତି ସରକାର। ଆମର ଖଣି ନେଉଛନ୍ତି ଅଞ୍ଚଳରୁ, ଆମ ଆଦିବାସୀ ପିଲା ଦାଦନ ଖଟିବାକୁ ଯାଉଛନ୍ତି। ବିଧାୟକ ପ୍ରାର୍ଥୀ ହେବାକୁ ବିଭିନ୍ନ ମହଲରୁ ପ୍ରାର୍ଥୀ ପାଇଁ ଗାଁ ଗାଁ ଲୋକ ଅନୁରୋଧ କରୁଛନ୍ତି। ସେମାନଙ୍କର କଥାକୁ ଗୁରୁତ୍ୱ ଦେଇ ବିଧାୟକ ପ୍ରାର୍ଥୀ ହୋଇ ସମସ୍ୟା ସମାଧାନ ପାଇଁ ଗାଁ ଗାଁ ବୁଲିବି ବୋଲି ନାଚିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri